ଜାପାନ ପୁଞ୍ଜି ନିବେଶ ଓଡ଼ିଶା କୁ ଏକ ନୂତନ ଶିଳ୍ପଦ୍ୟୋଗ ର ପରିଚୟ ସୃଷ୍ଟି କରିବ
ଜାପାନ ଗ୍ରସ୍ତ ର ସଫଳତା ପରେ ଆଶାବାଦୀ ହେଲେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ

ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତରୁ ରାଜ୍ୟକୁ ବଡ ସଫଳତା ମିଳିଛି । ଦେଶରେ ସର୍ଵବୃହତମ ଷ୍ଟିଲ ପ୍ଲାଣ୍ଟ ହେବ। ମୁଖ୍ୟମନ୍ତ୍ରୀ ନିପନ ଷ୍ଟିଲ ବୁଲି ଦେଖିଛନ୍ତି। ୯ଦିନର ଗସ୍ତକୁ ବେଶ୍ ସଫଳତା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ମିଶନ ମୋଡ଼ରେ ଶିଳ୍ପାୟନ ଆଗେଇବ। ୩୦ନିୟୁତ ମେଟ୍ରିକ୍ ଟନର ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବେ ମିତ୍ତଲ-ନିପନ ଷ୍ଟିଲ । ଏହାସହ ଏହି ଗସ୍ତ ସମୟରେ ସେମାନେ ପାୱାର ପ୍ଲାଣ୍ଟ ପାଇଁ ଗ୍ରୀନ ଆମୋନିଆ ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି।
ଜାପାନ ହେଉଛି ଓଡ଼ିଶାର ଷ୍ଟେଟ ପାର୍ଟନର । ପୂର୍ବରୁ ମିତ୍ତଲ ଓ ନିପନ ଷ୍ଟିଲ ଓଡ଼ିଶା ସହ ଏମଓୟୁ କରିଥିଲେ । ଓଡ଼ିଶାରେ ନୂଆ ଷ୍ଟିଲ ପ୍ଲାଣ୍ଟ ହେବ । ଆମେ ବହୁତ ଆଶାବାଦୀ ହୋଇ ଫେରୁଛୁ । ସେମାନେ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଜାପାନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ତାଙ୍କ ଟିମ ଆଗକୁ ଓଡ଼ିଶା ଆସିବେ । ତାଙ୍କୁ ନିମନ୍ତ୍ରଣ ଦିଆଯାଇଛି, ଓଡ଼ିଶା ଆସି ଗ୍ରାଉଣ୍ଡରେ ସ୍ଥିତି ପରଖିବା ପାଇଁ ।
ରାଜ୍ୟ ସରକାର ଯାହା କହିଛନ୍ତି ତାହା ବାସ୍ତବରେ ପୂରା କରିବାକୁ ପ୍ରତିଶ୍ରୁତିବଦ୍ଧ । ଏହା ପୂର୍ବରୁ ଭାରତରୁ ୫ଟି ରାଜ୍ୟ ଜାପାନ ଗସ୍ତରେ ଯାଇ ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଓଡ଼ିଶାରେ ନିବେଶ ପାଇଁ ଜାପାନୀ କମ୍ପାନି ଅଧିକ ଉତ୍ସାହିତ ଥିବା କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ । ଯେହେତୁ ଓଡ଼ିଶାରେ ସୁଦୃଢ ଭିତ୍ତିଭୂମି ରହିଛି ଏବଂ ଶିଳ୍ପନୀତି ମଧ୍ୟ ବେଶ ସୁହାଉଛି ତେଣୁ ଅଧିକାଂଶ ଜାପାନୀ ନିବେଶକ ଓଡ଼ିଶାରେ ନିବେଶ କରିବାକୁ ଆଗ୍ରହୀ ଅଛନ୍ତି ବୋଲି କହିଛନ୍ତି ପ୍ରତାପ ଦେବ ।