କ୍ରମାଗତ ମନ୍ଦିର ରୁ ଚୋରି
ଦିନ ଦୁଇପ୍ରହର ରେ କ୍ରମାଗତ ମନ୍ଦୀର ରୁ ଚୋରି ସତ୍ତ୍ବେ ପୋଲିସ କାର୍ଯ୍ୟନୁଷ୍ଠାନ ସୁନ ନେଇ ଅସନ୍ତୋଷ ।

ବଲାଙ୍ଗୀର/ଟିଟିଲାଗଡ,ତା୦୧-୦୯: ଦିନ ଦ୍ୱିପ୍ରହର ରେ ମନ୍ଦିର କବାଟ ଭାଙ୍ଗି ଭିତରେ ପଶି ମନ୍ଦିର ସାମଗ୍ରି ଚୋରି କରି ଚାଲି ଗଲେ ଦୁର୍ବୃତ,ହେଲେ ଚୋରି କରି ଥିବା ଉକ୍ତ ଅଭିଯୁକ୍ତ ଭିତର ଆଉ ଏକ ମୁଖ୍ୟ କବାଟ ଭାଙ୍ଗି ନ ପାରି ତାର ପର ଦିନ ପୁନଃ ସବୁ ସାମଗ୍ରୀ ଚୋରି କରିନେବା ଭଳି ଘଟଣା ନଜର କୁ ଆସିଛି।
ପ୍ରକାଶ ଯେ, ଚୋର ରାତି ରେ ଚୋରି କରିବା ଜଣାଯାଏ ହେଲେ କ୍ରମାଗତ ଭାବରେ ଦିନ ଦ୍ୱିପ୍ରହର ରେ ଟିଟିଲାଗଡ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ଥିବା କାଳୀ ମନ୍ଦିର ରୁ ଗତ ୮ ତାରିଖ ଦିନ ରେ କିଛି ଦୁର୍ବୃତ୍ତ ଚୋରି କରିବା ଓ ଆଉ ଏକ କବାଟ ଖୋଲି ନ ପାରି ଚାଲିଯାଇ ଥିଲେ । ମନ୍ଦିର ପୂଜକ ଶ୍ରୀ ଅଦ୍ରିଶ୍ୱରାନନ୍ଦ ସ୍ବାମୀ ଗତ ମାସ ୮ ତାରିଖ ରେ ଏହି ଚୋରି ନେଇ ଟିଟିଲାଗଡ ଥାନା ରେ ଅଭିଯୋଗ କରିଥିଲେ । ପୋଲିସ ଉକ୍ତ ଅଭିଯୋଗ ପାଇଥିବା ପର ଦିନ ୯ ତାରିଖ ଠିକ୍ ପୂର୍ବବତ ଉକ୍ତ ଦୁର୍ବୃତ୍ତ ଆସି ମନ୍ଦିର ର ଉକ୍ତ ମୁଖ୍ୟ ଦ୍ଵାର କବାଟ ଭାଙ୍ଗି ନଗଦ ୪୦ ହଜାର ସହ ସୁନା, ରୂପା ଅଳଙ୍କାର ସବୁ ନେଇ ଫେରାର ହୋଇ ଯାଇଥିଲେ। ମନ୍ଦିର ପୂଜକ ଶ୍ରୀ ନନ୍ଦ ପୁନଃ ମଦିର ରୁ ଚୋରି ଜିନିଷ ନେଇ ଥାନା ରେ ଜଣାଇ ଥିଲେ । ହେଲେ ପୋଲିସ ପକ୍ଷରୁ ବର୍ତମାନ ସୁଦ୍ଧା କିଛି ପଦକ୍ଷେପ ଗ୍ରହଣ ନ କରି ଥିବା ବେଳେ ଏକୁଟିଆ ମନ୍ଦିର ପୂଜକ ଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଆମ ନିକଟରେ ଜଣାଇ ପୋଲିସ ପକ୍ଷରୁ ଏଭଳି ଖାମ୍ ଖିଆଲ ନୀତି କେତେ ଯୁକ୍ତି ଯୁକ୍ତ ବୋଲି ପ୍ରକାଶ କରିଛନ୍ତି।
ସେହିପରି ଉକ୍ତ ଚୋରି ରେ ସଂଶ୍ଳିଷ୍ଟ ଯୁବକ ଖୋଲା ଖୋଲି ଉକ୍ତ ସାମଗ୍ରୀ ବିକ୍ରି କରିବା ଚେଷ୍ଟା ଚଳାଇଥିବା ଓ ଏକ ନିର୍ଦ୍ଦିଷ୍ଟ ସ୍ଥାନ ରେ ଗଛିତ ରଖିଥିବା ଜାଣି ପୋଲିସ କୁ ସୂଚନା ଦେଇଥିଲେ। ହେଲେ ପୋଲିସ ନିକଟକୁ ବାରମ୍ୱାର ଧାଇଁ ନିରାଶ ହୋଇ ଚାଲିବା ସାର ହୋଇଛି।
ଏ ନେଇ ବିଭାଗୀୟ ମୁଖ୍ୟ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରୁ ଦୃଢ଼ ଦାବି ସହ ଘଟଣା ର ନିନ୍ଦା କରାଯାଉଛି।
ରିପୋର୍ଟ,ସନ୍ତୋଷ କୁମାର ନାୟକ