ଗଣମାଧ୍ୟମ ର ଭୂମିକା
ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ପାଇଁ ଗଣମାଧ୍ୟମ ର ଭୂମିକା ଗୁରୁତ୍ୱପୂର୍ଣ୍ଣ l

ସୁବର୍ଣ୍ଣପୁର,,,ତା-08/08/23 ଜିଲ୍ଲାରେ ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାରେ ଅଗଷ୍ଟ 10 ରୁ 19 ଅଗଷ୍ଟ ପର୍ଯ୍ୟନ୍ତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l କାର୍ଯ୍ୟକ୍ରମ ର ଶତ ପ୍ରତିଶତ ସଫଳତା ନିମନ୍ତେ ସମସ୍ତ ଗଣମାଧ୍ୟମ ର ପ୍ରତିନିଧି ଆବଶ୍ୟକ ପ୍ରଚାର ପ୍ରସାର ସହ ଯୋଡି ହେବାକୁ ଅନୁଷ୍ଠିତ ସାମ୍ବାଦିକ ସଚେତନତା ବୈଠକରେ ଅତିରିକ୍ତ ଜିଲ୍ଳା ଜନସ୍ୱାସ୍ଥ୍ୟ ଅଧିକାରୀ, ଭି ଭି ଡି ଡ଼ଃ ରମେଶ ଚନ୍ଦ୍ର ସ୍ୱାଇଁ, ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁରୋଧ କରିଛନ୍ତି l ଡ଼ ସ୍ୱାଇଁ ଏହି ଅବସରରେ କାର୍ଯ୍ୟକ୍ରମ ସଫଳ ରୂପାୟନ ନିମନ୍ତେ ପ୍ରସ୍ତୁତ କାର୍ଯ୍ୟଖସଡ଼ା ର ବିସ୍ତୃତ ସୂଚନା ପ୍ରଦାନ କରିଥିଲେ l କ୍ୟୁଲେକ୍ସ ମଶା ଏହି ରୋଗର ବାହକ ଥିବା ବେଳେ ରୋଗର ଲକ୍ଷଣ ସଙ୍ଗେ ସଙ୍ଗେ ଜଣା ପଡ଼ିନଥାଏ ବରଂ ସଂକ୍ରମଣ ହେବାର ଅନେକ ବର୍ଷ ପରେ ଯାଇ ହାଇଡ୍ରୋସିଲ ଓ ଗୋଦରଗୋଡ଼ ଆଦି ଲକ୍ଷଣ ରୂପରେ ପ୍ରକାଶ ପାଇଥାଏ l ସହର ହେଉ ଅବା ଗାଁ ପ୍ରତ୍ୟେକ ସ୍ତରରେ ଆଶା ଓ ଅଙ୍ଗନବାଡି କର୍ମୀ ମାନେ ଏହି ଦିନ ମାନଙ୍କରେ ଘରକୁ ଘର ଯାଇ ଫାଇଲେରିଆ ରୋଗ ଉପରେ ସଚେତନତା ସୃଷ୍ଟି କରିବା ସହ ବୟସ ଅନୁସାରେ ଫାଇଲେରିଆ ନିରାକରଣ ନିମନ୍ତେ ଉଦ୍ଧିଷ୍ଟ ଔଷଧ ଆଲବେଣ୍ଡାଜଲ, ଡି.ଇ.ସି ଓ ଆଇବରମେକଟିନ ଟ୍ୟାବଲେଟ ଖୁଆଇବେ l ଏହି ଔଷଧ ସମ୍ପୂର୍ଣ୍ଣ ନିରାପଦ ଥିବା ଏବଂ ଖାଦ୍ୟ ଖାଇବା ପରେ ଔଷଧ ସେବନ କରିବା ରହିଥିବା ବେଳେ ଔଷଧକୁ 2 ବର୍ଷ ରୁ କମ ବୟସର ଶିଶୁ, ଗର୍ଭବତୀ ମହିଳା, କିମ୍ବା ଅତିଶୟ ଗୁରୁତର ରୋଗରେ ଶଯ୍ୟା ପୀଡିତ ଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ସେବନ କରାଯିବ l ଏହି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ କୁ ସଫଳ ଓ ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ଯୋଜନା ପ୍ରସ୍ତୁତି ର ଆଲୋକପାତ କରି ଜିଲ୍ଲାକୁ ଆଗାମୀ ଦିନରେ ଫ୍ୟାଲେରିଆ ମୁକ୍ତ କରିବାକୁ ଆହ୍ୱାନ କରିଛନ୍ତି l ଜିଲ୍ଲାର 6,20000 ଜନସାଧାରଣଙ୍କୁ ଏହି ଔଷଧ ସେବନ କରାଯିବାର ପ୍ରସ୍ତୁତି ରହିଥିବା ସୂଚନା ଦେଇ କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ ଓ ସୁଚାରୁସମ୍ପାଦନ ନିମନ୍ତେ ଘରକୁ ଘର ଯାଇ ଔଷଧ ସେବନ କରାଇବା ନିମନ୍ତେ 2584 ଜଣ ଔଷଧ ସେବନ କର୍ମୀ ନିୟୋଜିତ କରାଯାଇଛି ପୁନଶ୍ଚ କାର୍ଯ୍ୟକୁ ତଦାରଖ କରିବା ନିମନ୍ତେ 257 ଜଣ ସୁପରଭାଇଜର ଙ୍କୁ ନିୟୋଜିତ କରାଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି l ଏଥି ନିମନ୍ତେ ସରକାରଙ୍କ ତରଫରୁ ଆବଶ୍ୟକ ଡି ଇ ସି ଟ୍ୟାବଲେଟ, ଆଲବେଣ୍ଡlଜଳ, ଆଇଭରମେକ୍ଟିନ ଟ୍ୟାବଲେଟ ଜିଲ୍ଲାକୁ ଆସିଥିବା ବୈଠକରେ ସୂଚନା ଦିଆଯାଇଛି l କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ ଏବଂ ବ୍ୟବସ୍ଥିତ ସହ ସୁ ପରିଚାଳନା କରିବା ନିମନ୍ତେ ସେକ୍ଟର ଲେବେଲ , ବ୍ଲକ ଲେବେଲ , ଓ ମୁନିସିପାଲିଟି ଲେବେଲ ରେ ରେପିଡ ରେସପନ୍ସ ଟିମ ଗଠନ କରାଯାଇ ଦାଇତ୍ଵ ଦିଆଯିବା ଉପରେ ସୂଚନା ପ୍ରଦାନ କରିଥିଲେ l ଅନୁଷ୍ଠିତ ଏହି ସାମ୍ବାଦିକ ସଚେତନତା ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ,ଡି ପି ଏମ ଏନ ଏଚ ଏମ ଶ୍ରୀ ବିଶ୍ୱମ୍ବର ବେହେରା, ଯବ କୀମସନ ପଧାନ, ଜିଲ୍ଲା ସଂଯୋଜକ ଫ୍ୟାଲେରିଆ କାର୍ଯ୍ୟକ୍ରମ,ଭେକଟର ବାହିତ ରୋଗ ପରାମର୍ଶ ଦାତା ଶ୍ରୀ ଚନ୍ଦ୍ର ଶେଖର ମିଶ୍ର , ତଥା ବିଭାଗୀୟ ଅଧିକାରୀ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର