ମାଙ୍କଡ଼ା ପଥର ଚୋରା ଚାଲାଣ ବେଳେ ଚାରୋଟି ଗାଡି ଜବତ
ମାଙ୍କଡ଼ା ପଥର ଚୋରା ଚାଲାଣ ବେଳେ ଚାରୋଟି ଗାଡି ଜବତ

ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅଂଚଳରେ ମାଙ୍କଡ଼ ପଥର ଚୋରା ଚାଲାଣକୁ ନେଇ ଜଂକିଆ ପୋଲିସ ତାର ଚଢାଉ ଅବ୍ୟାହତ ରଖିଛି। ଆଜି ଉକ୍ତ ଥାନା ଅଧିନ ସିକୋ ଫାଣ୍ଡି ଗୋଡା ରାଇମୂଳ ଇଲାକାର ମାଙ୍କଡା ପଥର ଚୋରା ଚାଲାଣ ବେଳେ ଚାରୋଟି ଗାଡି ଜବତ କରିଛି। ପୋଲିସ ଅତର୍କିତ ଚଢାଉ ଦେଖି ମାଫିଆମାନେ ଗାଡି ଛାଡି ଦୌଡ଼ି ପଳାଇଥିଲେ । ଫଳରେ ଘଟଣାସ୍ଥଳରୁ ୩ଟି ୪୦୭ ଓ ଗୋଟିଏ ୧୬୦୯ ଟ୍ରକ ଜବତ କରି ଚାରୋଟି ମାମଲା ରୁଜୁ କରିଥିବା ଜଣାଇଛନ୍ତି ଜଂକିଆ ଥାନା ନିରୀକ୍ଷକ।
ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ