୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
୧୦ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ କାର୍ ଜବତ

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ କାର୍ ଜବତ । ହେଲେ ଫେରାର ମାରିଲେ ମାଫିଆ । ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି କୋରାପୁଟ ପୋଲିସ ।
ବିଶେଷ ସୁତ୍ରରୁ ଖବର ପାଇ ମାଛକୁଣ୍ଡ ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ବଦଲିଗୁଡା ଜଙ୍ଗଲ ନିକଟରେ ନାକାବନ୍ଦି କରିଥିଲା । ଦ୍ରୁତ ଗତିରେ ଆସୁଥିବା ଏକ କାର୍ ପୋଲିସ ଗାଡି ଦେଖି ଜଙ୍ଗଲର ଭିତରକୁ ଚାଲିଯାଇଥିଲା । କିନ୍ତୁ ପୋଲିସ ଗାଡିକୁ ପିଛା କରିଥିଲା । ଆଉ ଶେଷରେ ଗାଡିକୁ ଅଟକାଇଥିଲା । ଗାଡିରେ ୫ଟି ବସ୍ତାରେ ଏକ କ୍ୱିଇଣ୍ଟାଲ୍ ଗଞ୍ଜେଇ ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହି ଗଞ୍ଜେଇ ବଡକିଚବ ଗାଁରୁ ଝାଢଖଣ୍ଡ ଯାଉଥିବା ଜଣାପଡିଛି ।