ଆୟୋଜିତ ହେଲା ବାଳିକା ପ୍ରଶିକ୍ଷଣ ଶିବିର
ଜ୍ଞାନପ୍ରଭା ମିଶନ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ବାଳିକା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କେନ୍ଦ୍ରାପଡ଼ା - ଗୋଟେ ନାରୀ ବିନା ସୃଷ୍ଟି ଅସମ୍ଭବ, ନାରୀଟିଏ ଫୁଲ ପରି କୋମଳ ସେହି ନାରୀ ସମୟ ଆସିଲେ ନିଆଁ ଠାରୁ ଵି ଅଧିକ ଆଗ୍ନେୟଗିରି ପରି ହୋଇଥାଏ, ଆଜିର ସମାଜରେ ନାରୀମାନେ କେମିତି ଆଗକୁ ଯିବେ ନିଜର ସାମର୍ଥ୍ୟ ରେ ନିଜେ ଲଢିବେସେ ସମ୍ପର୍କରେ ଆଲୋଚନା ହୋଇଥିଲା,କେନ୍ଦ୍ରାପଡ଼ା ବ୍ଲକ ଅରୁଆ ଗ୍ରାମରେ ଜ୍ଞାନପ୍ରଭା ମିଶନ ଆନୁକୂଲ୍ୟରେ ପ୍ରତିଷ୍ଠିତ ହରିହରାନନ୍ଦ ବାଳା ଆଶ୍ରମ ପରିସରରେ ରାଜ୍ୟର 936ଟି ଆଦର୍ଶ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ବାଳିକା ପ୍ରଶିକ୍ଷଣ ଶିବିର (ଶକ୍ତି ରୁପେଣ ସଂସ୍ଲିତା )କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି !
ଏହି ପ୍ରଶିକ୍ଷଣ ଶିବିରରେ ଅତିଥିଭାବେ Ifs ପଦ୍ମା ମହାନ୍ତି, ସ୍ୱାମୀ ଗିରିଜା ନନ୍ଦ ଗିରି ଅବସର ପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀଣୀ ଡ଼କ୍ଟର ସୃତି ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମାଜ ରେ ମହିଳାମାନଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
.