ବାଇକ୍ କୁ ଧକ୍କା ଦେଲା ବାଇକ୍, ୪ ଜଣ ଗୁରୁତର 

କନ୍ଧମାଳ ଜିଲ୍ଲା ଟିକାବାଲି ଇଲେକ୍ଟ୍ରି ଅଫିସ୍ ସମୂଖରେ ବାଇକ୍ କୁ ବାଇକ୍ ଧକା ହେବାରୁ ଶିଶୁ ସମେତ ୪ ଜଣ  ଗୁରୁତର ହୋଇଥିବା ଜଣାପଡିଛି

ବାଇକ୍ କୁ ଧକ୍କା ଦେଲା ବାଇକ୍, ୪ ଜଣ ଗୁରୁତର 

କନ୍ଧମାଳ ଜିଲ୍ଲା ଟିକାବାଲି ଇଲେକ୍ଟ୍ରି ଅଫିସ୍ ସମୂଖରେ ବାଇକ୍ କୁ ବାଇକ୍ ଧକା ହେବାରୁ ଶିଶୁ ସମେତ ୪ ଜଣ  ଗୁରୁତର ହୋଇଥିବା ଜଣାପଡିଛି। ପ୍ରକାଶ ଥାଉକି ତେଙ୍ଗେଡାପଥର ପଟୁ ଆସୁଥିବା ଦୃତ ଗତିରେ ବାଇକ୍ କୁ ବାଇକ୍ ଧକ୍କା ହେବା  ଫଳରେ ଅଚେତ ଅବସ୍ଥାରେ ପଡିଥିବା ଦେଖି   ସ୍ଥାନିୟ ଲୋକ ପ୍ରଥମେ ଅଗ୍ନିଶମ ଏବଂ ଟିକାବାଲି ହୁମାନିଟି ସଦସ୍ୟ ହିର ନାୟକ,ନିଳମାଧବ ପାତ୍ର ଙ୍କୁ ଖବର ଦେଇଥିଲେ । ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ଉଧାରକରି ପ୍ରଥମେ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ । ଘଟଣା ସ୍ଥଳରେ ତାଙ୍କର ଦେହ ବହୁତ ଅସୁସ୍ଥତା ହେବା ପରେ ୪ ଜଣକୁ ଫୁଲବାଣି ମୂଖ୍ୟ ଚିକିତ୍ସା ଳୟକୁ ସ୍ଥାନାନ୍ତ୍ରର କରିଥିବା ଜଣାପଡିଛି। ଦୂର୍ଘଟଣା ହୋଇଥିବା ବ୍ୟକ୍ତି ମାନେ ହେଲେ ଟିକାବାଲି  ଅନ୍ତର୍ଗତ ବେହେରା ଗାଁର ରୁପେସ୍ ଦିଗାଲ, ବୟସ ( ୪୦) ମାଁ ନର୍ମଦା ଦିଗାଳ( ୬୦) ବୟସ ଏବଂ ଟିକାବାଲି ମେଡିକା ଛକର ରମେଶ ଚନ୍ଦ୍ର ପୃଷ୍ଟି, (୪୦) ବୟସ ଓ ତାଙ୍କର ସାନପୁଅ ଆରୁସ୍ ପୃଷ୍ଟି ବୋଲି ଜଣାପଡ଼ିଛି ।

କନ୍ଧମାଳ ଜିଲ୍ଲା ଟିକାବାଲି ରୁ ସାନୁଜ ବେହେରା ଙ୍କ ରିପୋଟ୍