ସାମ୍ବାଦିକ ଙ୍କ ଜେଏସଡବ୍ଲୁ ପ୍ଲାଣ୍ଟ୍ ପରିଦର୍ଶନ

ରାଜ୍ୟ ରେ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି ପାଇଁ ଜେଏସଡବ୍ଲୁ ପକ୍ଷରୁ ପ୍ରୟାସ

ସାମ୍ବାଦିକ ଙ୍କ ଜେଏସଡବ୍ଲୁ ପ୍ଲାଣ୍ଟ୍ ପରିଦର୍ଶନ

ଜେଏସଡବ୍ଲୁ ପକ୍ଷରୁ ସାମ୍ବାଦିକ ଙ୍କ ଗ୍ରସ୍ତ କାର୍ଯ୍ୟକ୍ରମ , ନିଜର ପ୍ରତିଷ୍ଠିତ ପ୍ଲାଣ୍ଟ ପରିଭ୍ରମଣ କରାଇବା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ଅବଗତ କରାଇଲା ଜେଏସଡବ୍ଲୁ

ପାରାଦୀପ ରେ ପ୍ରତିଷ୍ଠା ହେବାକୁ ଯାଉଥିବା ଜେଏସଡବ୍ଲୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ପାରାଦୀପ ଓ ଜଗତସିଂହପୁର ଜିଲ୍ଲାରୁ ପ୍ରାୟ ୩୦ଜଣ ସାମ୍ବାଦିକ ମାନଙ୍କୁ ସିଧାସଳଖ ବିମାନ ଯୋଗେ ଆଣି ଜେଏସଡବ୍ଲୁ ପକ୍ଷରୁ କର୍ଣ୍ଣାଟକ ରାଜ୍ୟରେ ପ୍ରତିଷ୍ଠା କରାଯାଇଥିବା ବୃହତ୍ ଇସ୍ପାତ ପ୍ରକଳ୍ପ ପରିଦର୍ଶନ କରାଇଛି। ଏହି ପରିଦର୍ଶନ ରେ ଜେଏସଡବ୍ଲୁ ପକ୍ଷରୁ ସାମ୍ବାଦିକ ମାନଙ୍କୁ କର୍ଣ୍ଣାଟକ ପ୍ଲାଣ୍ଟ ର ଉତ୍ପାଦିତ ଇସ୍ପାତ, କଞ୍ଚାମାଲ, ପାରିପାର୍ଶ୍ବିକ ପରିବେଶ, ନିଜର ସାମାଜିକ ଦାୟିତ୍ଵ ବୋଧ ସହିତ ଜେଏସଡବ୍ଲୁ ପକ୍ଷରୁ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନେଇ ସାମ୍ବାଦିକ ମାନଙ୍କ ଅବଗତ ନିମନ୍ତେ ଏହି ଗ୍ରସ୍ତ କାର୍ଯ୍ୟକ୍ରମ ରଖାଯାଇଛି। ତେବେ ସାମ୍ବାଦିକ ମାନେ ମଧ୍ୟ ଏହି ଗ୍ରସ୍ତ କାର୍ଯ୍ୟକ୍ରମ ନେଇ ସମସ୍ତେ ସକ୍ରିୟ ସହଯୋଗ କରିଥିବା ବେଳେ ଜେଏସଡବ୍ଲୁ ପକ୍ଷରୁ କମ୍ପାନୀ ର ଲୋକ ସମ୍ପର୍କ ଅଧିକାରୀ ମାନେ ମଧ୍ୟ ଏହି ଗ୍ରସ୍ତ କୁ ସଫଳ କରିବାକୁ ପୁରା ଦମ୍ ରେ ଲାଗି ପଡ଼ିଛନ୍ତି। 

ତେବେ ପୂର୍ବରୁ ଅର୍ଥାତ୍ ୨୦୧୩ ମସିହାରେ ଦକ୍ଷିଣ ଆଫ୍ରିକା ରେ ସର୍ବ ବୃହତ୍ ଇସ୍ପାତ ପ୍ରକଳ୍ପ ପୋସ୍କୋ ତାର ମହାରାଷ୍ଟ୍ର ସ୍ଥିତ ପ୍ଲାଣ୍ଟ୍ କୁ ଏହିପରି ସାମ୍ବାଦିକ ମାନଙ୍କୁ ବୁଲାଇ ନେଇଥିଲା। ଯଦିଓ ତାହା ସଫଳ ହୋଇଥିଲା କିନ୍ତୁ ପରିବେଶ ପରିସ୍ଥିତି ରେ ପେଶି ହୋଇ ଶେଷରେ ପୋସ୍କୋ ଓଡ଼ିଶା ଛାଡ଼ିଥିଲା। ଯଦିଓ ତାହା ଦେଶର ସର୍ବ ବୃହତ୍ ବିଦେଶୀ ପୁଞ୍ଜିନିବେଶ ବୋଲି ଦର୍ଶାଯାଇଥିଲା ତାକୁ ନେଇ ପ୍ରାୟ ୧୨ବର୍ଷ ଧରି ପୋସ୍କୋ ବିଭିନ୍ନ ସମସ୍ୟା ରେ ଛନ୍ଦି ହୋଇ ପ୍ରାୟ ୨୦୦୦କୋଟୀ ପାଣିରେ ପକାଇ ଓଡ଼ିଶା ଛାଡ଼ିଥିଲା। 

କିନ୍ତୁ ପୋସ୍କୋ ଛାଡ଼ିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବିରୋଧ। 

ତେବେ ପୋସ୍କୋ ସିନା ଥିଲା ବିଦେଶୀ ପୁଞ୍ଜିନିବେଶ ଏବଂ ତାକୁ ନେଇ ଜାତୀୟ ଆନ୍ତର୍ଜାତିୟ ସ୍ତରରେ ବେଶ୍ ଚର୍ଚ୍ଚା ହୋଇଥିବା ବେଳେ କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରସ୍ତାବିତ ପୋସ୍କୋ ଅଞ୍ଚଳରେ ଉଭା ହୋଇଥିଲା ବୃହତ୍ ପୁଞ୍ଜି ନିବେଶ କାରୀ ଜେଏସଡବ୍ଲୁ।

ବେଶ୍ କିଛି ବର୍ଷ ହେବ ଗଣମାଧ୍ୟମର ଶିରୋନାମା ପାଲଟିଥିବା ପୋସ୍କୋ ହଟହଟା ହୋଇ ଫେରିଗଲା ପରେ ବେଶ୍ ସନ୍ତର୍ପଣରେ ପାଦ ଚିପି ଚିପି ଏଣ୍ଟ୍ରି ମାରିଥିଲା ଜେଏସଡବ୍ଲୁ। ତେବେ ଜେଏସଡବ୍ଲୁ ଆସିବା ନେଇ ଯଦିଓ ପ୍ରସ୍ତାବିତ ଅଞ୍ଚଳରେ ପୋସ୍କୋ ପରି ବିରୋଧ ନଥିଲା କିନ୍ତୁ ସେତେଟା ସହଜ ମଧ୍ୟ ହୋଇ ନଥିଲା। ଜେଏସଡବ୍ଲୁ ଜମି ଅଧିଗ୍ରହଣ ସମୟରେ ଲୋକ ମାନଙ୍କ ପ୍ରବଳ ବିରୋଧ ଯୋଗୁଁ ଶେଷରେ ପୋଲିସ ପ୍ରଶାସନ ପକ୍ଷରୁ ଲାଠି ଚାର୍ଜ ହୋଇଥିଲା। ଯେଉଁଥିରେ ଶତାଧିକ ବିରୋଧୀ ଗ୍ରାମବାସୀ ଆହାତ ହୋଇଥିବା ବେଳେ ପୋଲିସ ମଧ୍ୟ ମାନବାଧିକାର ଉଲଙ୍ଘନ ଓ ବଳପୂର୍ବକ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ୩ ତିନୋଟି ପିଆଇଏଲ୍ ମାମଲାରେ ଛନ୍ଦି ହୋଇ ଆଜି ପର୍ଯ୍ୟନ୍ତ କୋର୍ଟର ଚକ୍କର କାଟୁଥିବା ବେଳେ ଜିଲ୍ଲା ପ୍ରଶାସନ ସିଧାସଳଖ ହାତ ଟେକି ଲୋକଙ୍କୁ ମନାଇବାକୁ କମ୍ପାନୀ ପକ୍ଷରୁ ଉଦ୍ୟମ କର ବୋଲି ଏକ ଅଦୃଶ୍ୟ ବାଣୀ ଶୁଣାଇଥିଲା ।

ତେବେ ଏହି ଅଦୃଶ୍ୟ ବାଣୀ କୁ ଭିତ୍ତି କରି ଜେଏସଡବ୍ଲୁ ପକ୍ଷରୁ ପ୍ରସ୍ତାବିତ ଅଞ୍ଚଳରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । ଏଥିସହିତ ପ୍ରଶିକ୍ଷଣ ଦିଆଯାଇ ନୂତନ ଯୁବପିଢୀ ଙ୍କୁ କୁଶଳୀ କରାଯାଉଛି।

ତେବେ ଏହା ମଧ୍ୟ ରେ ବିତି ଯାଇଛି ୧୦ ବର୍ଷ। ୨୦୧୩ ମସିହାରେ ଜଗତସିଂହପୁର ଓ ପାରାଦୀପ ଅଞ୍ଚଳର ପ୍ରାୟ ୩୦ ସାମ୍ବାଦିକ ମାନଙ୍କୁ ପୋସ୍କୋ ନିଜର ମହାରାଷ୍ଟ୍ର ପ୍ଲାଣ୍ଟ୍ ପରିଦର୍ଶନ ରେ ନେଇଥିବା ବେଳେ ୨୦୨୩ ମସିହାରେ ଜେଏସଡବ୍ଲୁ ତାର କର୍ଣ୍ଣାଟକ ପ୍ଲାଣ୍ଟ ପରିଦର୍ଶନ ରେ ପ୍ରାୟ ୩୦ ସାମ୍ବାଦିକ ଙ୍କୁ ସାମିଲ୍ କରାଇଛି। 

ତେବେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପକ୍ଷରୁ ଜାରି ରହିଥିବା ବେଳେ ବର୍ତମାନ ଏହି ସାମ୍ବାଦିକ ଗ୍ରସ୍ତ କାର୍ଯ୍ୟକ୍ରମ କୁ ନେଇ ରାଜ୍ୟ ଶିଳ୍ପାୟନ ରେ ଏକ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ଜେଏସଡବ୍ଲୁ ଆଶାବାଦୀ ରହିଛି। ତେବେ ଏହି ଗ୍ରସ୍ତ କାର୍ଯ୍ୟକ୍ରମ ନେଇ ଜେଏସଡବ୍ଲୁ ର ଭାଗ୍ୟ ଓ ଭବିଷ୍ୟତ ଉପରେ କିଛି ଟା ପଥ ପରିଷ୍କାର ହେବ ନା ପୋସ୍କୋ ପରି ଅଡ଼ୁଆ ସୂତାରେ ଛନ୍ଦି ହେବ ସେନେଇ ଉତ୍କଣ୍ଠା ଲାଗି ରହିଛି।