ପାରାଦୀପ ପୋଲିସ୍ ହାତରେ ବ୍ରାଉନ୍ ସୁଗାର୍ ଓ ବେପାରୀ
ପାରାଦୀପ ଅଞ୍ଚଳରେ ହେଉଥିବା ଚୋରା ବ୍ରାଉନ୍ ସୁଗାର୍ ନିଶା କରିବାର ର ବଡ ସୁରାକ ମିଳିଛି

ପାରାଦୀପ ଅଞ୍ଚଳରେ ହେଉଥିବା ଚୋରା ବ୍ରାଉନ୍ ସୁଗାର୍ ନିଶା କରିବାର ର ବଡ ସୁରାକ ମିଳିଛି ପାରାଦୀପ ପୋଲିସ୍ କୁ । ଏଥିରେ ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୧୧.୯୦ଗ୍ରାମ୍ ବ୍ରାଉନ୍ ସୁଗାର ଜବତ୍ କରି ପ୍ରଥମ ରିଟେଲର ବା ଖୁଚୁରା କାର୍ପଟ୍ ଦାରକୁ ପୋଲିସ୍ ଉଠାଇ ଆଣି ପଚରାଉଚରା ଚଳାଇଛି । ଉକ୍ତ ଖୁଚୁରା ବ୍ୟବସାୟୀ ର ନାମ ସାଗର ପୋରଦାର୍ ଏବଂ ସେ ରାମନଗର ଖରିନାସୀ ଅଞ୍ଚଳର ହୋଇଥିବା ବେଳେ ପାରାଦୀପ ଅଠରବାଙ୍କୀ ସ୍ଥିତ ଲକ୍ ପଡ଼ାରେ ରହି ଏହି ଚୋରା ନିଶା କାରବାର ଚଳାଇଥିଲା । ଗତକାଲି ରାତିରେ ମଧୁବନ କେବିନ ମାର୍କେଟ ନିକଟ ଓ ଅଠରବାଙ୍କୀ ସବ୍ ଷ୍ଟେସନ ଛକ ନିକଟସ୍ଥ ମୁଣ୍ଡା ପଡା ରାସ୍ତା ମଧ୍ୟରେ ଏହି ଚୋରା କାରବାର ଚାଲିଥିବା ନେଇ ସୁଚନା ପାଇବା ପରେ ପୋଲିସ୍ ତତ୍ପରତା ର ସହ ଏହି ସାଗର ନାମକ ଯୁବକକୁ ଉଠାଇଥିଲା। ପୁର୍ବରୁ ମଧ୍ୟ ଏହି ପରି ଚୋରା ବ୍ରାଉନ୍ ସୁଗାର୍ ନିଶା କାରବାର କରି ସାଗର ପ୍ରାୟ ୫ଥର ଗିରଫ ହୋଇ ଜେଲ୍ ଯାଇଛି, କିନ୍ତୁ ଜେଲ୍ ରୁ ଫେରିବା ପରେ ମଧ୍ୟ ପୁଣି ଏହି ଚୋରା ନିଶା କାରବାର ରେ ମସଗୁଲ୍ ରହୁଛି । ତେବେ ଆମ ଆଇନ୍ ବ୍ୟବସ୍ଥା ରେ କଣ ଏତେ ଢିଲା ନିୟମ କାନୁନ୍ ବ୍ୟବସ୍ଥା ରହିଛି ଯେ ଏହି ଚୋରା ବେପାରୀ ମାନେ ସଜା ହେଲା ପରେ ମଧ୍ୟ ବେଲ୍ ରେ ବାହାରକୁ ଆସି ପୁନର୍ବାର ସେହି ଚୋରା ବେପାର ରେ ଲାଗି ଯାଉଛନ୍ତି।
ତେବେ ଆଇନ୍ ବ୍ୟବସ୍ଥା କୁ କଡାକଡି କରି ରାତି ପ୍ୟାଟ୍ରୋଲିଂ ଉପରେ ଯଥେଷ୍ଟ ଗୁରୁତ୍ଵ ଦିଆଯାଇଛି , ଏଥିପାଇଁ ଏକ ସ୍ଵତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯାଇ ବିଭିନ୍ନ ସ୍ଥାନ ଉପରେ ଚଢ଼ାଉ ଜାରି ରହିଛି। ଖୁବ୍ ଶୀଘ୍ର ଏହି ଚୋରା କାରବାରରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ସହ ମାଷ୍ଟର ମାଇଣ୍ଡ୍ କୁ ମଧ୍ୟ ଆଇନ୍ ଜାଲରେ ଛନ୍ଦିବା ନେଇ ଅଭିଯାନ ଆରମ୍ଭ ହୋଇ ସାରିଛି । ତେବେ ବର୍ତ୍ତମାନ ରାଜ୍ୟ ରେ ଶାସନ, ପ୍ରଶାସନ ସବୁ କିଛି ବଦଳିଛି , ସେ ଦୃଷ୍ଟିରୁ ଅପରାଧ ଓ ଅପରାଧୀ ଙ୍କ ଉପରେ କଡା ଦୃଷ୍ଟି ଦିଆଯାଇ ପାରାଦୀପ କୁ ଅପରାଧ ମୁକ୍ତ କରାଯିବ ବୋଲିି ଜଗତସିଂହପୁର ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗାତା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇ କହିଛନ୍ତି । ଏଥିସହ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଡିଏସପି ସନ୍ତୋଷ କୁମାର ଜେନା ଏବଂ ପାରାଦୀପ ଥାନା ଅଧିକାରୀ କାବୁଲି ବାରିକ୍ ମହାଶୟ ମଧ୍ୟ ଉପସ୍ଥିତ ଥିଲେ ।