ବୃଦ୍ଧା ଆଶ୍ରମ ରେ ଖାଦ୍ୟ ବଣ୍ଟନ 

ସହଯୋଗ ପରିବାର ତରଫରୁ ବୃଦ୍ଧା ଆଶ୍ରମ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ 

ବୃଦ୍ଧା ଆଶ୍ରମ ରେ ଖାଦ୍ୟ ବଣ୍ଟନ 

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର‌ ସହଯୋଗ ପରିବାର ତରଫରୁ    ଆଜି " ସହଯୋଗ" ପରିବାର ର ବରିଷ୍ଠ ଉପଦେଷ୍ଟା ତଥା ସମାଜସେବୀ ରବି ନାରାୟଣ ବେହେରା ଙ୍କ ଭାଇ ଅନିରୁଦ୍ଧ ବେହେରାଙ୍କ ଶ୍ରାଦ୍ଧ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ଓଗାଳପୁର ସ୍ଥିତ ବୃଦ୍ଧା ଆଶ୍ରମ ଅନ୍ତେବାସୀଙ୍କୁ ପାଉଁରୁଟି, ବିସ୍କୁଟ, କ୍ଷୀର, ମୁଢ଼ି, ପାଣି ବୋତଲ, ବ୍ରଶ, ଟୁଥ ପେଷ୍ଟ ଓ ବାସନ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆମର ସକ୍ରିୟ ସଭ୍ୟ ବିଶ୍ଵନାଥ ଭୂୟାଁ, ପ୍ରତ୍ୟୁଷ କୁମାର ସାମନ୍ତରାୟ, ପ୍ରଭାକର ଜୟସିଂହ ଓ ମୃତ୍ୟୁଞ୍ଜୟ ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ। ଆବାହକ ହିମାଂଶୁ ଭୁଷଣ ଚମ୍ପତିରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ