ନୃତ୍ୟଧାରା ଓଡିଶୀ ର ତୃତୀୟ ବାର୍ଷିକ ଉତ୍ସବ 

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନିରାକାରପୁର ଠାରେ ନୃତ୍ୟଧାରା ଓଡିଶୀର ତୃତୀୟ ବାର୍ଷିକ ଉତ୍ସବ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି

ନୃତ୍ୟଧାରା ଓଡିଶୀ ର ତୃତୀୟ ବାର୍ଷିକ ଉତ୍ସବ 

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନିରାକାରପୁର ଠାରେ ନୃତ୍ୟଧାରା ଓଡିଶୀର ତୃତୀୟ ବାର୍ଷିକ ଉତ୍ସବ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ଅତିଥି ମାନଙ୍କୁ ଉତ୍ତରୀୟ ଏବଂ ଫୁଲ ତୋଡା ଦେଇ ସ୍ବାଗତ କରାଯାଇଥିଲା ଅତିଥି ମାନେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କଲେ,ନୃତ୍ୟଧାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆହୁରି ଗତିଶୀଳ ହେବ ସେ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା |

ଉକ୍ତ ବାର୍ଷିକ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ(ଚିଲିକା ବିଧାୟକ ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ |ନୃତ୍ୟ ଧାରା ସଭାପତି ଶ୍ରୀଯୁକ୍ତ ବିପିନ କୁମାର ଜୟସିଂ ସଭାକୁ ସମ୍ବୋଧନ କରିଥିଲେ |

ଅନ୍ୟତମ ମଧରେ ଓଡିଶୀ ନୃତ୍ୟ ଗୁରୁ ଶେଖର ସୁମନ ମାଝୀ, ମୁଖ୍ୟ ବକ୍ତା ବାପି ମହାରଣା, କମଳ ଲୋଚନ ପ୍ରଧାନ, ଅପର୍ତ୍ତି ଜେନା ଏବଂ ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁ ଶ୍ରୀଅଭିରାମ ବାରିକ ତାଙ୍କ କଥା ରଖିଥିଲେ |

ଏହି କାର୍ଯ୍ୟକ୍ରମରେ 6 ଜଣଙ୍କୁ ନୃତ୍ୟଧାରା ସମ୍ମାନ ପ୍ରଦାନ କରାଯାଇଥିଲା, ଗୁରୁ ଶେଖର ସୁମନ ମାଝୀ, ଗୁରୁ ସମୀର ସାହୁ, ସୁଜିତ ବଳବନ୍ତରାୟ, ସାଇସ୍ୱରୀ ଦାଶ, ଏବଂ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ମଞ୍ଜୁଲତା ମହାରଣା  ତତ ସହିତ ସାମ୍ବାଦିକ ଜ୍ଞାନ ରଂଜନ ଦାଶ ଏବଂ ସୁଚିତ୍ର ରଞ୍ଜନ ଭୁଜବଳଙ୍କୁ ନୃତ୍ୟଧାରା ସମ୍ମାନ ଅତିଥି ମାନଙ୍କ ହାତରେ ସମ୍ମାନିତ କରାଯାଇଥିଲା |

ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ ଓଏନ୍ଏମ୍ ନିୟୁଜ୍