କୃଷି କ୍ରାନ୍ତି କୁ ନେଇ ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଟିତ।
ବଲାଙ୍ଗୀର ଜିଲ୍ଲାର ବ୍ଲକ ଅଧିନସ୍ଥ ଅଦାବାହାଲ ଓ ମହୁଲପଡ଼ା ରେ ସ୍ବତନ୍ତ୍ର ଗ୍ରାମ ସଭା ଆୟୋଜକ କରିଥିଲେ ଲୋକ ଉନ୍ନତି ସଂଗଠନ

ବଲାଙ୍ଗୀର/ଟିଟିଲାଗଡ,ତା୧୫-୦୮: ବଲାଙ୍ଗୀର ଜିଲ୍ଲାର ବ୍ଲକ ଅଧିନସ୍ଥ ଅଦାବାହାଲ ଓ ମହୁଲପଡ଼ା ରେ ସ୍ବତନ୍ତ୍ର ଗ୍ରାମ ସଭା ଆୟୋଜକ କରିଥିଲେ ଲୋକ ଉନ୍ନତି ସଂଗଠନ । ଗ୍ରାମ ସଭା ର ମୂଖ୍ୟ ଦାବି ଥିଲା ଦ୍ଵିତୀୟ ଫସଲ ଉପରେ ଯାହାକି ପ୍ରତି ବର୍ଷ ,ଅକ୍ଟୋବର ସୁଦ୍ଧା ମୁଗ , ବିରି କୋଳଥ ମଞ୍ଜି ଯୋଗେଇ ଦେବା,କୃଷି ପାଇଁ ଜଳସେଚନ, କୃଷି ପୋର୍ଟାଲ ପଞ୍ଜିକରଣ ଭଳି ବିଭିନ୍ନ ବିଷୟ ରେ ଆଲୋଚନା ହୋଇ ଥିଲା ।
ଏହି ସଭାରେ ଉପସ୍ଥିତ ଥିଲେ ସରପଞ୍ଚ ଉର୍ବଶୀ ଘିବେଲା, ଜି ଆର ଏସ ବୁଲୁ ପ୍ରଧାନ, ବ୍ଲକ ବିପିଏମ ଅଞ୍ଜୁମ୍ କୁମାର ଅବସର ପ୍ରାପ୍ତ ସୈନିକ ସଚ୍ଚିକାନ୍ତ ବେହେରା, କୃଷକ ସାଥୀ ବବିତା ବେହେରା, ମଞ୍ଜୁ ତ୍ରୀପାଠୀ ସଂଗଠନ ବ୍ଲକ ସଂଯୋଜିକା ମମତା ପାଣିଗ୍ରାହୀ , ସାଥୀ ଯମୁନା ପ୍ରଧାନୀ,କନକ ପ୍ରଧାନି,ତଥା ବିଭିନ୍ନ ପଦ, ପଦବୀ କାର୍ଯ୍ୟକର୍ତ୍ତା ଓ ଗ୍ରାମ ସଦସ୍ୟ, ସଦସ୍ୟା ଉପସ୍ଥିତ ରହିଥିଲେ ।
ବଲାଙ୍ଗୀର ଟିଟିଲାଗଡ ରୁ ସନ୍ତୋଷ ନାୟକ ଙ୍କ ରିପୋର୍ଟ