ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ସନ୍ଧ୍ୟା ରେ ଆୟୋଜିତ ହୋଇଥିଲା ସଭା

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭକ୍ତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମଧୁବାବୁ ଙ୍କ ଭୂମିକା ଚିର ସ୍ମରଣୀୟ ହୋଇ ରହିବ। ଏନେଇ ମଧୁବାବୁଙ୍କ ଜୀବନ ସହ ରାଜ୍ୟରେ ଭାଷା, ଶିକ୍ଷା ଓ ଶିଳ୍ପର ପ୍ରସାରରେ ତାଙ୍କର ବହୁମୂଲ୍ୟ ଅବଦାନ ବିଷୟରେ ମୁଖ୍ୟମନ୍ତ୍ରୀ ସ୍ମୃତିଚାରଣ କରିବା ସହ ଯୁବପିଢୀ ଙ୍କୁ ତାଙ୍କର ଅନୁସରଣରେ ଅନୁଗତ ହୋଇ ଚାଲିବା ପାଇଁ ପରାମର୍ଶ ଦେଇଛନ୍ତି।
ଉତ୍କଳଗୌରବ ମଧୁସୂଦନ ଦାସ ଓଡ଼ିଆ ଜାତିପ୍ରାଣର ପରିଚୟ। ପରାଧୀନ ଭାରତରେ ଉତ୍କଳ ମାତାର ବନ୍ଦନା କରି ଓଡ଼ିଆମାନଙ୍କୁ ଉତ୍କଳୀୟ ଭାବନାରେ ଉଦ୍ବୁଦ୍ଧ ହେବାକୁ ସେ କେତୋଟି କବିତା ଲେଖିଥିଲେ।
ପରେ ସନ୍ଧ୍ୟା ରେ ଆୟୋଜିତ ହୋଇଥିଲା ଜୟନ୍ତୀ ସଭା, ମୁଖ୍ଯ ଅତିଥି ଭାବରେ ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ ଓ ବିଶିଷ୍ଟ ଅତିଥି ଭାବେ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇଥିଲେ।
ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଆ ଅସ୍ମିତା ଓ ସ୍ବାଭିମାନର ପ୍ରତୀକ। ଓଡ଼ିଆଙ୍କ ପାଇଁ ତାଙ୍କ ତ୍ୟାଗ ଓ ତପସ୍ୟା ଅତୁଳନୀୟ ବୋଲି ରାଜ୍ଯସ୍ତରୀୟ ମଧୁବାବୁଙ୍କ ଜୟନ୍ତୀରେ ବିଶିଷ୍ଟ ଅତିଥିମାନେ କହିଛନ୍ତି।