ମୌସୁମୀ ଅଧିବେଶନ:ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି

ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ

ମୌସୁମୀ ଅଧିବେଶନ:ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି

ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ଆଜି ପ୍ରଥମେ ବାଚସ୍ପତିଙ୍କ ସମେତ ସମସ୍ତ ସଦସ୍ୟ ଗୃହକୁ ଆସିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରସ୍ତାବ ଆଗତ କରିଥିଲେ । ପୂର୍ବତନ ବାଚସ୍ପତି ତଥା ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମେତ ଦିବଂଗତ ସଦସ୍ୟଙ୍କ ଉଦେ୍ଧଶ୍ୟରେ ଶୋକପ୍ରସ୍ତାବ ଆଗତ କରିଥିଲେ । ଓଡ଼ିଶାର ପୂର୍ବତନ  ବାଚସ୍ପତି, ପୂର୍ବତନ ସଦସ୍ୟା ଓ ସଦସ୍ୟ, ଓଡ଼ିଶା ପୁଲିସର ସମସ୍ତ ଦିବଙ୍ଗତ ସଦସ୍ୟଙ୍କ ଉଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ। ଆସୀନ ସଦସ୍ୟ ଓ ପୂର୍ବତନ ବାଚସ୍ପତି ସ୍ବର୍ଗତଃ ସୂର୍ୟ୍ୟ ନାରାୟଣ ପାତ୍ର,   ପୂର୍ବତନ ସଦସ୍ୟ ସ୍ବର୍ଗତଃ ତ୍ରିଲୋଚନ କାନୁନଗୋ, ପୂର୍ବତନ ସଦସ୍ୟ ସ୍ବର୍ଗତଃ ରମେଶ ସୋରେନ, ପୂର୍ବତନ ସଦସ୍ୟା ସ୍ବର୍ଗତଃ ନିବେଦିତା ପ୍ରଧାନ , ପୂର୍ବତନ ସଦସ୍ୟ ସ୍ବର୍ଗତଃ କୁମର ବେହେରା, ପୂର୍ବତନ ଲାନସ ନାଏକ, ୪୯ ରାଷ୍ଟ୍ରୀୟ ରାଇଫଲ ସ୍ବର୍ଗତଃ ଦେବାଶିଷ ବିଶ୍ବାଳ, ପୂର୍ବତନ କନେଷ୍ଟବଳ (ଜି.ଡି.), ୬୦ ସି.ଆର.ପି.ଏଫ୍. ବାଟାଲିୟନ ସ୍ବର୍ଗତଃ ସୁଶାନ୍ତ କୁମାର ଖୁଣ୍ଟିଆ, ପୂର୍ବତନ କନେଷ୍ଟବଳ, ଓଡିଶା ପୁଲିସ ସ୍ବର୍ଗତଃ ସୁଶାନ୍ତ କୁମାର ମହାନ୍ତିଙ୍କ ଉଦେ୍ଧଶ୍ୟରେ ମୁଖ୍ୟମନ୍ତ୍ରୀ ଶୋକପ୍ରସ୍ତାବ ଆଗତ  କରିଥିଲେ ।   ଉକ୍ତ ଶୋକପ୍ରସ୍ତାବକୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରିଥିଲେ ।  ପରେ ସମସ୍ତ ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରିଥିଲେ ଗୃହର ସମସ୍ତ ସଦସ୍ୟ ।

ଏହି ସ୍ବଳ୍ପକାଳୀନ ଅଧିବେଶନରେ ମାତ୍ର ୮ଟି କାର୍ୟ୍ୟ ଦିବସ ରହିଛି। ଶୁକ୍ରବାରରୁ ଆରମ୍ଭ ହୋଇ ଅକ୍ଟୋବର ୪ ପର୍ୟ୍ୟନ୍ତ ଅଧିବେଶନ ଚାଲିବ।
ବିଧାନସଭା ସଚିବାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗୃହରେ ୨୦୨୩-୨୪ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ସେପ୍ଟେମ୍ବର ୨୩ ଏବଂ ୨୪ରେ ଚତୁର୍ଥ ଶନିବାର ଏବଂ ରବିବାର ପାଇଁ କୌଣସି କାର୍ୟ୍ୟ ଦିବସ ରହିବ ନାହିଁ। ପ୍ରଥମ ଅତିରିକ୍ତ ବଜେଟ୍ ପାଇଁ ଆଗତ ଖର୍ଚ୍ଚ ଅନୁଦାନ ଦାବି ଉପରେ ସେପ୍ଟେମ୍ବର ୨୮ ଏବଂ ୩୦ ରେ ଆଲୋଚନା ହେବ। ଖର୍ଚ୍ଚଦାବି ଆଲୋଚନା ପରେ ଅକ୍ଟୋବର ୩ରେ ଅତିରିକ୍ତ ବଜେଟ୍‌ର ଖର୍ଚ୍ଚ ଅନୁଦାନ ଦାବି ପ୍ରସ୍ତାବ ଉପସ୍ଥାପିତ ହେବ। ଶେଷ ଦିନଟି ଘରୋଇ ସଦସ୍ୟଙ୍କ କାର୍ୟ୍ୟ (ବିଲ୍ ଏବଂ ସଙ୍କଳ୍ପ) ପାଇଁ ସଂରକ୍ଷିତ ରଖାଯାଇଛି।