ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କଲେ ଚିରଞ୍ଜିବୀ
ଆଜି ବିଜେଡିରେ ଯୋଗ ଦେଇଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ

ଆଜି ବିଜେଡିରେ ଯୋଗ ଦେଇଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ । ୨ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଚିରଞ୍ଜିବୀ । ବିଜେଡିରେ ସାମିଲ ପରେ ଚିରଞ୍ଜିବୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋତେ ବିଜେଡିରେ ସାମିଲ କରିଥିବାରୁ କୃତଜ୍ଞତା ଜଣାଉଛି ।
ଆଗାମୀ ଦିନରେ ବିଜେଡିର ୧୨୦ରୁ ଅଧିକ ବିଧାୟକ ଓ ୧୫ ସାଂସଦ ଜିତେଇବାରେ ଗୁଣ୍ଡୁଚି ମୂଷାର ଭୂମିକା ନେବି। ଚିରଞ୍ଜିବୀ ଏହାପୂର୍ବରୁ ତିର୍ତ୍ତୋଲ ଓ ଜଗତସିଂହପୁରରୁ ବିଧାୟକ ରହି ସାରିଛନ୍ତି । ଦାମୋଦର ରାଉତ ଓ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ଜଗତସିଂହପୁରରେ ବରିଷ୍ଠ ନେତାଙ୍କ ଅନ୍ୱେଷଣରେ ଥିଲା ବିଜେଡି । ଚିରଞ୍ଜିବୀଙ୍କୁ ଦଳରେ ସାମିଲ କରି ଏହି ଶୂନ୍ୟସ୍ଥାନ ପୂରଣ କରିବାକୁ ଚାହୁଁଥାଇପାରନ୍ତି ବିଜେଡିର ଶୀର୍ଷ ନେତୃତ୍ୱ । ମିଶ୍ରଣ ପର୍ବ ପରେ ଶଙ୍ଖଭବନରୁ ସିଧା ନବୀନ ନିବାସ ଯାଇ ଚିରଞ୍ଜିବି ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରିଛନ୍ତି ।