ଅନନ୍ତନାଗ ଏନକାଉଣ୍ଟର: ଆଉ ଜଣେ ଯବାନ ସହିଦ୍

ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗତ ତିନି ଦିନ ଧରି ଚାଲିଥିବା ସଂଘର୍ଷରେ ନିଖୋଜ ଜଣେ ଯବାନଙ୍କ ମୃତଦେହ ମିଳିଛି

ଅନନ୍ତନାଗ ଏନକାଉଣ୍ଟର: ଆଉ ଜଣେ ଯବାନ ସହିଦ୍

ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗତ ତିନି ଦିନ ଧରି ଚାଲିଥିବା ସଂଘର୍ଷରେ ନିଖୋଜ ଜଣେ ଯବାନଙ୍କ ମୃତଦେହ ମିଳିଛି । ଏଥିସହ ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟରରେ ସହିଦ୍ ଯବାନଙ୍କ ସଂଖ୍ୟା ଚାରିକୁ ବୃଦ୍ଧି ପାଇଛି। ଏହି ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ସେନାର ପାଞ୍ଚ ଜଣ ଯବାନ ଆହତ ହୋଇଛନ୍ତି। ସେନା ସମଗ୍ର ଅଞ୍ଚଳକୁ ଚାରିଆଡୁ ଘେରି ଅପରେସନ ଜୋରଦାର କରିଛି ।

ଏହି ଏନକାଉଣ୍ଟରରେ ଉଜୀର ଖାନ ନାମକ ଜଣେ ସ୍ଥାନୀୟ ଆତଙ୍କବାଦୀ ସମ୍ପୃକ୍ତ ଥିବା ଜମ୍ମୁ କାଶ୍ମୀର ପୋଲିସ କହିଛି। ଏହାଛଡ଼ା ଏଥିରେ ବିଦେଶୀ ଆତଙ୍କବାଦୀଙ୍କ ସମ୍ପୃକ୍ତି ମଧ୍ୟ ନିଶ୍ଚିତ ହୋଇଛି। ଦ୍ୱିତୀୟ ଆତଙ୍କବାଦୀଙ୍କୁ ଖୋଜା ଚାଲିଥିବାବେଳେ ସୁରକ୍ଷା ବାହିନୀ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରିବାରେ ସଫଳ ହୋଇଛନ୍ତି ବୋଲି ଜଣାପଡ଼ିଛି ।