କଂଗ୍ରେସରୁ ଲଢିବେନି ସୁରଙ୍କ ପୁଅ

କଂଗ୍ରେସରୁ ଲଢିବେନି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ । ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ଲଢିବେନି ବୋଲି ସୂଚନା ରହିଛି । କେଉଁ ଦଳରୁ ଲଢିବେ, ଅକ୍ଟୋବରରେ ଘୋଷଣା କରିବେ ମନ୍ମଥ । ଜଟଣୀବାସୀ ଓ କର୍ମୀଙ୍କ ମତାମତକୁ ନେଇ ନିଷ୍ପତ୍ତି ନେଇଥିବା କହିଲେ । ଏନେଇ ବାପାଙ୍କ ସହ ମଧ୍ୟ ଆଲୋଚନା କରିଥିବା କହିଲେ ମନ୍ମଥ ।
କଂଗ୍ରେସର ଜଟଣୀ ବିଧାୟକ ସୁର ରାଉତରାୟ କହିଥିଲେ ମୋ ସାନ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ନିର୍ବାଚନ ଲଢିବ । ମୋତେ ୮୦ ହେଲାଣି । ମୋ ସାନ ପୁଅ କଂଗ୍ରେସ ଟିକଟରୁ ଲଢିବ । ମୁଁ ୫୫ ବର୍ଷ କଂଗ୍ରେସରେ ରହିଛି । ସାନ ପୁଅ କଂଗ୍ରେସରୁ ଲଢିବ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଥିଲା । ବଡ଼ପୁଅ ସିଦ୍ଧାର୍ଥ ପାହାଡ଼ ଚଢି ରେକର୍ଡ କରିଛି । ତାହା ଜଣାଇବାକୁ ଯାଇଥିଲି । କେବଳ ବଡ଼ ପୁଅ କଥା ଚର୍ଚ୍ଚା ହେଲା, ରାଜନୈତିକ ଚର୍ଚ୍ଚା ହୋଇନି ବୋଲି ଶ୍ରୀ ରାଉତରାୟ କହିଥିଲେ ।