ଧ୍ୱଂସାଭିମୁଖୀ ଜଙ୍ଗଲ ପରିବେଶ

ବଡ଼ବାଲିକଣି ଗ୍ରାମ ପଞ୍ଚାୟତ ର ମହାନଦୀ ପଠା ରେ  ସୃଷ୍ଟି କରାଯାଇଥିବା ଝାଉଁ ଜଙ୍ଗଲ ଏବେ ଧ୍ୱଂସାଭିମୁଖୀ

ଧ୍ୱଂସାଭିମୁଖୀ ଜଙ୍ଗଲ ପରିବେଶ

କାଟି କୁଟି ନେଇ ଗଲେ, ହାଣି ହୁଣି ସଫାକରି ଦେଲେ , ଯେତେ କହିଲେ ବି କେହି ଶୁଣିଲେ ନାହିଁ, ନିଜ ହାତରେ କୁରାଢି ଧରି ନିଜ ଗୋଡ଼କୁ ମାରିବା ସ୍ଥିତିରେ ଅଞ୍ଚଳ ବାସୀ କିନ୍ତୁ ଏନେଇ କହୁଛି କିଏ କି ଯଦି କହିଲ ତାହେଲେ ଶୁଣୁଛି ବା କିଏ ?

ଏମିତି ଏକ ଧ୍ବଂସାଭିମୁଖୀ ଜଙ୍ଗଲ ପରିବେଶ ସୃଷ୍ଟି ହୋଇଛି କୁଜଙ୍ଗ ବନଖଣ୍ଡ ଅଞ୍ଚଳରେ । ବଡ଼ବାଲିକଣି ଗ୍ରାମ ପଞ୍ଚାୟତ ର ମହାନଦୀ ପଠା ରେ  ସୃଷ୍ଟି କରାଯାଇଥିବା ଝାଉଁ ଜଙ୍ଗଲ କୁ କିଛି କାଠ ମାଫିଆ ନିଜର ସ୍ୱାର୍ଥ ନିମନ୍ତେ ,ବିବାହ, ବ୍ରତଘର ଶୁଦ୍ଧିକ୍ରିୟା ଆଦି ଅନେକ କାର୍ଯ୍ୟ ପାଇଁ ଜଙ୍ଗଲ କାଟି ସଫା କରି ଦେଇଛନ୍ତି । ଆଉ କିଛି ଲୋକ ଘରେ ଜାଳେଣି ପାଇଁ ଗଛ କୁ ରୀତିମତ କାଟି ବୋହି ନେଉଛନ୍ତି। ଖାଲି ସେତିକି ନୁହେଁ ଜଙ୍ଗଲ ଏମିତି ଭାବେ କାଟ ହେଉଛି ଯେ ଗହଳି ଭିତରୁ ଗୋଟିଏ ଗୋଟିଏ , କଲେ ଅଧିକ କଟିନେଲେ ଅଭିଯୋଗ ହୋଇଯିବ ସେଥିପାଇଁ ସମ ଦୂରତା ସମନ୍ୱୟ ରକ୍ଷା କରି ମଫିଆ ମାନେ ଏପରି କରନାମା ଚଳାଇଛନ୍ତି ।  

1999 ମସିହା ପୂର୍ବରୁ ଏଠାରେ ଘଞ୍ଚ ଝାଉଁ ଜଙ୍ଗଲ ଥିଲା ବାତ୍ୟା ରେ କିଛି ଗଛ ନଷ୍ଟ ହେବା ଫଳରେ ଲୋକେ ଏହାର ଫାଇଦା ଉଠାଇ ସମ୍ପୁର୍ଣ୍ଣ ଜଙ୍ଗଲ ନଷ୍ଟ କରି ଦେଇଥିଲେ । ପରେ ପୁନର୍ବାର ସରକାର ବନୀକରଣ ଯୋଜନାରେ ଜଙ୍ଗଲ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବ୍ୟାପକ ବୃକ୍ଷ ରୋପଣ କରିଥିଲେ । କିନ୍ତୁ କଣ ହେବ ଗଛ ଲଗାଯିବା ପରେ ପୁଣି ଏବେ ସମାନ ଅବସ୍ଥା ସୃଷ୍ଟି ହୋଇଛି। ଏଥର ବାତ୍ୟା ନୁହେଁ ଲୋକଙ୍କ ପ୍ରକୃତି ହିଁ ଜଙ୍ଗଲ ସଫା କରି ସରିଲାଣି । ନ ଏଥିପ୍ରତି ଅଞ୍ଚଳ ବାସୀଙ୍କ ଦୃଷ୍ଟି ଅଛି ନା ଅଛି ସରକାରଙ୍କର , ଏପରିକି ଜଙ୍ଗଲ ବିଭାଗର ସୁରକ୍ଷା କର୍ମୀ ରହିଥିବା ବେଳେ ସେ କଣ କରୁଛନ୍ତି, କୋଉଠି ଅଛନ୍ତି , ଏବଂ କାହା ପାଇଁ କମ କରୁଛନ୍ତି ତାହା କେବଳ ତାଙ୍କୁ ହିଁ ଜଣା ।