ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ରଡିଲେ ସୁର , କଣ କହିଲେ ଦେଖନ୍ତୁ
୨୦୨୪ ଭୋଟ କୁ ଲକ୍ଷ ରଖାଯାଇ ଏବେ ସବୁ ନାଟକ ଚାଲୁଛି।

ନୂଆ ମନ୍ତ୍ରୀ ଙ୍କୁ ନେଇ କଣ କହୁଛନ୍ତି ସୁର ,
ଏସବୁ ବିଜେଡି ର ଡ୍ରାମା ବାଜ୍,
ଏଥିରେ କୌଣସି ନୂତନତ୍ବ ନାହିଁ,
ବିଭାଗ ବଣ୍ଟନ, ବାଚସ୍ପତି ଚୟନ, ମନ୍ତ୍ରୀତ୍ବ ପ୍ରଦାନ, ମନ୍ତ୍ରୀତ୍ବ ଛେଦନ, କାହାକୁ ରଖିବା, କାହାକୁ କାଢ଼ିବା ଏସବୁ ମୁଖ୍ୟମନ୍ତ୍ରୀ ଙ୍କ ଇଚ୍ଛା ଧିନ। ସେ କେତେ ବେଳେ କାହାକୁ କେଉଁ ଦାୟିତ୍ଵ ଦେବେ ତାହା ସମ୍ପୁର୍ଣ୍ଣ ତାଙ୍କ ନିଜସ୍ଵ। କାହିଁକି ନା ରାଜ୍ୟ ରେ ତାଙ୍କ ସରକାର ଚାଲିଛି । ତେଣୁ ଏ ପ୍ରକ୍ରିୟା ଜାରି ରହିଥିବ ଏଥିରେ ନୁଆ କଥା କିଛି ନାହିଁ। କିନ୍ତୁ ରାଷ୍ଟ୍ରପତି ଙ୍କୁ କାଉଣ୍ଟର କରି ତାଙ୍କ ଅଞ୍ଚଳରେ ଜଣେ ଆଦିବାସୀ ନେତାଙ୍କୁ ମନ୍ତ୍ରୀ କରିବା ଏହା ନିଶ୍ଚିନ୍ତ ନିନ୍ଦନୀୟ, କେବଳ ୨୦୨୪ ଭୋଟ କୁ ଲକ୍ଷ ରଖାଯାଇ ଏବେ ସବୁ ନାଟକ ଚାଲୁଛି। ଏଥିରେ ବିଜେଡି ସମ୍ପୁର୍ଣ୍ଣ ଭୋଟ ରାଜନୀତି କରୁଛି, ତାର ପରିଣାମ ପରିସ୍ଥିତି ଆଗାମୀ ନିର୍ବାଚନରେ ଲୋକେ ଜବାବ୍ ଦେବେ।