ଜାମ୍ମୁ କଶ୍ମୀର ଡୋଡା ଜିଲାରେ ଘାଟୀରୁ ଚେନାଵ ନଦୀକୁ ଖସିଲା ବସ୍ ୩୦ ମୃତ
ଜାମ୍ମୁ କଶ୍ମୀର ଡୋଡା ଜିଲାରେ ଘାଟୀରୁ ଚେନାଵ ନଦୀକୁ ଖସିଲା ବସ୍, ୩୦ ମୃତ

ଜାମ୍ମୁ କଶ୍ମୀର ଅନ୍ତର୍ଗତ ଡୋଡାର ଆସାର ଅଞ୍ଚଳରେ ଏକ ବସ୍ ଦୁର୍ଘଟଣାରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନା କିଷ୍ଟୱର ଏବଂ ଜିଏମସି ଡୋଡାକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁଃଖଦ ଘଟଣା ପରେ ପ୍ରଶାସନ ଦ୍ୱାରା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି।
ସୂଚନାନୁସାରେ, କୁହାଯାଉଛି ଯେ ବସ୍ରେ ୫୫ ଜଣ ଯାତ୍ରୀ ଥିଲେ ଯେଉଁମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଏବଂ ଏହି ବସ୍ ଜାମ୍ମୁରୁ କିଷ୍ଟୱର ଅଭିମୁଖେ ଯାଉଥିଲା। ତେବେ ବସ୍ ରାସ୍ତାରେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଆହତ ଯାତ୍ରୀମାନଙ୍କୁ ପ୍ରଶାସନ ଦ୍ୱାରା ଦୋଡା ଜିଲ୍ଲାର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।