ଯୁଦ୍ଧ କାଳୀନ ଭିତ୍ତିରେ ମରାମତି ହେଲା
ପିପିଏଲ ପାଚେରୀ ରେ ସୃଷ୍ଟି ହୋଇଥିବା କଣା କୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରାଯାଇ ବନ୍ଦ କରିଦିଆଯାଇଛି , ପରିସ୍ଥିତି ସ୍ଵାଭାବିକ

ଯୁଦ୍ଧ କାଳୀନ ଭିତ୍ତିରେ ମରାମତି ହେଲା ପାଚେରୀ ରେ ସୃଷ୍ଟି ହୋଇଥିବା କଣା । ପିପିଏଲ ପାଚେରୀ କୁ ଲାଗି ବହି ଯାଇଥିବା ସାହାରା ପେଣ୍ଠ ମତ୍ସ୍ୟଢିଆ ନଦୀରେ ଏସିଡ୍ ପାଣି ଲିକ୍ ହୋଇ ପ୍ରଦ୍ୟୁଷିତ ହୋଇଥିବା ଜଳ ନେଇ ହେଉଥିବା ଚର୍ଚ୍ଚା କୁ ପିପିଏଲ ପକ୍ଷରୁ ଖଣ୍ଡନ କରାଯାଇଥିବା ବେଳେ ଏନେଇ ପାଚେରୀ ରେ ସୃଷ୍ଟି ହୋଇଥିବା ଏକ କଣାକୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରାଯାଇଛି । ତେବେ ଏହା କୌଣସି ଏସିଡ୍ ପାଣି ନୁହେଁ ଏହା ଗଚ୍ଛିତ ହୋଇ ରହିଥିବା ବୋଲି ପିପିଏଲ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । କିନ୍ତୁ ଯେହେତୁ ପାଚେରୀ ପାଖ ଦେଇ ମତ୍ସ୍ୟଢିଆ ନଦୀ ବହି ଯାଇଛି ସେଥିପାଇଁ ସେଥିରେ ଥିବା ମତ୍ସ୍ୟ ସମ୍ପଦ ତଥା ଜଳଜୀବ ଙ୍କ ସୁରକ୍ଷା ପାଇଁ ପିପିଏଲ ପକ୍ଷରୁ ଉଚିତ୍ ପଦକ୍ଷେପ ଗ୍ରହଣ କରାଯାଇ ତୁରନ୍ତ ପଦକ୍ଷେପ ନିଆଯାଇଛି। ଯାହାକୁ ନେଇ ମତ୍ସ୍ୟଜୀବୀ ମାନେ ପିପିଏଲ କୁ ସାଧୁବାଦ ଜଣାଇବା ସହିତ ପିପିଏଲ ଖବର ପାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିବାରୁ ସବୁ ମହଲରେ ସ୍ବାଗତ କରାଯାଇଛି। ତେବେ ଯେଉଁ ପରିମାଣର ମାଛ ମରିବା ନେଇ ଆଶଙ୍କା କରାଯାଉଥିଲା ସେପରି କିଛି ହୋଇନାହିଁ ବରଂ ସମୟାନୁକ୍ରମରେ ତ୍ଵରିତ ପଦକ୍ଷେପ ନେବା ଫଳରେ ତାକୁ ରୋକାଯାଇ ପାରିଛି ବୋଲି ପିପିଏଲ ପକ୍ଷରୁ କର୍ପୋରେଟ୍ ବ୍ୟାପାର ମୁଖ୍ୟ ସୁଧୀର ରଞ୍ଜନ ମିଶ୍ର କହିଛନ୍ତି । ତେବେ ଆଜି ସକାଳୁ ମତ୍ସ୍ୟଜୀବୀ ମାନେ ଉକ୍ତ ନିର୍ଗତ ଜଳ ସ୍ଥାନ ପରିଦର୍ଶନ କରି ବେଶ୍ ଆଶ୍ବସ୍ତି ଲାଭ କରିବାସହ ପରିସ୍ଥିତି ସ୍ବାଭାବିକ ହୋଇଥିବାରୁ ସମସ୍ତେ ପିପିଏଲ ର ପଦକ୍ଷେପ କୁ ଭୁୟସୀ ପ୍ରଶଂସା କରିଛନ୍ତି।