ବିଶ୍ଵ ଇସ୍ପାତ ଶିଳ୍ପରେ ଜେଏସଡବ୍ଲୁ ର ସ୍ଥାନ ସ୍ଵତନ୍ତ୍ର
ସାମ୍ବାଦିକ ମାନଙ୍କୁ ପ୍ଲାଣ୍ଟ୍ ପରିଦର୍ଶନ କରି ବେଶ୍ ପ୍ରଶଂସା ସାଉଁଟିଲା ଜେଏସଡବ୍ଲୁ

ଜଗତସିଂହପୁର ଜିଲ୍ଲାରୁ ଆସିଥିବା ଏକ ଗଣମାଧ୍ୟମ ପ୍ରତନିଧି ଦଳର ତିନି ଦିନିଆ ବିଜୟନଗର ଗସ୍ତ ଶେଷ ହୋଇଛି। ପ୍ରଥମ ଦିନରେ ଜେ ଏସ ଡ ବ୍ଲୁ ର ପ୍ଲଣ୍ଟ ପରିଦର୍ଶନ କରିଥିଲେ। ଲୁହାପଥର ଭଳି ଅନ୍ୟାନ୍ୟ କଞ୍ଚାମାଲକୁ ବ୍ୟବହାର କରାଯାଇ କେଉଁ ଭଳି ଭାବେ ପ୍ରକ୍ରିୟାକରଣ କରାଯାଇ ଷ୍ଟିଲ ଓ ଲୁହା ପ୍ରସ୍ତୁତ କରାଯାଉଛି ତାହା ବୁଲି ଦେଖିଥିଲେ।ଏହା ପରେ jsw ଗ୍ରୁପ ର ପ୍ରତିଷ୍ଠାତା ସ୍ବର୍ଗତ ଓପି ଜିନ୍ଦଲ ସେଣ୍ଟର ପରିଦର୍ଶନ କରିଥିଲେ।ଏଠାରେ ମହିଳା ମାନଙ୍କୁ କିଭଳି ଭାବେ ତାଲିମ ପ୍ରଦାନ କରାଯାଇ jeans pant, jacket ଓ ଅନ୍ୟ ପୋଷାକ ତିଆରି କରିବା , ଅଦରକାରୀ ପ୍ଲାଷ୍ଟିକ ଓ ପଲିଥିନ ରୁ ବିଭିନ୍ନ ପ୍ରକାରର ସୁନ୍ଦର ହାତ ତିଆରି ଜିନିଷ ପ୍ରସ୍ତୁତ କରିହୁଏ ସେ ସବୁକୁ ବୁଲି ଦେଖିଥିଲେ।ଏଥି ସହିତ jsw ପକ୍ଷରୁ ଆଖ ପାଖ ଗାଁରେ କିଭଳି ଭାବରେ ଲୋକମାନଙ୍କ ମୌଳିକ ସୁବିଧା ପାଇଁ ମେଡିକାଲ୍, ସ୍କୁଲ, କଲେଜ ଓ ରାସ୍ତାଘାଟ,ଟାଉନସିପ ବୁଲି ଦେଖିଥିଲେ।
ବିଶେଷ କରି କ୍ରୀଡା କ୍ଷେତ୍ରରେ jsw ର ଯଥେଷ୍ଟ ଅବଦାନ ରହିଥିବା ବେଳେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ତଥା ଅଲମ୍ପିକ୍ସ ପ୍ରତିଯୋଗିତାରେ କ୍ରୀଡାବିତ ମାନେ କିଭଳି ଭାବେ ଭାଗ ନେଇ ନିଜ ଦେଶ ପାଇଁ ବିଜୟୀ ହୋଇ ଗୌରବ ଆଣି ପାରିବେ ସେଥିପାଇଁ କିଭଳି ବ୍ୟବସ୍ଥା ଓ ସୁଯୋଗ ରହିଛି ତାହା ବୁଲି ଦେଖିଥିଲେ। ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ମାନେ ଏ ସବୁ ବୁଲି ଦେଖିବା ପରେ ନିଜ ରଜ୍ୟ ପାଇଁ ତଥା ସ୍ଥାନୀୟ ଜଗତସିଂହପୁର ଜିଲ୍ଲାରେ jsw ପ୍ଲାଣ୍ଟ ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି ବୋଲି ଅନୁଭବ କରିଥିଲେ। ସବୁଜ ବଳୟ ମଧ୍ୟରେ ଏଭଳି ଏକ ଷ୍ଟିଲ ପ୍ଲାଣ୍ଟ ନିଶ୍ଚିତ ଭାବେ ରାଜ୍ୟ ପାଇଁ ଏକ ବହୁତ୍ ବଡ଼ ସୁଯୋଗ ରହିଛି ବୋଲି କିଛି ବରିଷ୍ଟ ଗଣମାଧ୍ୟମ ପ୍ରତିନିଧି ମାନେ ପ୍ରକାଶ କରିଛନ୍ତି।
ସ୍ଥାନୀୟ ଅଂଚଳର ପାରିପାର୍ଶ୍ବିକ ଉନ୍ନତି,ହଜାର ହଜାର ସଂଖ୍ୟାରେ ନିଯୁକ୍ତି , ସୁନ୍ଦର ପରିବେଶ,ଏସବୁ ନିଜେ ଅନୁଧ୍ୟାନ କରିବା ପରେ ଓଡ଼ିଶାରେ ଏହା ଠାରୁ ଅଧିକ ବଡ଼ ପ୍ଲାଣ୍ଟ ପ୍ରତିଷ୍ଠା ହେଉ ବୋଲି ବରିଷ୍ଠ ସାମ୍ବାଦିକ ଆଶିଷ ସେନାପତି, ଅମର ପରିଡା, ଏନ୍ ଏମ୍ ବୈଶାଖ, ଲାଲା ବିନୟ କୁମାର ରାଏ, ବିବେକାନନ୍ଦ ରାଉତ୍, ରଶ୍ମୀ ରଞ୍ଜନ ରାଉତରାୟ, ସୁରେନ୍ଦ୍ର ବିଶ୍ବାଳ, ସୁକଦେବ ଜେନା, କାହୁଁ ଚରଣ ନନ୍ଦ , ସନ୍ଦୀପ ଲେଙ୍କା, ଅରୁଣ ପରିଡ଼ା, ଚିତ ରଞ୍ଜନ ସ୍ୱାଇଁ ପ୍ରମୁଖ ପ୍ରକାଶ କରିଥିଲେ ।ଏଥି ସହିତ jsw ବିଜୟନଗର ପ୍ଲାଣ୍ଟର ସମସ୍ତ ବରିଷ୍ଠ ଅଧିକାରୀ ଓ ଅନ୍ୟ ସମସ୍ତ ବିଭାଗର ସହଯୋଗ, ଆତିଥ୍ୟ ପାଇଁ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ କୃତଜ୍ଞତା ଜ୍ଞାପନ କରିଥିଲା ବେଳେ jsw ଉତ୍କଳ ଷ୍ଟିଲ ପାରାଦୀପ ପକ୍ଷରୁ ମଧ୍ୟ ଧନ୍ୟବାଦ୍ ପ୍ରଦାନ କରାଯାଇଛି।