ରସାୟନିକ ବାଣ ଫୁଟାଇବା ବ୍ୟାନ କଲେ ସୁପ୍ରିମକୋର୍ଟ
ଦିଲ୍ଲୀ ର ବାୟୁ ପ୍ରଦୂଷଣ ନେଇ ପଦକ୍ଷେପ, ସାରା ଦେଶରେ ଘାତକ ପ୍ରଦ୍ୟୁଷଣ ସୃଷ୍ଟି ରସାୟନିକ ବାଣ ଫୁଟାଇବା ବ୍ୟାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବାଣ ଫୁଟାଇବା ନେଇ ଗତବର୍ଷ ଦେଇଥିବା ବୟାନ ଉପରେ କାଏମ ରହିଛନ୍ତି ସୁପ୍ରିମ କୋର୍ଟ। ସାରା ଦେଶରେ ବେରିଅମ ଭଳି ରସାୟନ ବାଣ ଫୁଟାଇବା ବ୍ୟାନ୍ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କିତ ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ ଗତ ବର୍ଷ ଆମେ ଯେଉଁ ନିର୍ଦ୍ଦେଶ ଦେଉଥିଲୁ ତାହା କେବଳ ଦିଲ୍ଲୀ ପାଇଁ ନଥିଲା। ବାଣ ବ୍ୟାନ୍ କରିବା ନେଇ ଆମ ନିର୍ଦ୍ଦେଶ ସାରା ଦେଶ ପାଇଁ ଥିଲା।
କୋର୍ଟ କହିଛନ୍ତି “ଗତବର୍ଷ ବାଣ ଉପରେ ସମ୍ପୂର୍ଣ୍ଣ ବ୍ୟାନ ଲଗାଇବା ନିଷ୍ପତ୍ତି ଆମେ ସ୍ଥାନୀୟ ସରକାରଙ୍କ ଉପରେ ନ୍ୟାସ୍ତ କରିଥିଲୁ। ତଥାପି ହସ୍ପିଟାଲ୍ ଭଳି ସ୍ୱାସ୍ଥ୍ୟ ଜନିତ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ବାଣ ଫୁଟାଇବାର ସମୟ ସୀମା ନିର୍ଦ୍ଧାରିତ କରିବାକୁ କହିଥିଲୁ।” ଦିଲ୍ଲୀ ଏନ୍ସିଆର୍ରେ ଆସୁଥିବା ରାଜସ୍ଥାନର କିଛି ଅଞ୍ଚଳରେ ଦିଲ୍ଲୀ ଏନ୍ସିଆର୍ ନିୟମ ଲାଗୁ ହେବ। ଅର୍ଥାତ ବାଣ ସମ୍ପୂର୍ଣ୍ଣ ବ୍ୟାନ ରହିବ ବୋଲି କୋର୍ଟ କହିଛନ୍ତି।
ଦିଲ୍ଲୀ ଏନ୍ସିଆଇର ସମେତ ଦେଶର ଅନ୍ୟ ସହରଗୁଡ଼ିକର ବଢ଼ୁଥିବା ପ୍ରଦୂଷଣ ସମ୍ପର୍କିତ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଦୂଷଣ ରୋକିବା କେବଳ ସୁପ୍ରିମକୋର୍ଟର କାମ ନୁହେଁ, ଏହା ସମସ୍ତଙ୍କର ଦାୟିତ୍ୱ। ବିଶେଷକକରି ସରକାର ଏନେଇ ଅଧିକ ଉତ୍ତରାଦୀୟ ବୋଲି କୋର୍ଟ କହିଛନ୍ତି।
ଫସଲ ଅବଶିଷ୍ଟାଂଶ ପୋଡ଼ି ନେଇ ୪ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ତାଗିଦ
ଦିଲ୍ଲୀର ବାୟୁ ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଲାଣି। ନିଃଶ୍ୱାସ ନେବା କଷ୍ଟକର ହୋଇପଡ଼ୁଛି। ଏଥିରେ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ। କ୍ଷେତରେ ଫସଲ ଅବଶିଷ୍ଟାଂଶକୁ ପୋଡ଼ିବା ନେଇ ସୁପ୍ରିମକୋର୍ଟ ଦିଲ୍ଲୀ, ପଞ୍ଜାବ, ଉତ୍ତର ପ୍ରଦେଶ ଓ ରାଜସ୍ଥାନ ସରକାରଙ୍କୁ ତାଗିଦ କରିଛନ୍ତି। ଦିଲ୍ଲୀରେ ବର୍ଷ ବର୍ଷ ଧରି ଏମିତି ଭୟଙ୍କର ବାୟୁ ପ୍ରଦୂଷଣକୁ ସହି ହେବନି। ଏହାର ସମାଧାନ କ’ଣ? ଦିଲ୍ଲୀକୁ ଏଭଳି ସ୍ଥିତିରେ ଛାଡ଼ି ହେବନି।
ମଙ୍ଗଳବାର ଏହି ମାମଲାର ଶୁଣାଣି କରି ଏପରି କହିଛନ୍ତି ଖଣ୍ଡପୀଠ। ଏଥିସହିତ ବୁଧବାର ସମ୍ପୃକ୍ତ ରାଜ୍ୟଗୁଡ଼ିକ ଏକାଠୀ ବସି ଏହାର ସମାଧାନ କରିବାକୁ କୋର୍ଟ କହିଛନ୍ତି। ଆସନ୍ତା ଶୁକ୍ରବାର ସୁଦ୍ଧା ଦିଲ୍ଲୀରେ ପ୍ରଦୂଷଣ ହ୍ରାସ କରିବାକୁ ରାଜ୍ୟଗୁଡ଼ିକ ସୁନିଶ୍ଚିତ କରିବା ଉଚିତ୍ ବୋଲି କହିଛନ୍ତି। ମଙ୍ଗଳବାର ପ୍ରଦୂଷଣ ସମ୍ପର୍କିତ ଶୁଣାଣି ବେଳେ ସୁପ୍ରିମକୋର୍ଟ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ମୁଖ୍ୟ ଅଶ୍ୱିନୀ କୁମାରଙ୍କୁ ମଧ୍ୟ ସମନ କରିଛନ୍ତି। ଶୁକ୍ରବାର ସେ ଦିଲ୍ଲୀ ପ୍ରଦୂଷଣର ରିୟଲ ଟାଇମ ଡାଟା ଧରି ନିଜେ କୋର୍ଟରେ ହାଜର ହେବେ। ପ୍ରଦୂଷଣ ସମ୍ପର୍କିତ କୋର୍ଟଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେବେ ବୋଲି କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।