ହାଇକୋର୍ଟଙ୍କ ନିର୍ଦ୍ଦେଶ: ଡିଜେ ଆଜେକ୍ସ ମୃତ୍ୟୁର ତଦନ୍ତ ଶେଷ କର

ବହୁଚର୍ଚ୍ଚିତ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟରେ ରୁଜୁ ମାମଲାର ଅନ୍ତ ଘଟିଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଡିଜେ ଆଜେକ୍ସ ମୃତ୍ୟୁର ତଦନ୍ତ ଶେଷ କର

 ବହୁଚର୍ଚ୍ଚିତ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟରେ ରୁଜୁ ମାମଲାର ଅନ୍ତ ଘଟିଛି। ଏହି ଘଟଣାରେ ପୁଲିସ ଠିକ ତଦନ୍ତ ନ କରିବା ନିଷ୍କ୍ରିୟତା ପ୍ରଦର୍ଶନ କରିବା ଅଭିଯୋଗରେ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ପୂର୍ବରୁ ଜବାବ ତଲବ କରିଥିଲେ। ଶନିବାର ମାମଲାର ତଦନ୍ତ ଅଗ୍ରଗତି କରିବା ସହ ଶେଷ କରିବା ପାଇଁ ଖାରବେଳନଗର ଥାନା ପୁଲିସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡିଜେ ଆଜେକ୍ସଙ୍କ ମା’ ଲକ୍ଷ୍ମୀପ୍ରିୟା ମହାରଣାଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଜଷ୍ଟିସ ଦେବବ୍ରତ ଦାଶ ଏହି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାରୁ ପ୍ରକାଶ, ଡିଜେ ଆଜେକ୍ସଙ୍କ ମୃତ୍ୟୁ ଘଟଣାରେ ଖାରବେଳନଗର ଥାନାରେ ମାମଲା ରୁଜୁ ହୋଇଥିଲା। ହେଲେ ଏହାର ତଦନ୍ତରେ ପୁଲିସ ନିଷ୍ଟ୍ରିୟ ହୋଇପଡ଼ିଥିବା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଡିଜେ ଆଜେକ୍ସଙ୍କ ମା’। ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ ତଦନ୍ତ ସନ୍ତୋଷଜନକ ନୁହେଁ ଓ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି। ମାମଲାରେ ଗୃହ ସଚିବ, ପୁଲିସ କମିଶନର, ଭୁବନେଶ୍ୱର ଡିସିପି, ଖାରବେଳନଗର ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।