ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି 'ଓ ଓଡିଶା ମିଲେଟ ପ୍ରତିଯୋଗିତା

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି 'ଓ  ଓଡିଶା ମିଲେଟ ପ୍ରତିଯୋଗିତା

ଶିଶୁ ହସିଲେ ଦୁନିଆ ହସେ' ,ସେମାନେ ହେଲେ ଭବିଷ୍ଯତ ର ସୂତ୍ରଧର। ସେମାନଙ୍କର ଦକ୍ଷତା ଓ ପ୍ରତିଭା କୁ ପ୍ରସ୍ଫୁଟିତ କରିବା ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ଙ୍କ ଅଧ୍ୟକ୍ଷତାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜଗତସିଂହପୁର ଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱାରୀ ପ୍ରତିଯୋଗିତା ରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ହାର ଜିତ କୁ ଭୁଲି ପ୍ରତ୍ୟେକ ପ୍ରତିଯୋଗିତାରୁ ଜୀବନ ର ଶିକ୍ଷା ଗ୍ରହଣ କରିବାକୁ ଉପଦେଶ ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ପ୍ରତିଟି ପିଲା ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇଥାନ୍ତି ତେଣୁ କୌଣସି ସଙ୍କୋଚ ବା ଭୟ ନ କରି ଆଗକୁ ବଢ଼ି ସମସ୍ତେ ପ୍ରତିଯୋଗିତା ରେ ଭାଗ ନେବାପାଇଁ ଜିଲ୍ଲାପାଳ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

ଓଡିଶା ସରକାରଙ୍କ ଅଭିନବ ପ୍ରୟାସ 'ଓଡିଶା ମିଲେଟ ପର୍ବ ' ଅନ୍ତର୍ଗତ ,ଓଡିଶା ତଥା ଜିଲ୍ଲା କୃଷି ବିଭାଗ ତରଫରୁ ଏବର୍ଷ ଆୟୋଜିତ ମିଲେଟ ପ୍ରତିଯୋଗିତା 2023 ରେ ମଧ୍ୟ ପିଲାମାନେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାପାଳ ଏହି ପରିପ୍ରେକ୍ଷୀରେ ପିଲାମାନଙ୍କ ପାଇଁ ଜରୁରୀ ସୁଷମ ଖାଦ୍ୟରେ ମିଲେଟ ର ଗୁରୁତ୍ବ ସଂପର୍କ ରେ ଅବଗତ କରାଇଥିଲେ। ଶିଶୁମାନେ ନରମ ମାଟି ସଦୃଶ, ତେଣୁ ସେମାନଙ୍କୁ ଉଚିତ୍ ଭାବରେ ଗଢିତୋଳିବା ର ଦାୟିତ୍ଵ ଶିକ୍ଷକ ଓ ଅଭିଭାବକ ମାନଙ୍କର।ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସଞ୍ଜୀବ କୁମାର ମୁଦାଲି ,ସଭାପତି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ନିରଞ୍ଜନ ବେହେରା ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜ୍ୟଶ୍ରୀ ସାହୁ,ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମିହିର କୁମାର ପାଲ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।

ଚଳିତ ବର୍ଷ ଏହି ଶିଶୁ ମହୋତ୍ସବ ରେ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟର 288 ଜଣ ପ୍ରତିଯୋଗୀ ଯେଉଁମାନେ ପ୍ରଥମେ କ୍ଲଷ୍ଟର,ପରେ ବ୍ଲକ ସ୍ତରରେ ମନୋନୀତ ହୋଇ ଆଜି ଜିଲ୍ଲା ସ୍ତରରେ ଭାଗ ନେଇଛନ୍ତି।ଏଠାରେ ଉନ୍ନୀତ କୃତୀ ଛାତ୍ରଛାତ୍ରୀ ରାଜ୍ଯ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।ପରିଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ।

ଜଗତସିଂହପୁର ରୁ ଲୋକନାଥ ଙ୍କ ରିପୋର୍ଟ ONM ନିଉଜ୍