ସୁକିନ୍ଦା ପ୍ରେସ କ୍ଳବ ର ୨୩ ତମ ବାର୍ଷିକୋତ୍ସବ
ସାମ୍ବାଦିକ ଙ୍କ ସମସ୍ୟା ପ୍ରତି ସରକାର ସଚେତନ ଅଛନ୍ତି : ମନ୍ତ୍ରୀ ପ୍ରିତୀରଂଜନ ଘଡେଇ

ସୁକିନ୍ଦା ପ୍ରେସ କ୍ଳବ ର ୨୩ ତମ ବାର୍ଷିକୋତ୍ସବ
ସାମ୍ବାଦିକ ଙ୍କ ସମସ୍ୟା ପ୍ରତି ସରକାର ସଚେତନ ଅଛନ୍ତି : ମନ୍ତ୍ରୀ ପ୍ରିତୀରଂଜନ ଘଡେଇ
ସାମ୍ବାଦିକ ମାନେ ସଂଗଠିତ ହେଲେନ୍ୟାର୍ଯ୍ୟ ଦାବି ହାସଲ ସମ୍ଭବ : ରାଜ୍ୟ ସଭାପତି କୈଳାସ ନାୟକ
ଭୁବନ ୨୨.୩ – ଘଟଣା ହେଉକି ଦୁର୍ଘଟଣା, ସବୁ କ୍ଷେତ୍ରରେ ସାମ୍ବାଦିକ ମାନେ ହିଁ ସର୍ବ ପ୍ରଥମେ ପହଁଚି ସେମାନଙ୍କର କର୍ତବ୍ୟ କରିଥାନ୍ତି । ସାମ୍ବାଦିକ /ଗଣମାଧ୍ୟମ ହେଉଛି ସରକାର ଙ୍କ ଦର୍ପଣ । ବିନା ପାରିଶ୍ରମିକ ଓ ସ୍ବଳ୍ପ ବେତନରେ ସାମ୍ବାଦିକ ମାନେ ୨୪ ଘଣ୍ଟା ନିଜ କର୍ତବ୍ୟ ସମ୍ପାଦନ କରୁଛନ୍ତି । ବନ୍ୟା, ବାତ୍ୟା ହେଉ କି କୋଭିଡ ମହାମାରି ହେଉ , ପ୍ରତ୍ୟେକ କ୍ଷେତ୍ରରେ ସାମ୍ବାଦିକ ମାନେ ଉପସ୍ଥିତ ରହି ଖବର ପ୍ରସାରଣ କରିବା ରେ ସହଯୋଗ କରୁଛନ୍ତି। ସେଥିପାଇଁ ସରକାର ସାମ୍ବାଦିକ ଙ୍କ ସମସ୍ୟା ପ୍ରତି ଯଥେଷ୍ଟ ସଚେତନ ଅଛନ୍ତି ବୋଲି ସୁକିନ୍ଦା ବିଧାୟକ ତଥା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରିତୀରଂଜନ ଘଡେଇ ସୁକିନ୍ଦା ପ୍ରେସ କ୍ଳବର ୨୩ ତମ ବାର୍ଷିକୋତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ । କଲରଙ୍ଗିଅତା ସ୍ଥିତ ଟାଟା ଷ୍ଟିଲ ମାଇନିଙ୍ଗ ର କାଟେ ପୂର୍ତୀ ଅଡିଟୋରିୟମ ହଲ ଠାରେ ବରିଷ୍ଠ ସାମ୍ବାଦିକ ତଥା ସୁକିନ୍ଦା ପ୍ରେସ କ୍ଲବର ସଭାପତି ବିଶ୍ବଜିତ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୩ ତମ ବାର୍ଷିକୋତ୍ସବରେ ମୁଖ୍ୟବକ୍ତା ଭାବେ ଉତ୍କଳ ସାମ୍ବାଦିକ ସଂଘ, ରାଜ୍ୟ ସଭାପତି ବିଭୂତି ଭୂଷଣ କର, ସମ୍ମାନୀତ ଅତିଥି ଭାବେ ଟାଟା ଷ୍ଟିଲ ମାଇନିଙ୍ଗର ପରିଚାଳନା ନିର୍ଦ୍ଦେଶକ ପଙ୍କଜ କୁମାର ସତିଜା, ଉତ୍କଳ ସାମ୍ବାଦିକ ସଂଘ, ରାଜ୍ୟ ସାଧାରଣ ସଂପାଦକ ବେଣୁଧର ପଣ୍ଡା ଯୋଗଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ) ସଭାପତି ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ନାୟକ ଯୋଗ ଦେଇ “ଗଣମାଧ୍ୟମ, ଜନପ୍ରତିନିଧୁ ଓ କମ୍ପାନୀର ସାମାଜିକ ଦାୟିତ୍ବବୋଧ” ଶୀର୍ଷକ ଆଲୋଚନା ଚକ୍ରରେ ନିଜ ର ମତ ଦେଇ କହିଥିଲେ ଯେ , ସମାଜ ପ୍ରତି ଦାୟିତ୍ବ ରହିଛି । ସରକାର କମ୍ପାନୀ ସାର୍ଥକୁ ଅଗ୍ରାଧୁକାର ଦେଉଥିବା ବେଳେ କମ୍ପାନୀ ମଧ୍ୟ ସରକାରଙ୍କୁ ଗୁପ୍ତ ଚାନ୍ଦା ଦେଇ କେତେକାଂଶରେ ସାମାଜିକ ଦାୟିତ୍ୱ ବୋଧକୁ ଭୁଲି ଯାଉଛି । ଗଣମାଧ୍ୟମ ସତ୍ୟର ପ୍ରହରି ସାଜି ଅଯଥାରେ ରୋଷର ଶୀକାର ହେଉଛି । ସାମ୍ବାଦିକ ମାନେ ସଂଗଠିତ ହେଲେ ସେମାନଙ୍କର ନ୍ୟାର୍ଯ୍ୟ ଦାବି ହାସଲ ସମ୍ଭବ ହୋଇପାରିବ । ସାମ୍ବାଦିକ ମାନଙ୍କ ସାର୍ଥ ଆଉ ସୁରକ୍ଷା ପାଇଁ ରାଜ୍ୟରେ କାର୍ଯ୍ୟ କରୁଥିବା ୪/୫ ଟି ସଂଘର ସଭାପତି ମାନେ ଯଦି ଏକତ୍ରିତ ହୋଇ କାର୍ଯ୍ୟ କରନ୍ତେ ତାହେଲେ ଗ୍ରାମାଂଚଳରେ ଅତ୍ୟନ୍ତ ଦୁଃଖ ଦୁର୍ଦ୍ଦଶାରେ କାର୍ଯ୍ୟ କରୁଥିବା ସାମ୍ବାଦିକ ମାନେ ନିଶ୍ଚିତ ଭାବେ ଉପକୃତ ହୋଇପାରନ୍ତେ ବୋଲି ଶ୍ରୀଯୁକ୍ତ ନାୟକ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସୁକିନ୍ଦା ପ୍ରେସ କ୍ଲବର ବାର୍ଷିକ ବିଶେଷାଙ୍କ “ସୁବଣ୍ଣ "ଉନ୍ମୋଚନ କରାଯାଇଥିଲା ଓ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ ଅର୍ଜନ କରି ସୁକିନ୍ଦା ଅଂଚଳ ପାଇଁ ଗର୍ବ ଗୌରବ ସାଜିଥିବା ବ୍ୟକ୍ତି ବିଶେଷଙ୍କୁ ଅତିଥ୍ ଙ୍କ ଦ୍ବାରା ସମ୍ବଦ୍ଧିତ କରାଯାଇଥିଲା । ବରିଷ୍ଠ ସଭ୍ୟ ମନେଜ ନାୟକ ସାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ନୀଳମାଧବ ନାୟକ ବାର୍ଷିକ ବିବରଣୀ ପାଠ କରିବା ସହିତ ସାମ୍ବାଦିକ ସଂଘର ସଫଳତା ବର୍ଣ୍ଣନା କରିଥିଲେ । ରବୀନ୍ଦ୍ର ସାମଲ, କୈଳାସ ନାୟକ, ଅସିତ ମହାନ୍ତ , ଏସ କେ ଜୁହୁର , ଲମ୍ବୋଦର ଦଳବେହେରା, ବିଶ୍ବନାଥ ସାହୁ, ସୌମ୍ୟ ରଂଜନ ବାରିକ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥଲେ ।