କଂଗ୍ରେସ ଜାରି କଲା 'ଭାରତ ଯୋଡୋ ନ୍ୟାୟ ଯାତ୍ରା'ର ଲୋଗୋ

ଏହି ଲୋଗୋର ଦୁଇଟି ଅଂଶ ଅଛି ଯେଉଁଥିରେ ଲେଖା ଅଛି 'ଭାରତ ଯୋଡୋ ନ୍ୟାୟ ଯାତ୍ରା', ନ୍ୟାୟର ହକ୍ ମିଳିବା ପର୍ୟ୍ୟନ୍ତ।

କଂଗ୍ରେସ ଜାରି କଲା 'ଭାରତ ଯୋଡୋ ନ୍ୟାୟ ଯାତ୍ରା'ର ଲୋଗୋ

କଂଗ୍ରେସ ଆରମ୍ଭ କରିବାକୁ ଯାଉଛି ଭାରତ ଯୋଡୋ ନ୍ୟାୟ ଯାତ୍ରା । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ହେବାକୁ ଯାଉଥିବା 'ଭାରତ ଯୋଡୋ ନ୍ୟାୟ ଯାତ୍ରା'ର ଲୋଗୋ କଂଗ୍ରେସ ଶନିବାର ପ୍ରକାଶ କରିଛି। ଏହି ଲୋଗୋର ଦୁଇଟି ଅଂଶ ଅଛି ଯେଉଁଥିରେ ଲେଖା ଅଛି 'ଭାରତ ଯୋଡୋ ନ୍ୟାୟ ଯାତ୍ରା', ନ୍ୟାୟର ହକ୍ ମିଳିବା ପର୍ୟ୍ୟନ୍ତ।

ଲୋଗୋ ଉନ୍ମୋଚନ ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଗେର୍ର୍ କହିଛନ୍ତି, ଏହି ଯାତ୍ରା ଜାନୁଆରୀ ୧୪ ରୁ ଆରମ୍ଭ ହେବ। ଦେଶର ସାମାଜିକ, ଅର୍ଥନୈତିକ, ରାଜନୈତିକ ଏବଂ ମୌଳିକ ପ୍ରସଙ୍ଗରେ 'ଭାରତ ଯୋଡୋ ନ୍ୟାୟ ଯାତ୍ରା' ବାହାରିବ।

କଂଗ୍ରେସ ଏହାର ଅଫିସିଆଲ ଏକ୍ସ (ପୂର୍ବରୁ ଟୁଇଟର) ଆକାଉଣ୍ଟରେ ଟୁଇଟ୍ କରି ଏହାର ଉନ୍ମୋଚନ ସମ୍ପର୍କରେ ସୂଚନା ଦେଇଛି। ଦଳ ଲେଖିଛି, ଆଜି କଂଗ୍ରେସ ଅଧ୍ୟକ୍ଷ ଦିଲ୍ଲୀର ଏଆଇସିସି ମୁଖ୍ୟାଳୟରେ 'ଭାରତ ଯୋଡୋ ନ୍ୟାୟ ଯାତ୍ରା'ର ଲୋଗୋ ଉନ୍ମୋଚନ କରିଛନ୍ତି।