ଟିଟିଲାଗଡ ହାଟପଦା ପଡ଼ାର ୬୩ ତମ ଦୁର୍ଗାପୂଜା ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ
ଆସିଗଲା ପାର୍ବଣ ଋତୁ, ପ୍ରଥମେ ଗଣେଶ ପୂଜା, ତାହାର କିଛି ଦିନ ପରେ ଆସୁଛି ମାଁ ଙ୍କ ଦୁର୍ଗା ପୂଜା।

ଆସିଗଲା ପାର୍ବଣ ଋତୁ, ପ୍ରଥମେ ଗଣେଶ ପୂଜା, ତାହାର କିଛି ଦିନ ପରେ ଆସୁଛି ମାଁ ଙ୍କ ଦୁର୍ଗା ପୂଜା। କମିଟିର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଶୁଭ୍ରାଂଶୁ ଦାସଙ୍କ ସଭାପତିତ୍ବରେ ସ୍ଥାନିୟ ଦୁର୍ଗା ମଣ୍ଡପ ସମ୍ମୁଖରେ ୬୩ ତମ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।
ଚଳିତ ବର୍ଷ ପାଇଁ ସଭାପତି ଶ୍ରୀ ଗିରିଜାକାନ୍ତ ରଥ (ଟିଟୁ), ଉପସଭାପତି ଅଭିଳାଷ ଦାସ, ସମ୍ପାଦକ ଅନୁପ ଦାସ, କୋଷାଧ୍ୟକ୍ଷ ପ୍ରଭାକର ସରାଫ, ସହ ସମ୍ପାଦକ ନୀଳ କଟା ଚୟନ ହୋଇଥିବା ବେଳେ ଉପଦେଷ୍ଟ। କମିଟିରେ ଶୁଭ୍ରାଂଶୁ ଦାସ, ସୁବୋଧ ଦାସ, ନୀଳାମ୍ବର ମିଶ୍ର, ସୁଶାନ୍ତ ଆଚାଓ ର୍ଯ୍ୟ, କୃଷ୍ଣ ଚନ୍ଦ୍ର ସରାଫ, ଶ୍ରିପତି ସାହୁ ରହିଛନ୍ତି।
ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସଞ୍ଜୟ ଚନ୍ଦନ, ସଞ୍ଜୀବ ପାଣିଗ୍ରାହୀ, ସୁନିଲ ଆଚାର୍ଯ୍ୟ, ସୂର୍ଯ୍ୟ ଚୌଧୁରୀ, ସଞ୍ଜୟ ନାୟକ, ରାକେଶ ଷଡଙ୍ଗୀ, ମନୋଜ ବଗର୍ତ୍ତି, ଜିତେନ୍ ବାଗ, ଘୁରଲୁ ବେହେରା, ଚୈତନ୍ ହଂସ, ବନ ସାହୁ, ବାଳକୃଷ୍ଣ ମିଶ୍ର,ସତ୍ୟଜିତ ଷଡ଼ଙ୍ଗୀ ଏବଂ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।