ଧନ ଜୀବନ ସୁରକ୍ଷା ପାଇଁ ଅଭ୍ୟାସ
ଅସୁରବନ୍ଧ ବାତ୍ୟା ଆଶ୍ରୟସ୍ଥଳୀ ରେ ସାମୁହିକ ଅଭ୍ୟାସ, କେମିତି ନିଜେ ବଞ୍ଚିବେ ଓ ଅନ୍ୟ କୁ ବଞ୍ଚାଇବେ ସେ ନେଇ ଏକ ଅଭ୍ୟାସ

ଭୁବନ ୧୯.୬- ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କମିଟି ନିର୍ଦ୍ଦେଶ କ୍ରମେ ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଞ୍ଚାୟତ ର ଆସୁରବନ୍ଧ ବାତ୍ୟା ଆଶ୍ରୟସ୍ଥଳୀ ରେ (ମକ ଡ୍ରୀଲ) ସାମୁହିକ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ କଲ୍ୟାଣ ସୌରଭ ଦାଶ ଓ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ବିଶ୍ଵାଳ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ରେ ଏ ବି ଇ ଓ, ଜି ପି ଇ ଓ,ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧକାରୀ,ଅଙ୍ଗନବାଡ଼ି କର୍ମୀ,ସୁପର ଭାଇଜର,ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା,ବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ମାନଙ୍କ ଉପସ୍ଥିତି ରେ ସାମୁହିକ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।