ଟ୍ରାକ୍ଟର କୁ ଧକ୍କା ଦେଲା ଟ୍ରକ ଟ୍ରାକ୍ଟର ଚାଳକ ଗୁରୁତର

୧୬ ନମ୍ବର ଜାତୀୟ ରାଜପଥ ବଡପୋଖରିଆ ଛକ ଓଭର ବ୍ରିଜ ଉପରେ ଏକ ମର୍ମନ୍ତୁଦ ଦୁର୍ଘଟଣା।ଟ୍ରାକ୍ଟର କୁ ପଛରୁ ଧକ୍କା ଦେଇଛି ଓଡି ୦୯ କେ ୩୬୭୧ ନମ୍ବର ଟ୍ରକ। ଟ୍ରାକ୍ଟର ଚାଳକକ ଗୁରୁତର।ଗୁରୁତର ଅବସ୍ଥା ରେ ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭୁବନେଶ୍ୱର ର ଏକ ଘରୋଇ ହସପିଟାଲ ରେ ଭର୍ତ୍ତି କରାଯାଇଛି।ଟ୍ରାକ୍ଟର ଚାଳକ ଜଣକ ନିରାକାରପୁର ର ପ୍ରଶାନ୍ତ ପ୍ରଧାନ (ରାବଣା)। ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଥିବା ସୂଚନା ମିଳିଛି। ଜଂକିଆ ପୋଲିସ ଗାଡି ଦୁଇଟି ଜବତ କରି ଘଟଣାର ତଦନ୍ତ ଜାରୀ ରଖିଛି।
ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ