ଛାତ୍ରୀମାନଙ୍କୁ ଦିଆଯିବ ପୁଷ୍ଟିକର ମାଣ୍ଡିଆ ଲଡ଼ୁ

ଜ୍ୟରେ ୨୩ ଜିଲ୍ଲାର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲର ଅନ୍ତେଃବାସୀ ଛାତ୍ରୀମାନଙ୍କୁ ପୁଷ୍ଟିକର ମାଣ୍ଡିଆ ଲଡ଼ୁ ପ୍ରଦାନ କରାଯିବ।

ଛାତ୍ରୀମାନଙ୍କୁ ଦିଆଯିବ ପୁଷ୍ଟିକର ମାଣ୍ଡିଆ ଲଡ଼ୁ

ରାଜ୍ୟରେ ୨୩ ଜିଲ୍ଲାର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲର ଅନ୍ତେଃବାସୀ ଛାତ୍ରୀମାନଙ୍କୁ ପୁଷ୍ଟିକର ମାଣ୍ଡିଆ ଲଡ଼ୁ ପ୍ରଦାନ କରାଯିବ। ପ୍ରତି ଛାତ୍ରୀଙ୍କୁ ପ୍ରତିଦିନ ୨ଟି ଲେଖାଏଁ ମାଣ୍ଡିଆ ଲଡ଼ୁ ଦିଆଯିବ। ୨୭୭ ଗୋଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲର ୧୯ ହଜାରରୁ ଅଧିକ ଛାତ୍ରୀ ଉପକୃତ ହେବେ ।

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲର ଅନ୍ତେଃବାସୀ ଛାତ୍ରୀଙ୍କୁ ଦିଆଯିବ ମାଣ୍ଡିଆ ଲଡ଼ୁ ।

ପ୍ରତି ଛାତ୍ରୀଙ୍କୁ ପ୍ରତିଦିନ ୨ଟି ଲେଖାଏଁ ମାଣ୍ଡିଆ ଲଡ଼ୁ ଦିଆଯିବ । ଏହି ଯୋଜନା ଚଳିତ ମାସ ୬ ତାରିଖରୁ ପାଇଲଟ ପ୍ରକଳ୍ପ ଭାବରେ ଆରମ୍ଭ କରାଯିବ । 

ରାଜ୍ୟରେ ୨୩ ଗୋଟି ଜିଲ୍ଲାର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲର ଅନ୍ତେଃବାସୀ ଛାତ୍ରୀମାନଙ୍କୁ ପୁଷ୍ଟିକର ମାଣ୍ଡିଆ ଲଡ଼ୁ ପ୍ରଦାନ କରାଯିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ପ୍ରତି ଛାତ୍ରୀଙ୍କୁ ପ୍ରତିଦିନ ୨ଟି ଲେଖାଏଁ ମାଣ୍ଡିଆ ଲଡ଼ୁ ଦିଆଯିବ । ଏହି କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟରେ ଥିବା ମୋଟ ୨୭୭ଟି କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲ୍‌ର ୧୯ ହଜାର ୬୬୯ ଛାତ୍ରୀ ଉପକୃତ ହେବେ। ଏହା ରାଜ୍ୟ ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକ ପାଇଲଟ୍ ବେସିସ୍ ପ୍ରୋଗ୍ରାମ ଭାବରେ କରାଯିବ । ପିଏମ୍‌ ପୋଷଣ ଯୋଜନାରେ ଏହି କାର୍ଯ୍ୟକ୍ରମ କରାଯିବ । ଏହି ଯୋଜନା ପାଇଁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲର ପାଚିକାମାନେ ମାଣ୍ଡିଆ ଲଡ଼ୁ ପ୍ରସ୍ତୁତ କରିବେ। ଏଥିନିମନ୍ତେ ପାଚିକାମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଏପ୍ରିଲ ମାସରୁ ଜୁଲାଇ ମାସ ପର୍ଯ୍ୟନ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏଥିସହିତ ସେମାନଙ୍କୁ ଲଡ଼ୁ କିପରି ପ୍ରସ୍ତୁତ କରିବେ ସେ ସମ୍ପର୍କରେ ଭିଡିଓ ଚିତ୍ର ମାଧ୍ୟମରେ ଅବଗତ କରାଯାଇଛି ।

ଏହି ଯୋଜନା ଚଳିତ ମାସ ନଭେମ୍ବର ୬ ତାରିଖରୁ ପାଇଲଟ୍‌ ବେସିସ୍‌ରେ ଆରମ୍ଭ କରାଯିବ । ଏହି ଲଡ଼ୁ ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ମାଣ୍ଡିଆ ଆଦି ସାମଗ୍ରୀ ସ୍ଥାନୀୟ ବଜାରରୁ କ୍ରୟ କରି ପାଚିକାମାନେ ଲଡ଼ୁ ପ୍ରସ୍ତୁତ କରିବେ । ସ୍କୁଲ ଚାଲୁଥିବା ଦିନଗୁଡ଼ିକରେ ପିଲାମାନଙ୍କୁ ଦିନକୁ ଦୁଇଟି ଲେଖାଏଁ ଲଡ଼ୁ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। 

ସୂଚନା ଅନୁଯାୟୀ, ଦିନ ଥିଲା ମାଣ୍ଡିଆ ଗରିବଙ୍କ ଖାଦ୍ୟ ଭାବେ ଜଣାଶୁଣା ଥିଲା । କିନ୍ତୁ ଆଜି ଏହା ସମ୍ଭ୍ରାନ୍ତ ପରିବାରର ସ୍ଥାନ ଅକ୍ତିଆର କରିବାକୁ ଲାଗିଛି । ମାଣ୍ଡିଆ ନ୍ୟୁଟ୍ରିସନରେ ଭରପୁର ରହିଥାଏ । ଏହା ସୁସ୍ଥ ଶରୀର ପାଇଁ ଲାଭଦାୟକ ହୋଇଥିବାରୁ ଲୋକେ ମାଣ୍ଡିଆ ଖାଇବାକୁ ବେଶ ପସନ୍ଦ କରୁଛନ୍ତି । ଏପରିକି ବଜାରରେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ବିକ୍ରି ହେଉଛି । ଏଣୁ ରାଜ୍ୟରେ ଥିବା ମାଣ୍ଡିଆ ଚାଷୀମାନଙ୍କୁ କିଭଳି ଭାବରେ ଅଧିକ ପ୍ରୋତ୍ସାହନ ଦିଆଯିବ ସେନେଇ ରାଜ୍ୟ ସରାକର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।