ଜେ ଏସ ଡ ବ୍ଲୁ ପକ୍ଷରୁ ସ୍ଥାନୀୟ ସ୍ପୋର୍ଟସ କ୍ଲବ ମାନଙ୍କୁ କ୍ରୀଡ଼ା ଉପକରଣ ପ୍ରଦାନ

ଜେ ଏସ ଡ ବ୍ଲୁ ପକ୍ଷରୁ ସ୍ଥାନୀୟ ସ୍ପୋର୍ଟସ କ୍ଲବ ମାନଙ୍କୁ କ୍ରୀଡ଼ା ଉପକରଣ ପ୍ରଦାନ

ଜେ ଏସ ଡ ବ୍ଲୁ ପକ୍ଷରୁ ସ୍ଥାନୀୟ ସ୍ପୋର୍ଟସ କ୍ଲବ ମାନଙ୍କୁ କ୍ରୀଡ଼ା ଉପକରଣ ପ୍ରଦାନ
ଜେ ଏସ ଡ ବ୍ଲୁ ପକ୍ଷରୁ ସ୍ଥାନୀୟ ସ୍ପୋର୍ଟସ କ୍ଲବ ମାନଙ୍କୁ କ୍ରୀଡ଼ା ଉପକରଣ ପ୍ରଦାନ
ଜେ ଏସ ଡ ବ୍ଲୁ ପକ୍ଷରୁ ସ୍ଥାନୀୟ ସ୍ପୋର୍ଟସ କ୍ଲବ ମାନଙ୍କୁ କ୍ରୀଡ଼ା ଉପକରଣ ପ୍ରଦାନ
ଜେ ଏସ ଡ ବ୍ଲୁ ପକ୍ଷରୁ ସ୍ଥାନୀୟ ସ୍ପୋର୍ଟସ କ୍ଲବ ମାନଙ୍କୁ କ୍ରୀଡ଼ା ଉପକରଣ ପ୍ରଦାନ

ପାରାଦୀପ _ ପାରାଦୀପ ସ୍ଥିତ ଜେ ଏସ ଡ ବ୍ଲୁ ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳରେ ବିଭିନ୍ନ ପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟ ଜାରି ରହିଛି। ଏଥି ସହିତ ପାରାଦୀପ ସହରାଞ୍ଚଳରେ ମଧ୍ୟ ଅନେକ ପାରିପାର୍ଶ୍ବିକ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଛି। ତେବେ ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ କ୍ରୀଡ଼ା ସଂଗଠନ ପକ୍ଷରୁ ଜେ ଏସ ଡ ବ୍ଲୁ ଫାଉଣ୍ଡେସନକୁ ଖେଳ ଉପକରଣ ଓ ଜର୍ସି ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଥିଲା। ସ୍ଥାନୀୟ ଯୁବଗୋଷ୍ଠୀ ତଥା ଖେଳାଳି ମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ବିଭିନ୍ନ ପ୍ରକାରର ଖେଳ ଉପକରଣ ପ୍ରଦାନ କରାଯାଇଛି। ପାରାଦୀପ ସ୍ଥିତ ମର୍ଣିଙ୍ଗ ଫୁଟବଲ କ୍ଲବରେ ଖେଳୁଥିବା ଜୁନିଅର ପିଲାମାନଙ୍କ ପାଇଁ ୩୪ ଟି ଜର୍ସି ଓ ପାଞ୍ଚଟି ବଲ ପ୍ରଦାନ କରାଯାଇଛି। ଏଥି ସହିତ ଢ଼ିଙ୍କିଆ ସ୍ଥିତ ଜଗନ୍ନାଥ ୟୁଥ୍ କ୍ଳବ୍ କୁ ୧୫ ଟି ଜର୍ସି ଓ ଟୋପି ପ୍ରଦାନ କରାଯାଇଛି।ଏହା ପୂର୍ବରୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ଓ କ୍ରୀଡ଼ା ସଂଗଠନ ମାନଙ୍କୁ ଓ ଜିଲ୍ଲା ପୋଲିସ କନଷ୍ଟେବଳ ଓ ହାବିଲଦାର ସଂଘ କୁ କ୍ରିକେଟ ,କ୍ୟାରମ, ଭଲିବଲ,ଫୂଟବଲ , ବ୍ୟାଡମିଣ୍ଟନ ସହିତ ବିଭିନ୍ନ ଖେଳ ଉପକରଣ ପ୍ରଦାନ କରାଯାଇଛି।

ସେହିପରି ସ୍ବାମୀ ବିବେକାନନ୍ଦ ୟୁଥ୍ କ୍ଳବ୍ ମାହାଳ, ଗୋବିନ୍ଦପୁର ଗାଁର ମା ମଙ୍ଗଳା ୟୁଥ୍ କ୍ଳବ୍,ମା ତେନ୍ତୁଳେଇ କ୍ଲବ, ତ୍ରିନାଥେଶ୍ବର ଆଥଲେଟିକ କ୍ଲବ, ନୁଆଗାଁର ବଟ ମହାପୁରୁଷ ୟୁଥ୍ କ୍ଳବ୍,ହେଲପିଙ୍ଗ ହ୍ୟାଣ୍ଡ, ମହାବୀର କ୍ରିକେଟ କ୍ଲବ,ଡ୍ରିମସ୍ ଲାଇଫ କ୍ଲବ୍, ନୂଆଗାଁ। ବେଙ୍ଗଲ ଟାଇଗର କ୍ରିକେଟ କ୍ଲବ, ପୋଲାଙ୍ଗ ଓ ଗଡ଼ କୁଜଙ୍ଗ ୟୁଥ୍ ଅର୍ଗାନାଇଜେସନ,ମା ମନସା ୟୁଥ୍ କ୍ଳବ୍, ଭୁୟାଁପାଳ, କାର୍ତ୍ତିକେଶ୍ବର ୟୁଥ୍ କ୍ଲବ୍ ପୋଲାଙ୍ଗ , ଶାସ୍ତ୍ରୀଜି ୟୁଥ୍ କ୍ଲବ୍ ପାଟଣା,ଆଣ୍ଟି ମଦର କ୍ଲବ୍, ଗଡ଼କୁଜଙ୍ଗ, ବଜରଙ୍ଗୀ କ୍ରିକେଟ କ୍ଲବ ଯୋଗିସାହି,କୁ କ୍ରିକେଟ ବ୍ୟାଟ,ବଲ ଷ୍ଟମ୍ପ ସେଟ୍,ଗ୍ଲୋବସ, ଭଲିବଲ,କ୍ୟାରମ, ବ୍ୟାଡମିଣ୍ଟନ ଭଳି ବିଭିନ୍ନ କ୍ରୀଡ଼ା ଉପକରଣ ଓ ଜର୍ସି ପ୍ରଧାନ କରାଯାଇଛି।

           ଜେ ଏସ ଡ ବ୍ଲୁ କମ୍ପାନୀ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ଶିକ୍ଷା, ସ୍ବାସ୍ଥ୍ୟ ସହିତ କ୍ରୀଡାକୁ ମଧ୍ୟ ଅଗ୍ରାଧିକାର ଦେଇ ଆସୁଛି। ବିଗତ ବିଶ୍ଵ କପ୍ ହକି ପ୍ରତିଯୋଗୀତାରେ ମଧ୍ୟ ପୃଷ୍ଠପୋଷକ ଭାବେ ସାମିଲ ହୋଇଥିଲା। ତେବେ ଏହି ସବୁ ଖେଳ ଉପକରଣ ପାଇବା ପରେ ମର୍ଣିଙ୍ଗ ଫୁଟବଲ କ୍ଲବରେ ଉପଦେଷ୍ଟା ରବି ଦାସ ଓ ପ୍ରଶିକ୍ଷକ ବିଭୁ ରଞ୍ଜନ ନାୟକ ଜେ ଏସ ଡ ବ୍ଲୁ କୁ ଧନ୍ୟବାଦ ଜଣାଇଛନ୍ତି। ଏଥି ସହିତ ଢ଼ିଙ୍କିଆ ଜଗନ୍ନାଥ ୟୁଥ୍ କ୍ଲବ୍ ର କର୍ମକର୍ତ୍ତା,ମାହାଳ ସ୍ବାମୀ ବିବେକାନନ୍ଦ ୟୁଥ୍ କ୍ଳବ୍ର ସଭାପତି ଆଲୋକ ରାଉତ, ସୁଶାନ୍ତ ଦାସ୍, ସୁଶୀଲ ମହାନ୍ତି ପ୍ରମୁଖ କମ୍ପାନୀ କୁ କୃତଜ୍ଞତା ଜଣାଇବା ସହିତ ଆଗାମୀ ଦିନରେ ସମସ୍ତ ସହଯୋଗ ପ୍ରଦାନ କରିଥିବ ବୋଲି କହିଛନ୍ତି।ଜେ ଏସ ଡ ବ୍ଲୁ ପକ୍ଷରୁ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ଅନେକ କିଛି ଉନ୍ନତି ମୂଳକ କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦିଆଯାଇଛି।