ବଳ ଗୋଟାଉଛି ଓଡ଼ିଶାକୁ ଆଖେଇ ଥିବା ନୁଆ ଦଳ ବିଆରଏସ୍,
ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଙ୍କୁ ସାକ୍ଷାତ ନେଇ ଚର୍ଚ୍ଚା

ଭୁବନେଶ୍ପର, : ବରିଷୃ ନେତା ବିଜୟ ମହାପାତ୍ରଙ୍କୁ ଭେଟିଲେ ବିଆରଏସ ନେତା | ଆଉ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି | 2024 କଣ ବିଜୟ ମହାପାତ୍ର ବିଆରଏସ୍ ରୁ ଲଢ଼ିବେ ଏଭଳି ଚର୍ଚ୍ଚା ଏବେ ସୃଷ୍ଟି ହୋଇଛି | ଭେଟ ଘାଟକୁ ବିଜୟ କହିଛନ୍ତି ବିଆରଏସ ନେତା ତାଙ୍କୁ ଭେଟିଥୁଲେ | କେବଳ ବିଆରଏସ ନେତା ନୁହଁନ୍ଧି ବିଜେପି, କଂଗ୍ରେସ ଏବଂ ବିଜେଡି ନେତାମାନେ ମଧ୍ଯ ଭେଟୁଛନ୍ତି । ଆଗକୁ ନିର୍ବାଚନ ଅଛି ତେଣୁ ନେତାମାନେ ଭେଟୁଛନ୍ତି. | ମୁଁ କିନ୍ତୁ ଏନେଇ ବିଚାର କରିନି | 24 ନିର୍ବାଚନ ଏକ ନିର୍ଣ୍ଣାୟକ ହେବ । | ଯାହାକି ଏକ ପ୍ରକାର ଭିନ୍ନ ନିର୍ବାଚନ ହେବ | ସେଥୁରେ କଣ ହେବ ସମସ୍ତେ ଜାଣିବେ । ୨୪ ନିର୍ବାଚନ ୧୯ ଭଳି ନୁହେଁ ବୋଲି କହିଛନ୍ତି ବିଜେପି ନେତା ବିଜୟ ମହାପାତ୍ର ସେପଟେ ଆଉ ଏକ ଭିନୁ ଚର୍ଚ୍ଚା ମଧ୍ଯ ଶୁଣିବାକୁ ମିଳୁଛି | ଅନେକଙ୍କ କହିବା ଅନୁସାରେ ଏଥର ବିଜୟ ନିଜେ ଛିଡ଼ା ନହୋଇ ନିଜ ପୁଅଙ୍କୁ ଛିଡ଼ାକରାଇପାରନ୍ଛି । କାରଣ ପାଟକୁରା ଏବଂ ମହାକାଳପଡ଼ାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବିଜୟଙ୍କ ସହ ତାଙ୍କ ପୁଅଙ୍କୁ ଦେଖୁବାକୁ ମିଳିଥୁଲା | ନିର୍ବାଚନ ମଣ୍ଣିଳୀର ଆଗ ଧାଡ଼ିର ନେତାଙ୍କ ସହ ଷ୍ଟେଜ ସେୟାର କରିଥୁଲେ ଅରବିନ୍ଦ ମହାପାତ୍ର | ସେବେଠାରୁ ବିଜୟଙ୍କ ସ୍ଥାନ ତାଙ୍କ ପୁଅ ନେବେ ବୋଲି ସାଧାରଣରେ ଆଲୋଚନା ହେଉଛି | ଏଭଳି ସ୍ଥିତିରେ ବିଆରଏସ ନେତାଙ୍କ ସହ ବିଜୟଙ୍କ ଭେଟଘାଟ ଭିନ୍ନ ଦିଗକୁ ଇଙ୍ଗିତ କରୁଛି |