ମାର୍ଚ୍ଚ ୨୨ରୁ ଆଇପିଏଲ, ଜାରି ହେବ ପ୍ରଥମ ୧୫ ଦିନର ମ୍ୟାଚ୍ ସୂଚୀ
ହୁପ୍ରତିକ୍ଷୀତ ଇଣ୍ଡିଆନ ପ୍ରିୟମର ଲିଗ(ଆଇପିଏଲ)ର ୧୭ତମ ସଂସ୍କରଣ ଆସନ୍ତା ମାର୍ଚ୍ଚ ୨୨ରୁ ଆରମ୍ଭ ହେବ।

ବହୁପ୍ରତିକ୍ଷୀତ ଇଣ୍ଡିଆନ ପ୍ରିୟମର ଲିଗ(ଆଇପିଏଲ)ର ୧୭ତମ ସଂସ୍କରଣ ଆସନ୍ତା ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ଅଧ୍ୟକ୍ଷ ଅରୁଣ ଧୁମାଲ ଆଜି ଏହା ଘୋଷଣା କରିଛନ୍ତି।
ଚଳିତ ବର୍ଷ ସାଧାରଣ ନିର୍ବାଚନ ଦେଶର ଅନୁଷ୍ଠିତ ହେବ। ତଥାପି ପୂରା ଆଇପିଏଲ ଭାରତରେ ହିଁ ଖେଳା ଯିବ। ନିର୍ବାଚନ ପାଇଁ ଆଇପିଏଲର ମ୍ୟାଚସୂଚୀ ଏଯାଏ ଘୋଷଣା ହୋଇନାହିଁ।
ନିର୍ବାଚନ ତାରିଖ ଘୋଷଣା ହେବା କ୍ଷଣି ସେହି ଅନୁସାରେ କିଛି ମ୍ୟାଚ୍ସୂଚୀ ପ୍ରସ୍ତୁତ କରାଯିବ।
ଧୁମାଲଙ୍କ କହିବା କଥା ଯେ ପ୍ରଥମେ କେବଳ ୧୫ ଦିନ ପାଇଁ ମ୍ୟାଚସୂଚୀ ଜାରି କରାଯିବ। ବାକି ମ୍ୟାଚ୍ସୂଚୀ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଜାରି ହେବ।
ସେ କହିଛନ୍ତି, "ଆମେ ମାର୍ଚ୍ଚ ୨୨ରୁ ଆଇପିଏଲ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ। ଆମେ ଏ ସମ୍ପର୍କରେ ସରକାରଙ୍କ ସହ ଆଲୋଚନା କରୁଛୁ। ଆମେ ପ୍ରଥମେ ପ୍ରାରମ୍ଭିକ ମ୍ୟାଚ୍ଗୁଡ଼ିକର ସୂଚୀ ଜାରି କରିବୁ।
ପରବର୍ତ୍ତୀ ସମୟରେ ବାକି ରହିଥିବା ମ୍ୟାଚଗୁଡ଼ିକ ପାଇଁ ତାରିଖ ଘୋଷଣା କରାଯିବ। ଚଳିତ ବର୍ଷ ନିର୍ବାଚନ ହେବାକୁ ଥିଲେ ମଧ୍ୟ ପୂରା ଆଇପିଏଲ ଭାରତରେ ହିଁ ଅନୁଷ୍ଠିତ ହେବ।
ଲୋକସଭା ନିର୍ବାଚନ ପାଇଁ ସମ୍ଭବତଃ ଆସନ୍ତାମାସ ଆରମ୍ଭରେ ତାରିଖ ଘୋଷଣା ହୋଇପାରେ। ଏହାପରେ ବାକି ମ୍ୟାଚ୍ଗୁଡ଼ିକର ତାରିଖ ଘୋଷଣା କରାଯିବ।"
୨୦୦୯ରେ ଗୋଟିଏ ଥର ଆଇପିଏଲ ସଂପୂର୍ଣ୍ଣ ଭାବେ ବିଦେଶରେ ଖେଳା ଯାଇଥିଲା। ସେହି ବର୍ଷ ନିର୍ବାଚନ ଥିଲା। ୨୦୧୪ ନିର୍ବାଚନ ବେଳେ ଆଇପିଏଲ କିଛି ମ୍ୟାଚ୍ ୟୁଇଏଇରେ ଆୟୋଜନ କରାଯିବ। ମାର୍ଚ୍ଚ ୨୨ରୁ ଆଇପିଏଲ ଆରମ୍ଭ ହେଉଥିବା ବେଳେ ମେ' ୨୬ରେ ଫାଇନାଲ ମ୍ୟାଚ୍ ଖେଳାଯିବ।