ବନ୍ଦର ସହ ରାଜ୍ୟ ସରକାରଙ୍କ ବୁଝାମଣା

ଗ୍ଲୋବାଲ୍ ମାରିଟାଇମ୍ ଇଣ୍ଡିଆ ସମ୍ମିଳନୀ ୨୦୨୩ ପରିପ୍ରେକ୍ଷୀରେ ରାଜ୍ୟର ପାରାଦୀପ ବନ୍ଦର ଓ ଅଣ-ପ୍ରମୁଖ ବନ୍ଦରଗୁଡ଼ିକ ସହ ଓଡ଼ିଶା ସରକାର ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଛନ୍ତି।

ବନ୍ଦର ସହ ରାଜ୍ୟ ସରକାରଙ୍କ ବୁଝାମଣା

ଗ୍ଲୋବାଲ୍ ମାରିଟାଇମ୍ ଇଣ୍ଡିଆ ସମ୍ମିଳନୀ ୨୦୨୩ ପରିପ୍ରେକ୍ଷୀରେ ରାଜ୍ୟର ପାରାଦୀପ ବନ୍ଦର ଓ ଅଣ-ପ୍ରମୁଖ ବନ୍ଦରଗୁଡ଼ିକ ସହ ଓଡ଼ିଶା ସରକାର ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଛନ୍ତି। ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ପାରାଦୀପ ବନ୍ଦର, ଡ୍ରେଜିଂ କର୍ପୋରେସନ ଅଫ୍ ଇଣ୍ଡିଆ ଓ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ ମଧ୍ୟ‌ରେ ଏହି ବୁଝାମଣା ସ୍ବାକ୍ଷର ହୋଇଛି।

ଏହି ଅବସରରେ ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଭୁପିନ୍ଦର ସିଂହ ପୁନିଆ କହିଛନ୍ତି ଯେ ଓଡ଼ିଶା ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟ ହୋଇଥିବା ବେଳେ ଏହାର ଅଭିବୃଦ୍ଧି ଜାତୀୟ ହାରଠାରୁ ଅଧିକ ରହିଛି। ସମୁଦ୍ର ପଥରେ କାରବାର ଲାଗି ଓଡ଼ିଶାରେ ବ୍ୟାପକ ସୁଯୋଗ ରହିଛି। ଓଡ଼ିଶାକୁ ସରକାର ସୁଯୋଗର ଏକ ପ୍ରମୁଖ ସ୍ଥଳ ଭାବେ ପ୍ରସାର କରୁଥିବା ସେ କହିଛନ୍ତି। ଏହି ଅବସରରେ ପାରାଦୀପ ବନ୍ଦରର ଅଧ୍ୟକ୍ଷ ପି ଏଲ୍‌ ହରାନନ୍ଦ, ଧାମରାର ସିଇଓ ଦେବେନ୍ଦ୍ର ଠକର, ସେଞ୍ଚୁରିଅନ ବିଶ୍ବିବିଦ୍ୟାଳୟର ସ୍କୁଲ ଅଫ୍ ମାରିଟାଇମ୍ ଷ୍ଟଡିଜ୍‌ର ଅଧ୍ୟକ୍ଷ ଦିଲ୍ଲୀପ କୁମାର ନାୟକ, ଫାକଲଟି କ୍ୟାପ୍‌ଟେନ୍‌ ମନୋରଞ୍ଜନ ସିଂହ ଓ ଗୋପାଳପୁର ବନ୍ଦରର ସିଓଓ ଭି ଜନାର୍ଦ୍ଦନ ରାଓ ଉପସ୍ଥିତ ଥିଲେ।