ପ୍ରଥମ ସେମିଫାଇନାଲ୍‌, ଟସ୍‌ ଜିତି ରୋହିତଙ୍କ ବ୍ୟାଟିଂ ନିଷ୍ପତ୍ତି

ପ୍ରଥମ ସେମିଫାଇନାଲ୍‌, ଟସ୍‌ ଜିତି ରୋହିତଙ୍କ ବ୍ୟାଟିଂ ନିଷ୍ପତ୍ତି

ବିଶ୍ୱକପ୍‌ ୨୦୨୩ । ମୁମ୍ବାଇରେ ଖେଳାଯିବ ପ୍ରଥମ ସେମିଫାଇନାଲ୍‌ ମୁକାବିଲା । ଏହାପୂର୍ବରୁ ପ୍ରଥମ ସେମିରେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ଟିମ୍‌ । ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ ଦଳ । ତେବେ ଆଜିର ମ୍ୟାଚ୍‌ ପାଇଁ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

୨୦୨୩ ବିଶ୍ୱକପର ଲିଗ୍ ପର୍ଯ୍ୟାୟରେ ସମସ୍ତ ୯ଟି ଯାକ ମୁକାବିଲାରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ଏକ ଶକ୍ତିଶାଳୀ ଟିମ୍ ଭାବେ ସବୁ ବିରୋଧୀ ଟିମକୁ ଦେଇଛି ଚକମା। ଆଉ ସାଜିଥିଲା ପଏଣ୍ଟ ଟେବୁଲର ଟପ୍ ଟିମ୍। ପ୍ରଥମ ଟିମ୍ ଭାବେ ସେମିରେ କରିଥିଲା ଏଣ୍ଟ୍ରି। ତେଣୁ ନିଜ ପୁରୁଣା ଫର୍ମକୁ ବଜାୟ ରଖିବା ଲକ୍ଷ୍ୟରେ ରହିବ ଟିମ୍‌ ଇଣ୍ଡିଆ । ସେମି ଜିତି ପ୍ରଥମ ଦଳ ଭାବେ ଫାଇନାଲ ଟିକେଟ୍‌ ହାତେଇବା ଲକ୍ଷ୍ୟରେ ରୋହିତ ଆଣ୍ଡ କୋ ।

ସେପଟେ ନ୍ୟୁଜିଲାଣ୍ଡ ଟିମ୍ ମଧ୍ୟ ଚଳିତ ବିଶ୍ୱକପ୍ ରେ ଜବରଦସ୍ତ ଫର୍ମରେ ଥିଲା। କିନ୍ତୁ ଭାରତ ଠାରୁ ମ୍ୟାଚ୍ ପରାସ୍ତ ପରେ ଟିମ୍ ର ପ୍ରଦର୍ଷନରେ ଆସିଥିଲା ପରିବର୍ତ୍ତନ। ଟିମ୍ ମୋଟ ୯ଟି ମୁକାବିଲାରୁ ୫ଟିରେ ହୋଇଛି ବିଜୟ। ଆଉ ୪ଟିରେ ପରାସ୍ତର ସାମ୍ନା କରିବାକୁ ପଡ଼ିଛି। ଶେଷ ଟିମ୍ ଭାବେ ସେମୀରେ କରିଛି ଏଣ୍ଟ୍ରି।

ତେବେ ୨୦୧୯ର ବଦଲା ନେବାକୁ ଅପେକ୍ଷା କରିଛି ଟିମ୍ ଇଣ୍ଡିଆ। ୨୦୧୯ ବିଶ୍ୱକପର ସେମି ଫାଇନାଲରେ କିୱି ଦଳ ଭାରତୀୟ ଟିମକୁ ପରାସ୍ତ କରିଥିଲା। ଯାହାର ଦୁଃଖ ଆଜି ଯାଏଁ ସବୁ ଭାରତୀୟ କ୍ରୀଡା ପ୍ରେମୀଙ୍କ ମନରେ ଆଙ୍କି ହୋଇ ରହିଛି। ମାଞ୍ଚେଷ୍ଟରର ବଦଲା ମୁମ୍ବାଇରେ ନେବ ଟିମ୍ ଇଣ୍ଡିଆ।

ଭାରତୀୟ ଦଳ : ଶୁଭମନ୍‌ ଗିଲ୍, ରୋହିତ ଶର୍ମା (ଅଧିନାୟକ),ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ୍‌ (ଓ୍ୱିକେଟ୍‌ କିପର), ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ, ଜଶପ୍ରୀତ ବୁମ୍‌ରା ।