ତଣ୍ଡ ଗଣିବେ ବିଧାୟକ ମହମ୍ମଦ ମୋକିମ୍

ତଣ୍ଡ ଗଣିବେ ବିଧାୟକ ମହମ୍ମଦ ମୋକିମ୍ । ୧୦ ହଜାର ଟଙ୍କାର ଜମା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ସାକ୍ଷ ଗ୍ରହଣ ପାଇଁ ବିଧାୟକ ମହମ୍ମଦ ମୋକିମ୍ ହାଜର ହୋଇନଥିଲେ । ଅନ୍ୟ ତାରିଖରେ ଉପସ୍ଥିତ ହେବା ଲାଗି କରିଥିବା ଆବେଦନ କୋର୍ଟ ଅଗ୍ରାହ୍ୟ କରିଛନ୍ତି ।
ବାରବାଟୀ କଟକ ବିଧାନସଭା ନିର୍ବାଚନୀ ମାମଲା ଉପରେ ଶୁକ୍ରବାର ସାକ୍ଷୀ ଦେଇ ଥାଆନ୍ତେ ବିଧାୟକ ମହମ୍ମଦ ମୋକିମ୍ ।
ହାଇକୋର୍ଟ ବାର୍ ୱେଲଫେୟାର ଫଣ୍ଡରେ ୧୦ ହଜାର ଟଙ୍କା ଦାଖଲ କରିବେ । ସୋମବାର ସୁଦ୍ଧା ଟଙ୍କା ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।