ଓଡିଶା ଟେବୁଲ ଟେନିସ ଏକାଡେମୀକୁ ଉଦଘାଟନ କଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡିଶା ଟେବୁଲ ଟେନିସ ଏକାଡେମୀକୁ ଉଦଘାଟନ କଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡିଶା ଟେବୁଲ ଟେନିସ ଏକାଡେମୀକୁ ଉଦଘାଟନ କଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡିଶାର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ୱରରେ ଓଡିଶା ଟେବୁଲ ଟେନିସ ଏକାଡେମୀକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ୨୯ତମ ରାଜ୍ୟ ଟେବୁଲ ଟେନିସ ଚାମ୍ପିୟନଶିପ ଆରମ୍ଭ ହେଲା ବୋଲି ଘୋଷଣା କରିଥିଲେ । ଏହି ଇଣ୍ଡୋର ଷ୍ଟାଡିୟମରେ ୧୬ଟି ଟିଟି ଟେବୁଲ, ଜିମ୍ନାସିୟମ, ୱେଟଲିଫ୍ଟିଂ ରୁମ ଓ ଚେସ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି ।

ଏତଦବ୍ୟତୀତ ଯୋଗ ଓ ଜୁମ୍ବା ପାଇଁ ମଧ୍ୟ ସ୍ଥାନ ରଖାଯାଇଛି । ନୂତନ ପିଢ଼ୀକୁ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରାଇବା ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ନବୀନ କହିଥିଲେ । ରାଜ୍ୟରେ ୩୩ଟି ଟିଟି ସେଂଟର ନିର୍ମାଣ କରାଯାଇଛି । ଡିସେମ୍ବର ଶେଷ ସୁଦ୍ଧା ଏହା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି । ଖୁବ ଶୀଘ୍ର କଟକ ଟିଟି ଏକାଡେମୀର କାର୍ଯ୍ୟ ଶେଷ ହେବ ବୋଲି ମୂଖ୍ୟମନ୍ତ୍ରୀ କହିଛନ୍ତି ।

ଟିଟିଏଫଆଇର ଅଧିକାରୀ ଏସଏଚ ଚୌଧୁରୀ ଓ ଏସଏଚ କମଳେଶ ମେହେଟ୍ଟା ମୂଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହା ଦ୍ୱାରା ରାଜ୍ୟରେ ଅନେକ ପ୍ରତିଭାବାନ ଖେଳାଳି ସୃଷ୍ଟି ହେବେ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି । ଏହି ଅବସରରେ ୫ଟି ଓ ନବୀନ ଓଡିଶା ଚେୟାରମ୍ୟାନ ଭିକେ ପାଣ୍ଡିଆନ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଭୁବନେଶ୍ୱର ସେଂଟ୍ରାଲର ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଡିସି କମ ଏସିଏସ ଅନୁ ଗର୍ଗ, ଓଏସଟିଟିଲର ସଭାପତି ସଞ୍ଜୟ ସିଂ ଓ ସ୍ପୋର୍ଟ୍ସ ସେକ୍ରେଟାରୀ ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ ।