୨୭ଟି ଗୋରୁ ବୋଝେଇ ଗାଡି ଜବତ
୨୭ଟି ଗୋରୁ ବୋଝେଇ ଗାଡି ଜବତ ,ଚାଳକ ସମେତ ସହଯୋଗୀ ଫେରାର

ବେଗୁନିଆ ଥାନା ପୋଲିସ ଗତ କାଲି ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ଖବର ପାଇ ଥାନା ଅନ୍ତର୍ଗତ ଦକ୍ଷିଣପାରିଖେତା ଗ୍ରାମରେ ଚଢ଼ାଉ କରି ଏକ ଗୋରୁ ବୋଝେଇ ଗାଡି ଜବତ କରିଛି । ଏକ ବୋଲେରୋ ପିକ ଅପ ରେ ଅତି ଅମାନୁଷିକ ଭାବେ ୨୭ଟି ଗୋରୁ ବୋଝେଇ କରି ଚାଲାଣ କରିବା ପାଇଁ ଉଦ୍ୟମ ହେଉଥିବାବେଳେ ସେଠାରେ ଥାନା ଅଧିକାରୀ ବିଶ୍ଵଜିତ ରାଉତରାୟ ଏବଂ ଥାନା କର୍ମଚାରୀ ମାନେ ଚଢ଼ାଉ କରି ଗୋରୁବୋଝେଇ ଗାଡିଟିକୁ ଜବତ କରି ଥାନାକୁ ଆଣିଛନ୍ତି।
ପୋଲିସ କୁ ଦେଖି ଗାଡି ଚାଳକ ସମେତ ସହଯୋଗୀ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।।ଗୋରୁ ଗୁଡିକଙ୍କର ବେକକୁ ବାନ୍ଧି ଅତି ନୃଶଂସ ଭାବରେ ବେପାରୀ ମାନେ ବାହାର ରାଜ୍ୟ କୁ ଚାଲାଣ କରିବା ପାଇଁ ଉଦ୍ୟମ କରୁଥିଲେ ।ଥାନା ଅଧିକାରୀ ଅତି ଚତୁରତାର ସହିତ ସେଠାରେ ପଂହଁଚି ଗୋରୁ ଗାଡିଟିକୁ ଜବତ କରି ଥାନାକୁ ଆଣି ଗୋରୁ ଗୁଡିକ ବୋଲଗଡ଼ସ୍ଥିତ ଗୋଶାଳା ଜିମା ଦିଆଯାଇଛି ।ଥାନାରେ ଏ ସଂକ୍ରାନ୍ତରେ ଏକ ମୋକଦମା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଥାନା ଅଧିକାରୀ ଉଦ୍ୟମ ଜାରି ରଖିଛନ୍ତି ।
ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ