ପୁଣି ମିଳିଲା ହରିଣ ର ମୃତଦେହ , ମୃତ୍ୟୁ ର କାରଣ ନେଇ ସନ୍ଦେହ

ସ୍ଥାନୀୟ ଅଞ୍ଚଳରେ ବିଷାକ୍ତ ଜଳବାୟୁ ନା ଚୋରା ଶିକାରି ଙ୍କ ଦୌରାତ୍ମ , ବନ ବିଭାଗ ର କାର୍ଯ୍ୟକଳାପ ନେଇ ସାଧାରଣରେ ପ୍ରଶ୍ନ ?

ପୁଣି ମିଳିଲା ହରିଣ ର ମୃତଦେହ , ମୃତ୍ୟୁ ର କାରଣ ନେଇ ସନ୍ଦେହ

ସାଧାରଣ ରେ ଉଦବେଗ !!! 

ଗତ କିଛି ଦିନ ହେବ ଲକ୍ଷ କରାଯାଇଛି ଏକାଧିକ ହରିଣଙ୍କ ଖାଲି ମୃତଦେହ ଉଦ୍ଧାର କରାଯାଉଛି , କେଉଁଠି ପିପିଏଲ୍ ସାର କାରଖାନା ପରିସରରେ ତ ଆଉ କେଉଁଠି ଆଇଓସିଏଲ୍ ତୈଳ ବିଶୋଧନାଗାର ପରିସରରେ, କେତେ ବେଳେ କେଉଁ ଡ୍ରେନ୍ ପାଣିରେ ତ ଆଉ କେତେ ବେଳେ କାହା ବାଡି ବଗିଚାରେ ତେବେ ବାରମ୍ବାର ଏପରି ମଲା ହରିଣ ମିଳିବା ନେଇ ସାଧାରଣରେ ପ୍ରଶ୍ନ ???

କାହିଁକି ମରୁଛନ୍ତି ଏ ନୀରିହ ହରିଣ ? କଣ ପାଇଁ ନୀରିହ ବନ୍ୟଜନ୍ତୁ ଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇ ପାରୁନାହିଁ ? ଏନେଇ ଦାୟିତ୍ଵ ରେ ଥିବା ବନ ବିଭାଗ କରୁଛି କଣ ? ବନ ବିଭାଗର ଅଧିକାରୀମାନଙ୍କ ଜ୍ଞତ ସାରରେ ହେଉଛି ? ନା ବିଭାଗୀୟ ଅଧିକାରୀଙ୍କ ସଲହା ସୁତରାରେ ମଧୁଚନ୍ଦ୍ରିକା କରା ଯାଉଛି ତାକୁ ନେଇ ସାଧାରଣରେ ପ୍ରବଳ ଅସନ୍ତୋଷ ଦେଖା ଯାଇଛି।

ଆଜି ପାରାଦୀପ ଅଭୟଚାନ୍ଦପୁର ଥାନା ନିକଟସ୍ଥ ଏଲ ଆଣ୍ଡ ଟି ପୋଲ ପାଖରେ ଆଜି ସକାଳୁ ଏକ ମୃତ ହରିଣ ଦେଖିବାକୁ ମିଳିଥିଲା। କିଛି ଲୋକ ସକାଳୁ କମ୍ପାନୀ କୁ କାର୍ଯ୍ୟ କରିବାକୁ ଗଲାବେଳେ ଏହି ହରିଣଟି ମରି ପଡିଥିବାର ଦେଖି ଥିଲେ। ଏହି ହରିଣଟି ଦେହରେ କିଛି କ୍ଷତ ଚିହ୍ନ ରହିଥିବାର ଦେଖିବାକୁ ମିଳିଥିଲା। କୌଣସି ଅଜଣା ଗାଡ଼ି ଧକ୍କାରେ ଏହି ହରିଣ ର ମୁତ୍ୟୁ ହୋଇଥିବାର ଅନୁମାନ କରାଯାଉଛି।ତେବେ ଏହି ହରିଣ ଟି ପାଖ ପିପିଏଲ ଜଙ୍ଗଲ ରୁ ଆସିଥିବାର ଅନୁମାନ କରାଯାଉଛି ବୋଲି ସ୍ଥାନୟ ଲୋକେ କହିଛନ୍ତି।