ହିମାଚଳ ଜଳବିଦ୍ୟୁତ ପ୍ରକଳ୍ପ ଉପରେ ହିମସ୍ଖଳନ, ୩ ମୃତ
ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି।

ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ବିଦ୍ୟୁତ ପ୍ରକଳ୍ପ ଉପରେ ହିମସ୍ଖଳନ ହୋଇଛି । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ରାଜ୍ୟର ଲାହୋଲ ସ୍ପିତିର କାଜାରେ ଏକ ଘର ଉପରେ ଗ୍ଲେସିୟର ପଡ଼ିବାରୁ ୪ ଜଣ ପୋତି ହୋଇ ଯାଇଥିଲେ । କିନ୍ତୁ ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।
ସୂଚନା ଅନୁଯାୟୀ, କିନ୍ନୌରର କାଫନୁ ଜଳବିଦ୍ୟୁତ ପ୍ରକଳ୍ପରେ ଏହି ଘଟଣା ଘଟିଛି। ଜଳବିଦ୍ୟୁତ ପ୍ରକଳ୍ପ ଏକ ଗ୍ଲେସିୟର ତଳେ ଆସିଥିଲା ଏବଂ ୫ ଜଣ ବରଫରେ ପୋତି ହୋଇଯାଇଥିଲେ, ଯେଉଁଥିପାଇଁ ୩ ଜଣଙ୍କର ମୃତ୍ୟୁ ଘଟିଛି। କିନ୍ନୌରର କାଟଗାଓଁ ପୁଲିସ ପୋଷ୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଗ୍ଲେସିୟରରେ ୫ ଜଣ ପୋତି ହୋଇ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି।
ଅନ୍ୟପକ୍ଷରେ କାଜାରେ ପ୍ରବଳ ତୁଷାରପାତ ପରେ ରାତି ୨ଟାରେ ଗାଁ ଲାଲଙ୍ଗ ର ଦୋର୍ଜେ ତଣ୍ଡୁପର ପୁଅ ଚେରିଗ ଆଙ୍ଗଡୁଇଙ୍କ ଘରେ ହିମସ୍ଖନ ପଡ଼ିଥିଲା । ରାତି ୨ଟାରେ ଅଙ୍ଗଡୁଇ, ତାଙ୍କ ପତ୍ନୀ ଓ ୩ ପିଲା ଶୋଇଥିବା ବେଳେ ଏହି ଅଘଟଣ ଘଟିଥିଲା। ଏହି ସମୟରେ ଆଙ୍ଗଡୁଇ ଏକାକୀ ବରଫ ତଳୁ ନିଜ ପିଲା ଓ ସ୍ତ୍ରୀଙ୍କୁ ବାହାର କରି ତାଙ୍କ ଜୀବନ ବଞ୍ଚାଇଥିଲେ। ଏବେ ସମସ୍ତେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।