ରକ୍ତ ଦାନ କଲେ ବିଧାୟକ ଙ୍କ ଅଙ୍ଗ ରକ୍ଷକ

ରକ୍ତ ଦାନ କଲେ ବିଧାୟକ ଙ୍କ ଅଙ୍ଗ ରକ୍ଷକ

ସୁବର୍ଣ୍ଣପୁର ରେ ଶିଶୁ ବିଭାଗ ର ଥାଲାସେମିଆ ରେ ପୀଡ଼ିତ ହୋଇ ଥିବା ପଲସାଗୋରା ଅନ୍ତର୍ଗତ ରବି ସାହୁଙ୍କ ଏକ ମାତ୍ର ଝିଅ ଅହାନ ସାହୁ ଙ୍କୁ ପ୍ରତି 2, କିମ୍ବା 3ମାସ ରେ O ନେଗେଟିଭ ବର୍ଗର ରକ୍ତ ଆବଶ୍ୟକ ହେଉଥିବା ବେଳେ ଆଜି ସୁବର୍ଣ୍ଣପୁର ଆମ ପୋଲିସ ବ୍ୟବସ୍ଥା ମୋ ସରକାର ରକ୍ତବଂଧୁ ସଂଯୋଜକ ମନୋଜ ପଣ୍ଡା ଙ୍କ ସହାୟତା ରେ ଜିଲ୍ଲା ଆରକ୍ଷୀ ବାହିନୀ ରେ କାର୍ଯ୍ୟରତ ରୁଦ୍ର ନାରାୟଣ ଦାଶ (pso) ମାନ୍ୟବର ବୀରମହାରାଜପୁର ବିଧାୟକ ପଦ୍ମ ନାଭ ବେହେରା ଙ୍କ ବ୍ୟକ୍ତିଗତ ଅଙ୍ଗ ରକ୍ଷକ ଆଜି ଏ ବିରଳ ରକ୍ତ ଦାନ କରି ଜୀବନ ରକ୍ଷା କରିଛନ୍ତି ।

ରୁଦ୍ର ନାରାୟଣ ଦାଶ ଆଗରୁ ବରଗଡ ଓ ବୁର୍ଲା ରେ ରକ୍ତ ଦାନ କରି ଅନେକ ଥର ରକ୍ତ ଦାନ କରି ବ୍ୟକ୍ତିଗତ ଭାବେ ୭ ଥର ଏ ବିରଳ ରକ୍ତ ଦାନ କରି ଅନେକ ରୋଗୀଙ୍କ ଜୀବନ ରକ୍ଷା କରି ଆସିଛନ୍ତି। ଏକ ମୂଖ୍ୟ କର୍ତ୍ତବ୍ୟ ରେ ଥାଇ ମଧ୍ୟ ରକ୍ତ ଦାନ କରି ଜୀବନ ରକ୍ଷା କରିବା ହେତୁ ବିଧାୟକ ପଦ୍ମନାଭ ବେହେରା ତଥା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମଧ୍ୟ ରୁଦ୍ର ନାରାୟଣ ଦାଶ ଙ୍କୁ ପ୍ରସଂଶା କରିଛନ୍ତି। ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଙ୍କ ନେତୃତ୍ବ ରେ ଶତାଧିକ ରକ୍ତ ଦାନ ଶିବିର ଆୟୋଜନ ହେଉଥିବା ବେଳେ ଜିଲ୍ଲାର ଯେ କୌଣସି ନିସହାୟ ରୋଗୀଙ୍କୁ ରକ୍ତ ଅଭାବ ମୃତ ହେବାକୁ ଦିଆ ଯିବ ନାହିଁ ବୋଲି ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି ।ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର