ପାରାଦୀପ ରେ ଉଦ୍ଧାର କରା ଯାଇଥିବା ସନ୍ଦିଗ୍ଧ ପାରା କୁ ନେଇ ପୋଲିସ ର ଯୋର ଦାର ଖୋଳତାଡ଼, ଚାଲିଛି ସବୁ ଦିଗ ପ୍ରତି ତର୍ଜମା

କେଉଁଠୁ ଆସିଲା, କୁଆଡୁ ଆସିଲା, କାହିଁକି ଆସିଲା, ସବୁ ଦିଗ ପ୍ରତି ଧ୍ୟାନ ଦେଇ ଗୁରୁତର ସହିତ ଚାଲିଛି ଖୋଳତାଡ଼ Suspected spy pigeon with camera fitted on leg caught in Odisha

ପାରାଦୀପ ରେ ଉଦ୍ଧାର କରା ଯାଇଥିବା ସନ୍ଦିଗ୍ଧ ପାରା କୁ ନେଇ ପୋଲିସ ର ଯୋର ଦାର ଖୋଳତାଡ଼

କେଉଁଠୁ ଆସିଲା, କୁଆଡୁ ଆସିଲା, କାହିଁକି ଆସିଲା, ସବୁ ଦିଗ ପ୍ରତି ଧ୍ୟାନ ଦେଇ ଗୁରୁତର ସହିତ ଚାଲିଛି ଖୋଳତାଡ଼

ପ୍ରାଥମିକ ପର୍ଯ୍ୟାୟରେ ସନ୍ଦିଗ୍ଧ ଗୁପ୍ତଚର ପାରା ର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି, ସ୍ଥାନୀୟ ଡାକ୍ତର ଙ୍କ ସହାୟତା କ୍ରମେ ପାରା ଟି ସମ୍ପୁର୍ଣ୍ଣ ସୁସ୍ଥ ରହିଥିବା ଜଣାପଡିଛି । ଏପରିକି ବର୍ତମାନ ମଧ୍ୟ ପାରା ଟି ଖିଆପିଆ ଠିକ୍ ଠାକ୍ କରୁଛି। ତେବେ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ପାରା ଗୋଡ଼ରେ ଲାଗିଥିବା ଖୁଫିଆ କ୍ୟାମେରା ବା ଗୁପ୍ତ କ୍ୟାମେରା ଏବଂ ଆଉ ଗୋଟିଏ ଗୋଡରେ ଲାଗି ଥିବା ଚିପ୍ କୁ ନେଇ ବର୍ତ୍ତମାନ ମୁଖ୍ୟ ପ୍ରସଙ୍ଗ ପାଲଟିଛି। କ୍ୟାମେରା ରେ କଣ ଚିତ୍ର ଉତ୍ତୋଳନ ହୋଇଛି ଏବଂ ମୋବାଇଲ ଚିପ୍ ମାଧ୍ୟମରେ ତାକୁ କେଉଁଠି ଡାଉନଲୋଡ଼ କରାଯାଇଛି ତାହା ଉପରେ ଏବେ ସମସ୍ତଙ୍କର ନଜର । ପ୍ରାଥମିକ ତଦନ୍ତ ପରେ ଅତି ସନ୍ତର୍ପଣତା ର ସହିତ ଉକ୍ତ କ୍ୟାମେରା ଓ ଚିପ୍ କୁ ରଖାଯାଇ ପରୀକ୍ଷା ନିରୀକ୍ଷା କରାଯାଇଛି ଏବଂ ଅଧିକ ତଥ୍ୟ ହାସଲ ପାଇଁ ସାଇବର ଏକ୍ସପର୍ଟ ଙ୍କ ସହିତ ମଧ୍ୟ ଯୋଗା ଯୋଗ କରାଯାଇଛି ଦରକାର ପଡିଲେ ତାଙ୍କ ର ସହାୟତା ମଧ୍ୟ ନିଆଯିବ। ତେବେ ପାରା ର ଡେଣାରେ ଲେଖା ଯାଇଥିବା ଅକ୍ଷର ଗୁଡିକ ମଧ୍ୟ ତନ ତନ ଯାଞ୍ଚ କରାଯାଉଛି ତାହା ପ୍ରକୃତରେ କିଛି ସୂଚନା ନା ଆଉ କିଛି ସଙ୍କେତ କି ଆର୍ଟ ତାହା ମଧ୍ୟ ଯାଞ୍ଚ ଚାଲିଛି। ଏସବୁ ତଦନ୍ତ କେବେ ସରିବ ଓ ଏନେଇ ସମ୍ପୁର୍ଣ୍ଣ ତଥ୍ୟ କେବେ ସାମ୍ନା କୁ ଆସିବ ତାକୁ ନେଇ ସମସ୍ତ ଙ୍କ ନଜର। ତେବେ ବର୍ତ୍ତମାନ ପାରାଟି ସମ୍ପୁର୍ଣ୍ଣ ପୋଲିସ କବଜା ରେ ରହିଛି ଏବଂ ଏନେଇ ବିଭିନ୍ନ ଦିଗ ଏବଂ ଜାତୀୟ ସୁରକ୍ଷା ଦାୟିତ୍ବ ରେ ଥିବା ବିଭିନ୍ନ ବିଭାଗ ସହିତ ମଧ୍ୟ ଯୋଗସୂତ୍ର ସ୍ଥାପନ କରାଯାଇ ଅଛି। ଖୁବ୍ ଶୀଘ୍ର ଏହା ର ସତ୍ୟତା ସାମ୍ନା କୁ ଆସିବ ବୋଲି ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ନିମାଇଁ ଚରଣ ସେଠୀ କହିଛନ୍ତି।

A suspected spy pigeon with a spy camera and mobile cheap fitted on its leg was caught in Odisha