ପଶ୍ଚିମ ଆଫ୍ରିକା ରେ ଫସି ରହିଛନ୍ତି ଓଡ଼ିଆ ଶ୍ରମିକ
ନା ମିଳୁଛି ଖାଇବାକୁ ଖାଦ୍ୟ, ନା ମିଳୁଛି ପିଇବାକୁ ପାଣି, ଘରକୁ ଫେରିବା ଆଶାରେ ଚାହିଁ ବସିଛନ୍ତି ସାତ ସମୁଦ୍ର ସେପାରି ରେ ଓଡିଆ ଶ୍ରମିକ

ପଶ୍ଚିମ ଆଫ୍ରିକା ରେ ଫସି ରହିଛନ୍ତି ଓଡ଼ିଆ ଶ୍ରମିକ, ନା ମିଳୁଛି ଖାଇବାକୁ ଖାଦ୍ୟ, ନା ମିଳୁଛି ପିଇବାକୁ ପାଣି, ଘରକୁ ଫେରିବା ଆଶାରେ ଚାହିଁ ବସିଛନ୍ତି ସାତ ସମୁଦ୍ର ସେପାରି ରେ ଓଡିଆ ଶ୍ରମିକ। ଇଛା ଥିଲା କାମ ଦାମ କରି ନିଜେ ଚଳିବା ସହ ଘରକୁ ଦୁଇ ପଇସା ପଠାଇବାର କିନ୍ତୁ ସେ ଆଶା ଆଶା ରେ ହିଁ ରହିଗଲା । କମ୍ପାନୀ ସିନା ଡକେଇ ନେଲା କିନ୍ତୁ ଘରକୁ ଫେରିବା ବେଳକୁ ଆଉ କମ୍ପାନୀ କର୍ତ୍ତୃପକ୍ଷ କିଛି ଶୁଣୁନାହାଁନ୍ତି। ଏହି ପରି ଗୁରୁତର ଅଭିଯୋଗ ଉଠାଇଛନ୍ତି ପଶ୍ଚିମ ଆଫ୍ରିକା ରେ ଫସିଥିବା ପ୍ରାୟ ୨୧ ଜଣ ଶ୍ରମିକ, ଯେଉଁ ଥିରେ ଓଡ଼ିଆ ଶ୍ରମିକ ୧୪ଜଣ ଅନ୍ୟ ରାଜ୍ୟର ୭ଜଣ ଶ୍ରମିକ ଅନ୍ତର୍ଭୁକ୍ତ, ଏଥି ସହିତ ଆଉ କେତେକ ଶ୍ରମିକ ମଧ୍ୟ ଫସି ରହିଛନ୍ତି। ତେବେ ଏହି ଓଡ଼ିଆ ଶ୍ରମିକ ମାନଙ୍କର ଘର ସବୁ କେନ୍ଦ୍ରାପଡ଼ା ଜିଲ୍ଳା ଅଧିନରେ ।
ସୂଚନା ମୁତାବକ ରାଜକନିକା ବ୍ଲକ ଜୟନଗର ପଞ୍ଚାୟତ, କୋଇଲିପୁର ପଞ୍ଚାୟତ, ଏବଂ ତ୍ରଇଲୋକ୍ୟପୁର ପଞ୍ଚାୟତ ର ଏସବୁ ଲୋକ, ପରିବାର ପ୍ରତି ପୋଷଣ କରିବାକୁ ସୁଦୂର ପଶ୍ଚିମ ଆଫ୍ରିକା ରେ ଏକ ପ୍ଲାଇ କମ୍ପାନୀ କୁ କାମ କରିବାକୁ ଯାଇଥିଲେ। ଏହି କମ୍ପାନୀ ର ନାମ ସନରାଇଜ ଗ୍ଲୋବାଲ କମ୍ପାନୀ, ଯାହାକି ପଶ୍ଚିମ ଆଫ୍ରିକା ରେ ଅବସ୍ଥିତ। ପ୍ରାୟ ପାଞ୍ଚ ମାସ କାର୍ଯ୍ୟ କରି ସାରିବା ପରେ ଦରମା ନ ଦେଇ ବରଂ ବିଭିନ୍ନ ନିର୍ଯାତନା ଓ ଅତ୍ୟାଚାର କରୁଛି ବୋଲି କହିଛନ୍ତି ନିର୍ଯ୍ୟାତିତ ଶ୍ରମିକ ।
ତେବେ ଏହି ଶ୍ରମିକ ମାନେ କାର୍ଯ୍ୟ କରୁଥିବା ଅଞ୍ଚଳ କୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଏହା ହେଉଛି ଏକ ପାହାଡ଼ ପର୍ବତ ଘେରା ଘଞ୍ଚ ଜଙ୍ଗଲ ଅଞ୍ଚଳ, ଏଠାରେ ମୁଖ୍ୟତଃ ବଡ଼ ବଡ଼ ଗଛ କଟାଯାଇ ସେଥିରୁ କାଠ ସରଞ୍ଜାମ ତଥା ବିଶେଷ କରି ପ୍ଲାଇ ପ୍ରସ୍ତୁତ କରାଯାଇଥାଏ। ପଶ୍ଚିମ ଆଫ୍ରିକା ରେ ଗେବୋନ୍ ଅଞ୍ଚଳରେ ବୁଉଏ ସ୍ଥାନରେ ଏକ ପ୍ଲାଏ କାରଖାନା ରେ ଏହି ଶ୍ରମିକ ମାନଙ୍କୁ ନିୟୋଜିତ କରାଯାଇଛି। ନିକଟରେ ବୁଉଏ ନାମରେ ଏକ ରେଳ ଷ୍ଟେସନ ମଧ୍ୟ ରହିଛି। ଜଙ୍ଗଲ ରୁ ବଡ଼ ବଡ଼ ଗଛ କଟାଯାଇ ବଡ଼ ବଡ଼ ଭାରି ଯାନ ଓ ରେଳପଥ ସାହାଯ୍ୟ ରେ ଏ ଅଞ୍ଚଳକୁ ବ୍ୟବହୃତ କାଠ ପାଇଁ ପରିବହନ କରାଯାଇଥାଏ। ଏଠାକାର ଅଧିବାସୀ ମାନେ ଆଫ୍ରିକୀୟ ବୋଲି ଜଣାପଡିଛି। ତେବେ ଭାରତୀୟ ଖାଦ୍ୟ ତଥା ଓଡ଼ିଶା ର ଖାଦ୍ୟ ପାନୀୟ ସେଠି ଯେପରି ସାତ ସପନ । ତେଣୁ ଏସବୁ ବିଷୟରେ ଅଜ୍ଞାତ ରହି ବିଚରା ଶ୍ରମିକ ମାନେ ସମ୍ପୁର୍ଣ୍ଣ ଫସି ଯାଇଛନ୍ତି। ଯାହାକି କୌଣସି ଯମ ଯନ୍ତ୍ରଣା ଠାରୁ ଏହା କମ୍ ନୁହେଁ
ସନରାଇଜ ଗ୍ଲୋବାଲ କମ୍ପାନୀ କାମ ଆରମ୍ଭ ରୁ ବିଭିନ୍ନ ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲା ପରବର୍ତ୍ତୀ ମୁହୁର୍ତ୍ତ ରେ ତାହା ପ୍ରତାରଣା ରେ ପାଲଟିଛି। ,
୫ମାସ କାମ କରାଇବା ପରେ ଲକ୍ଷାଧିକ ଟଙ୍କା ବାକି ରଖିଛି କିନ୍ତୁ ତାହା ଦେବାର ନାଁ ଧରୁନି କମ୍ପାନୀ । ଏଥିପାଇଁ ଆଉକିଛି ଚାରା ନପାଇ ଶ୍ରମିକ ମାନେ ଘରକୁ ଫେରିବା କୁ ଚାହିଁ ବାରୁ ସେଥିରେ ମଧ୍ୟ କମ୍ପାନୀ ଦାଉ ସାଧୁଛି।
ତାଛଡା ଘରକୁ ଫେରିବା କୁ ହେଲେ ଶ୍ରମିକ ମାନଙ୍କର ଭିସା ଆବଶ୍ୟକ କିନ୍ତୁ ସେସବୁକୁ ମଧ୍ୟ କମ୍ପାନୀ ଜବତ୍ କରି ନୁଆ ଭିସା ମଧ୍ୟ କରାଇ ଦେଉନି। ବରଂ ଘରକୁ ଫେରିଲେ ଜୀବନ ରେ ମାରି ଦେବାକୁ ଧମକ ମଧ୍ୟ ମିଳୁଛି, ଏପରିକି ଦେହ ଅସୁସ୍ଥ ହେଲେ ମଧ୍ୟ ବଳପୂର୍ବକ ମାଡ଼ ମାରି କାମ କରାଉଛି ଏହି ସନରାଇଜ ଗ୍ଲୋବାଲ କମ୍ପାନୀ ଯାହାକି ଏକ ଅମାନବିକତାର ପରିଚୟ ଦେଉଛି ।
ତେଣୁ ଏହି ନିର୍ଯାତିତ ଶ୍ରମିକମାନେ ଆଉ କିଛି ଉପାୟ ନପାଇ ଓଡ଼ିଶା ସରକାରଙ୍କର ଶରଣ ପଶିଛନ୍ତି। ନିଜର ଏକ ଭିଡିଓ ଚିତ୍ର ବନାଇ ଓଡ଼ିଶା ନିୟୁଜ୍ ମେକର୍ସ କୁ ପଠାଇଛନ୍ତି ଯାହାକୁ ଆଧାର କରି ରାଜ୍ୟ ସରକାର ତାଙ୍କ ଗୁହାରି ଶୁଣିବେ ବୋଲି ଆଶା ରଖିଛନ୍ତି। ତେବେ ଏହି ଫସି ରହିଥିବା ନିର୍ଯ୍ୟାତିତ ଶ୍ରମିକ ମାନେ କ'ଣ କହୁଛନ୍ତି ଆସନ୍ତୁ ତାଙ୍କରି ମୁହଁ ରୁ ଶୁଣିବା ......
ଏହି ଭିଡିଓ କ୍ଲିକ୍ କରି ଶୁଣନ୍ତୁ କଣ କହୁଛନ୍ତି ଶ୍ରମିକ - Click Video
ତେବେ ଘର ଠାରୁ ଏତେ ଦୂର କୁ ଯାଇ କାମ କରିବା ଓ ସେଠାରେ ନିଜ ପାରିଶ୍ରମିକ ନପାଇ ନିର୍ଯ୍ୟାତନା ପାଇବା ନିଶ୍ଚିନ୍ତ ଏକ ଚିନ୍ତା ଜନକ ବିଷୟ ଯାହାକୁ ଗୁରୁତର ସହ ବିଚାର କରି ରାଜ୍ୟ ସରକାର ପଦକ୍ଷେପ ନେବାର ଆବଶ୍ୟକତା ରହିଛି।
ବ୍ୟୁରୋ ରିପୋର୍ଟ ଓଏନ୍ଏମ୍ ନିୟୁଜ୍