ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନବ ନିଯୁକ୍ତ ରାଜ୍ୟ ସୂଚନା ଆୟୁକ୍ତ ଶ୍ରୀ ସୁଶାନ୍ତ କୁମାର ମହାନ୍ତିଙ୍କୁ ଶପଥ ପାଠ କରାଇଛନ୍ତି।

ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ରାଜ୍ୟପାଳଙ୍କ ଅନୁମତି କ୍ରମେ ଶ୍ରୀ ମହାନ୍ତିଙ୍କ ନିଯୁକ୍ତି ପତ୍ର ପାଠ କରିଥିଲେ।

ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନବ ନିଯୁକ୍ତ ରାଜ୍ୟ ସୂଚନା ଆୟୁକ୍ତ ଶ୍ରୀ ସୁଶାନ୍ତ କୁମାର ମହାନ୍ତିଙ୍କୁ ଶପଥ ପାଠ କରାଇଛନ୍ତି।

ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆଜି ନବ ନିଯୁକ୍ତ ରାଜ୍ୟ ସୂଚନା ଆୟୁକ୍ତ ଶ୍ରୀ ସୁଶାନ୍ତ କୁମାର ମହାନ୍ତିଙ୍କୁ ଶପଥ ପାଠ କରାଇଛନ୍ତି।

ରାଜ ଭବନ ଅଭିଷେକ ହଲରେ ଆୟୋଜିତ ଶପଥ ପାଠ ଉତ୍ସବରେ ରାଜ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ସୁଶାନ୍ତ ମହାନ୍ତି। 

ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ରାଜ୍ୟପାଳଙ୍କ ଅନୁମତି କ୍ରମେ ଶ୍ରୀ ମହାନ୍ତିଙ୍କ ନିଯୁକ୍ତି ପତ୍ର ପାଠ କରିଥିଲେ।

ସୂଚନାଯୋଗ୍ୟ, ବରିଷ୍ଠ ସାମ୍ବାଦିକ ତଥା ‘ସମାଜ’ର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତିଙ୍କୁ ଫେବୃୟାରୀ ୯ ତାରିଖରେ ସୂଚନା ଆୟୁକ୍ତ ଭାବେ ନିଯୁକ୍ତ କରାଯାଇଥିଲା। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସୂଚନା ଅଧିକାର ଆଇନ ୨୦୦୫ ଏବଂ ଏନେଇ ଗଠିତ କମିଟିର ସୁପାରିସକ୍ରମେ ଶ୍ରୀ ମହାନ୍ତିଙ୍କୁ ସୂଚନା ଆୟୁକ୍ତ ଭାବେ ନିଯୁକ୍ତ କରାଯାଇଛି।