ରାଜ୍ୟପାଳଙ୍କ ପୁଅକୁ ଗିରଫ କର: ତାରା

ରାଜ୍ୟପାଳ ରଘୁବର ଦାସଙ୍କ ପୁଅକୁ ଗିରଫ କର । ଏଭଳି ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରାବାହିନୀପତି

ରାଜ୍ୟପାଳଙ୍କ ପୁଅକୁ ଗିରଫ କର: ତାରା

ରାଜ୍ୟପାଳ ରଘୁବର ଦାସଙ୍କ ପୁଅକୁ ଗିରଫ କର । ଏଭଳି ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରାବାହିନୀପତି । ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଜଣେ ଏଏସଓଙ୍କୁ ମାଡ଼ ମାରିଥିବା ଅଭିଯୋଗକୁ ନେଇ ତାରା ଏଭଳି ଦାବି କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟପାଳଙ୍କ ପୁଅ ଓ ସହଯୋଗୀଙ୍କୁ ଗିରଫ କରିବା ଦରକାର । ତୁରନ୍ତ ଗିରଫ କରାଯାଉ । ଏହି ପ୍ରସଙ୍ଗ ବିଧାନସଭାରେ ଉଠିବ । ଦରକାର ପଡ଼ିଲେ ରାଜ୍ୟପାଳଙ୍କୁ ବିରୋଧ କରାଯିବ ବୋଲି ତାରା କହିଛନ୍ତି । ତେବେ ତାରାଙ୍କ ମନ୍ତବ୍ୟ ନେଇ ରାଜ୍ୟପାଳଙ୍କ ପୁଅ ଓ ରାଜଭବନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । 

ଅନ୍ୟପକ୍ଷରେ ଉକ୍ତ ପ୍ରସଙ୍ଗକୁ ନେଇ ଶନିବାର ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ରାଜଭବନ ଆଗରେ ବିକ୍ଷୋଭ କରାଯାଇଛି । ରାଜ୍ୟପାଳଙ୍କ ଇସ୍ତଫା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ଆନେ୍ଦାଳନ କରାଯାଇଛି ।  ଛାତ୍ର ଓ ଯୁବ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ରାଜଭବନ ପର୍ଯ୍ୟନ୍ତ ଯାଇ ସେଠାରେ ନାରାବାଜି କରିଥିଲେ ।

ସେହିପରି ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ ନ୍ୟାୟ ଦିଅନ୍ତୁ । ବୋଲି କହିଛନ୍ତି ବିଜେଡି ନେତା ତଥା ବିଧାୟକ ପ୍ରତାପ ଦେବ ।ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନିଜେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ମନ୍ତ୍ରୀ । ରାଜ୍ୟପାଳଙ୍କ ପୁଅ ଜଣେ ଏଏସଓଙ୍କୁ ମାଡ଼ ମାରିବା ନେଇ ଏତଲା ହୋଇଛି । କିନ୍ତୁ ପୁଲିସ ପକ୍ଷରୁ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇନାହିଁ । ମୁଖ୍ୟମନ୍ତ୍ରୀ ନିଜେ ଗ୍ରୀଭାନ୍ସ । ସାଧାରଣ କର୍ମଚାରୀଙ୍କୁ ନ୍ୟାୟ ଦିଅନ୍ତୁ ।