ମାନବିକତା ହରାଇଲା ବ୍ୟାଙ୍କ୍, ସମୟ ନ ଦେଇ ବଳପୂର୍ବକ ବେଦଖଲ
ମାମଲା କୋର୍ଟରେ ଥିବା ସତ୍ତ୍ଵେ ପୋଲିସ୍ ଲଗାଇ ବଳପୂର୍ବକ ଋଣ ଗ୍ରହୀତା ଙ୍କୁ ଘରୁ ବେଦଖଲ କରିବା ଉଦ୍ୟମ । ୪ଟି ଟ୍ରକ୍ ଲଗାଇ ଆସବାବପତ୍ର ବୋହି ନେଲେ, ଗୋଟିଏ ଫେରାଇଲେ , ୩ଟି ଟ୍ରକ୍ ଗାଏବ୍ ।

ଋଣ ନିଆଯାଇଛି ନିଶ୍ଚିନ୍ତ ସୁଝାଯିବ , ସେଥିପାଇଁ ସମୟ ଦେବା ଆବଶ୍ୟକ, ତଥାପି ସମୟ ଗଡ଼ିଗଲେ ମଧ୍ୟ ମାନବିକତା ଦୃଷ୍ଟି କୋଣରୁ ଆହୁରି କିଛି ସମୟ ଦେବା କଥା କିନ୍ତୁ ଏକ ପ୍ରତିହିଂସା ପରାୟଣ ହୋଇ ଋଣ ଗ୍ରହିତା ଙ୍କ ଉପରେ ଜୁଲମ୍ କରିବା ନିହାତି ଏକ ଅମାନୁଷିକ କାର୍ଯ୍ୟ , ଯାହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ପାରାଦୀପ ଅଞ୍ଚଳରେ।
ପ୍ରଥମେ ବ୍ୟାଙ୍କ୍ ର ନାମ ଆନ୍ଧ୍ର ବ୍ୟାଙ୍କ୍ ଥିଲା ପରେ ଏହା ୟୁନିୟନ୍ ବ୍ୟାଙ୍କ୍ ସହିତ ମିଶିଗଲା। ତେବେ ଏହି ଆନ୍ଧ୍ର ବ୍ୟାଙ୍କ୍ ପାରାଦୀପ ରେ ବ୍ୟବସାୟ କରୁଥିବା ବେଳେ ମାନସ ସ୍ବାଇଁ ଙ୍କୁ କିଛି ଟଙ୍କା ଋଣ ଆକାରରେ ପ୍ରଦାନ କରିଥଲା । କାହିଁକି ନା ମାନସ ହେଉଛନ୍ତି ଆନ୍ଧ୍ର ବ୍ୟାଙ୍କ୍ ର ରିତିମତ ଗ୍ରାହକ ଏବଂ ସେ ବ୍ୟାଙ୍କ୍ ଆରମ୍ଭ ରୁ ହିଁ ଦେଣନେଣ କରି ପାରାଦୀପ ରେ ଏକ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ଖ୍ୟାତି ଅର୍ଜ୍ଜନ କରିଥିଲେ। ତେବେ ମଣିଷ ଜୀବନରେ ଉତ୍ଥାନ ପତନ ରହିଛି, କାହାର କେଉଁ ସମୟରେ ଖରାପ୍ ସମୟ ମଧ୍ୟ ପଡ଼ିଥାଏ। ଯେମିତିକି ଆନ୍ଧ୍ର ବ୍ୟାଙ୍କ୍ ଦେବାଳିଆ ହୋଇ ୟୁନିୟନ୍ ବ୍ୟାଙ୍କ୍ ସହିତ ମିଶିଗଲା ସେହିପରି ମଣିଷ ଜୀବନର ଏକ ଦୁର୍ବଳ ମୁହୁର୍ତ୍ତ କୁ ନେଇ ବ୍ୟାଙ୍କ୍ ଏପରି ଦାଉ ସାଧିବା ନିଶ୍ଚିନ୍ତ ଏକ ନିନ୍ଦନୀୟ କଥା । ଦିନ ଥିଲା ଯେତେ ବେଳେ ଭଲ ସମୟ ଥିଲା ସେତେ ବେଳେ ଏହି ୟୁନିୟନ୍ ବ୍ୟାଙ୍କ୍ ମଧ୍ୟ ମାନସ ସ୍ବାଇଁ ଙ୍କ ଦ୍ବାରସ୍ଥ ହୋଇ ଆକାଉଣ୍ଟ୍ ଖୋଲିବା ପାଇଁ ବାରମ୍ବାର ନିବେଦନ କରିଥିଲା ।
ତେବେ ଯାହା ହେ ଲୋନ୍ ଏଗେନ୍ ଷ୍ଟ୍ ପ୍ରପର୍ଟି ରେ ମାନସ ସ୍ବାଇଁ ତାଙ୍କର ପାରାଦୀପ ଗଡ଼ ସ୍ଥିତ ବାସଭବନ ସମେତ ପୈତୃକ ସଂପତ୍ତି କୁ ବନ୍ଧା ରଖି କିଛି ଋଣ ନେଇଥିଲେ। ପରିସ୍ଥିତି ଖରାପ ହେବାପରେ ବ୍ୟାଙ୍କ୍ ବାରମ୍ବାର ନୋଟିସ ପଠାଇ ତାକୁ ଅନ୍ ଲାଇନ୍ ଅକ୍ସନ୍ କରି ଦେଇଥିଲା ଯାହାକୁ ଅନ୍ ଲାଇନ୍ ବିଡିଂ ରେ ଆଉ ଜଣେ ଏହି ପ୍ରପର୍ଟି କୁ ମାତ୍ର ୨କୋଟୀ ୬୭ଲକ୍ଷରେ ନିଲାମ ଧରିଥିଲା । ଯେଉଁଠି ଏହି ପ୍ରପର୍ଟି ର ମୁଲ୍ୟ ପ୍ରାୟ ୧୦ କୋଟି ରୁ ଉର୍ଦ୍ଧ ହେବ କିନ୍ତୁ ତାକୁ ଚଞ୍ଚକତା କରି ବ୍ୟାଙ୍କ୍ ଏତେ କମ୍ ରେଟ୍ ରେ ବିଡିଂ ଗ୍ରହଣ କରିବା ନିଶ୍ଚିନ୍ତ ଏକ ସନ୍ଦେହ ଜନକ ପରିସ୍ଥିତି ସୃଷ୍ଟି କରିଛି ।
ତେବେ ବ୍ୟାଙ୍କ୍ ନିଲାମ ଡାକିବା ନେଇ ଖବର ପାଇବା ପରେ ମାନସ ଙ୍କ ଭାଇ ମଳୟ ସ୍ବାଇଁ ଏନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏନେଇ ୟୁନିୟନ୍ ବ୍ୟାଙ୍କ୍ ସହିତ ପର୍ଯ୍ୟାୟ କ୍ରମେ ଶୁଣାଣୀ ଚାଲିଥିବା ବେଳେ ଆଜି ଅର୍ଥାତ୍ ମେ ମାସ ୧ତାରିଖ ଶ୍ରମିକ ଦିବସ ଦିନ ୟୁନିୟନ୍ ବ୍ୟାଙ୍କ୍ କର୍ତ୍ତୃପକ୍ଷ, କୁଜଙ୍ଗ ଅତିରିକ୍ତ ତହସିଲଦାର ଏବଂ ପାରାଦୀପ ଲକ୍ ଥାନା ଅଧିକାରୀ ସଦଳବଳେ ଉକ୍ତ ପାରାଦୀପ ଗଡ଼ ଘରେ ପହଞ୍ଚି ଫିଜିକାଲ୍ ପଜେସନ୍ ନେବାକୁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏପରିକି ଘରେ ଥିବା ମହିଳା ମାନଙ୍କୁ ଜୋର ଜବରଦସ୍ତ ବାହାରକୁ ଟାଣି ଆଣି ଘରର ଅନ୍ୟ ସଦସ୍ୟ ମାନଙ୍କୁ ପୋଲିସ୍ ଲଗାଇ ବଳପୂର୍ବକ ବାହାର କରିଦେଇଛନ୍ତି ବୋଲି କାନ୍ଦି କାନ୍ଦି କହିଛନ୍ତି ।
ତେବେ ବଳପୂର୍ବକ ଭାବରେ ଅନ୍ୟ କାହାର ଶ୍ରମିକ ଆଣି , ଅନ୍ୟ କାହାର ଏକ କୋଇଲା ଟ୍ରକ୍ ଆଣି ଘରର ମୁଲ୍ୟବାନ୍ ଆସବାବପତ୍ର ଓ ସାମଗ୍ରୀ ସବୁ ବୋହି ନେଇଥିଲେ । ତେବେ ରିକଭରି ଟ୍ରିବ୍ୟୁନାଲ୍ କୋର୍ଟର ଏକ ଅର୍ଡର୍ କପି ଘରର ଅନ୍ୟ ପୁରୁଷ ସଦସ୍ୟ ଓ ବନ୍ଧୁ ପରିଜନ ମାନେ ବାରମ୍ବାର ଦେଖାଇଥିଲେ ସୁଦ୍ଧା ସେ ଅର୍ଡର୍ କପି କୁ ମାଜିଷ୍ଟ୍ରେଟ ଓ ଲକ୍ ଥାନା ଅଧିକାରୀ ଏବଂ ବ୍ୟାଙ୍କ୍ କର୍ତ୍ତୃପକ୍ଷ କେହି ମାନି ନଥିଲେ । କାହିଁକି ନା ଉକ୍ତ ଅର୍ଡର୍ କପି ରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ରହିଥିଲା ।
ତେବେ ଏହାକୁ କେହି ମାନୁଥିବା ବେଳେ ଖବର ପାଇ କିଛି ଗଣମାଧ୍ୟମର ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏମିତିକି ଏହି ଖବର ପ୍ରଚାରିତ ହେବା ପରେ ଗାଁ ରୁ ବିଭିନ୍ନ ମୁରବୀ ଶ୍ରେଣୀୟ ଲୋକେ ଓ ବନ୍ଧୁ ପରିଜନ ଏବଂ ମାନେ ଘଟଣା ସ୍ଥଳରେ ପହଞ୍ଚି ବ୍ୟାଙ୍କ୍ କର୍ତ୍ତୃପକ୍ଷ ଓ ଅତିରିକ୍ତ ତହସିଲଦାର ଓ ଲକ୍ ଥାନା ଅଧିକାରୀ ଙ୍କ ସହ ଯୁକ୍ତି ବାଢ଼ିଥିଲେ । ତେବେ ପଜେସନ୍ ନ ନେଇ ପାରି ଘଟଣା ସ୍ଥଳରୁ ସରକାରୀ ଅଧିକାରୀ ଓ ପୋଲିସ ଘଟଣାସ୍ଥଳରୁ ତୁରନ୍ତ ଅପସରି ଯାଇଥିଲେ । ତେବେ ଘରୁ କାଢି ନେଇଥିବା ୪ଟି ଟ୍ରକ୍ ରୁ ଗୋଟିଏ ଟ୍ରକ୍ ଫେରିଥିବା ବେଳେ ଆଉ ୩ଟି ଟ୍ରକ୍ କୁଆଡେ କିଏ ଗାଏବ୍ କରି ରଖିଥିଲେ ସେନେଇ କୌଣସି ସୁଚନା ମିଳିନାହିଁ । ଯାହାକୁ ନେଇ ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ସହ ପରିବାର ସଦସ୍ୟମାନେ ଅନ୍ୟ ମାନଙ୍କ ଆଗରେ ବଖାଣି ଥିଲେ ।
ତେବେ ଏପରି ପରିସ୍ଥିତି ନେଇ ଆମେ ବ୍ୟାଙ୍କ୍ କର୍ତ୍ତୃପକ୍ଷ, ଅତିରିକ୍ତ ତହସିଲଦାର ଓ ପାରାଦୀପ ଲକ୍ ଥାନା ଅଧିକାରୀ ଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରିଥିଲୁ କିନ୍ତୁ ସମସ୍ତେ ଗଣମାଧ୍ୟମ କୁ ଦେଖି ଛତ୍ରଭଙ୍ଗ ଦେଇଥିବାରୁ କାହାର ପ୍ରତିକ୍ରିୟା ମିଳିପାରିନାହିଁ। ଭବିଷ୍ୟତ ରେ ଯୋଗା ଯୋଗ କରି ସଂଗ୍ରହ କରିବାକୁ ଚେଷ୍ଟା କରିବୁ ।
ତେବେ ଯିଏ ୠଣ କରିଛି ତାର ସୁଝିବାର ମାନସିକତା ମଧ୍ୟ ରହିଛି କିନ୍ତୁ ଗୋଟିଏ ହାଇଭ୍ୟାଲୁ ପ୍ରପର୍ଟି କୁ ଏପରି ଶାଗ ମାଛ ଦରରେ ଚକ୍ରାନ୍ତ କରି ଏମିତି ହାତେଇ ନେବା କେଉଁ ମଣିଷ ପଣିଆ । ବଡ଼ ବଡ ଶିଳ୍ପସଂସ୍ଥା ମାନେ ଲକ୍ଷ ଲକ୍ଷ କୋଟି ଆତ୍ମସାତ କରୁଥିବା ବେଳେ ତାଙ୍କୁ କିପରି ଋଣ ଛାଡ କରୁଛନ୍ତି, ଏବଂ ନୀରବ ମୋଦୀ ଓ ବିଜୟ ମାଲ୍ୟା ପରି ବ୍ୟବସାୟୀ ଦେଶ ଛାଡି ପଳାଉଥିବା ବେଳେ ସାମାନ୍ୟ ସାଧାରଣ ଲୋକଙ୍କ ଉପରେ ବିଭିନ୍ନ ନିର୍ଯ୍ୟାତନା ଦିଆଯାଉଛି । ତେଣୁ ସବୁ କିଛି ଆଲୋଚନା ପର୍ଯ୍ୟାଲୋଚନା ରେ ସମାଧାନ ନକରି ଏପରି ସରକାରୀ କଳର ଓ ବଳକୁ ନେଇ ଏପରି ଶାରୀରିକ ନିର୍ଯାତନା ଓ ମାନସିକ ଯନ୍ତ୍ରଣା ଦେବାରୁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଏଥିରୁ ନିବୃତ ରହିବା ପାଇଁ ସାଧାରଣ ରେ ଦାବି ହେଉଛି ।