ଦୁଇଟି ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ
ଦୁଇଟି ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ: ପୋଲିସ ତତ୍ପର

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ବିଭିନ୍ନ ଏଟିଏମ ରୁ ଗତ କଲି ବିଳମ୍ବିତ ରାତିରେ ଲୁଟ ଉଦ୍ୟମ ହୋଇଛି। ସୂଚନା ଯୋଗ୍ୟ କି ଶୁକ୍ରବାର ବିଳମ୍ବିତ ରେ କିଛି ଦୁର୍ବୃତ ନିରାକାରପୁର ରାମ ମନ୍ଦିର ନିକଟରେ ଥିବା ଆଇସିଆଇ ଏଟିଏମ ଓ ଆକ୍ସିସ ବ୍ୟାଙ୍କ୍ ଏଟିଏମ ମଧ୍ୟରେ ପଶି ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ କରି ବିଫଳ ହୋଇଛନ୍ତି। ଏହି ଏଟିଏମ ଦୁଇଟି ନୂଆ ଜଗନ୍ନାଥ ସଡ଼କ ପାଖରେ ଥିବାରୁ ବହୁ ଗାଡିମଟର ଯାତାୟାତ କରୁଛି। ଏହି ଦୁର୍ବୃତ୍ତ ମାନେ ଏଟିଏମ ଭାଙ୍ଗି ବାକୁ ଚେଷ୍ଟା କରୁଥିବବେଲେ ଭୋର୍ ହୋଇଯିବାରୁ ଫେରାର ହୋଇଯାଇଛନ୍ତି। ଖବର ପାଇଁ ନିରାକାରପୁର ଆଇଆଇସି ସୁଚିତ୍ରା ଜେନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଅତି ଶୀଘ୍ର ଲୁଟେରା ଙ୍କୁ ଗିରଫ କରାଯିବ ବୋଲି ସେ ଜଣାଇଛନ୍ତି।
ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ