ଓଏଏସ୍ ସ୍ତରରେ ଅଦଳବଦଳ
ରାଜ୍ୟ ସରକାର ଓଏଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି ।

ରାଜ୍ୟ ସରକାର ଓଏଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି । ସାଧାରଣ ପ୍ରଶାସନ ଓ ରାଜସ୍ୱ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ଭାବେ ଦୁଇଟି ବିଜ୍ଞପ୍ତି ମାଧ୍ୟମରେ ଏହି ଅଦଳ ବଦଳ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ୍ ରୁଦ୍ରନାରାୟଣ ମହାନ୍ତିଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।
ସେହିପରି ଓଏଏସ୍ ପ୍ରତାପ ଚନ୍ଦ୍ର ରାଉତଙ୍କୁ ସମବାୟ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି ।
ଭୁବନେଶ୍ୱରର ପୂର୍ବତନ ଚକବନ୍ଦୀ କମିଲନର ଶ୍ରୀ ରାଉତ ଏବେ ସାଧାରଣ ପ୍ରଶାସନ ବିଭାଗରେ କାର୍ଯ୍ୟରତ ଅଛନ୍ତି । ସେହିପରି ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ମାଇନର ମିନେରାଲସଙ୍କ ଯୁଗ୍ମ ନିର୍ଦ୍ଦେଶକ, ନେତ୍ରାନନ୍ଦ ମଲ୍ଲିକଙ୍କୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ,ଶୁଭଶ୍ରୀ ରଥଙ୍କୁ ବାଲେଶ୍ୱର ଅତିରିକ୍ତ ଉପଜିଲ୍ଲାପାଳ, ଶିବଶଙ୍କର ମିଶ୍ରଙ୍କୁ ଜଗତସିଂହପୁରର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଓ ପାର୍ଥସାରଥୀ ହାଁସଦାଙ୍କୁ ପୁରୀ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଖଣ୍ଡପଡ଼ାର ପୂର୍ବତନ ତହସିଲଦାର ଶ୍ରୀ ହାଂସଦାଙ୍କର ବଦଳିକୁ ବାତିଲ କରାଯାଇଛି । ତାଙ୍କୁ ବାଲେଶ୍ୱରର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା । ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଗୁଣୁପୁର ତହସିଲଦାର ଥିବା ଶରତ ଚନ୍ଦ୍ର ନାୟକ ରାୟଗଡ଼ା ଡେପୁଟି କଲେକ୍ଟର ଓ କୋରେଇ ପୂର୍ବତନ ବିଡିଓ ଥିବା ରଞ୍ଜନ କୁମାର ପରିଡ଼ାଙ୍କୁ ଗୋପ୍ ତହସିଲଦାର ଭାବେ ବଦଳି କରାଯାଇଛି ।