ଜଳିଗଲା ବସ୍‌: ୫ ଜୀବନ୍ତ ଦଗ୍ଧ

ଉତ୍ତରପ୍ରଦେଶର ଗାଜିପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି ।

ଜଳିଗଲା ବସ୍‌: ୫ ଜୀବନ୍ତ ଦଗ୍ଧ

ଉତ୍ତରପ୍ରଦେଶର ଗାଜିପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ୧୧ ହଜାର କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଏକ ଚଳନ୍ତା ବସରେ ନିଆଁ ଲାଗି ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ସୂଚନା ଅନୁସାରେ, ବସରେ ୩୦ରୁ ଅଧିକ ଯାତ୍ରୀ ଥିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ଏହି ଘଟଣାରେ ଗାଜିପୁରର ମରଦହ ଥାନା ଅଞ୍ଚଳ ସ୍ଥିତ ମହାହର ରୋଡରେ ଘଟିଛି । ଏକ ବସ୍ ମଉର କୋପାରୁ ବରଯାତ୍ରୀ ନେଇ ଏକ ବସଟି ମରଦହର ଧାମ ଯାଉଥିଲା । ଯେଉଁ ସମୟରେ ହଠାତ୍ ଏକ ୧୧ ହଜାର କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବସରେ ନିଆଁ ଲାଗିଯାଇଥିଲା ।

ଫଳରେ ଘଟଣାସ୍ଥଳରେ ୫ ଜଣ ଯାତ୍ରୀ ଜୀବନ୍ତ ଜଳି ଯାଇଥିବା ନେଇ ସୂଚନା ରହିଛି । ସେହିପରି କିଛି ଯାତ୍ରୀ ବସ୍‌ରୁ ତଳକୁ ଡେଇଁ ନିଜ ଜୀବନ ବଞ୍ଚାଇଥିଲେ । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ରହିଛି । ସେହିପରି ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ନେଇ ଖବର ରହିଛି । ପ୍ରଶାସନ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ସମସ୍ତ ଆହତଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯଇଛି ।

ସମସ୍ତ ଚିକିତ୍ସା ଜାରି ରହିଛି । ଗୁରୁତରଙ୍କ ମଧ୍ୟରେ ଅନେକ ଛୁଆ ମଧ୍ୟ ସାମିଲ ଅଛନ୍ତି । ତେବେ ନିଆଁ ଏତେ ଭୟଙ୍କର ଥିଲା ଯେ, ଲୋକ ନିଆଁ ଲିଭାଇବା ପାଇଁ ବସ୍ ପାଖକୁ ଯିବାକୁ ସାହାସ କରି ନଥିଲେ । ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ମୁଖ୍ୟମନ୍ତ୍ରୀ ଯୋଗା ଆଦିତ୍ୟନାଥ ରିଲିଫ୍, ଉଦ୍ଧାର କାର୍ଯ୍ୟ ଏବଂ ସମସ୍ତଙ୍କ ଚିକିତ୍ସା ତୁରନ୍ତ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।